ପ୍ରେମ ଦିବସରେ ଚାଲିଗଲେ ବିବାହ କରିଥିବା ପ୍ରେମୀ ଯୁଗଳ, ଆଜି ଥିଲା ଚତୁର୍ଥି, ହେଲେ ହୋଇପାରିଲାଣି ମିଳନ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରେମ ଦିବସରେ ଚାଲିଗଲେ ବିବାହ କରିଥିବା ୨ ପ୍ରେମୀ ଯୁଗଳ । ଆଜି ଥିଲା ଚତୁର୍ଥୀ ହେଲେ ହୋଇପାରିଲାନି ମିଳନ । ତେବେ ଏପରି କିଛି ହୃଦୟବିଦାରକ ଦୃଶ୍ୟ ଗଞ୍ଜାମ ଜିଲ୍ଲା  ଗୋଳନ୍ଥରା ଥାନା ଅନ୍ତର୍ଗତ ନିକଟବର୍ତ୍ତୀ ଏରିଆରେ ଦେଖିବାକୁ ମିଳିଛି । ତେବେ  ପୁଅ ଭେନୁ ଓ ଝିଅ ପ୍ରଭାଲିକାଙ୍କ ସହମତି କ୍ରମେ ଗତ ୩ ଦିନ ତଳେ ପୁଅ ଓ ଝିଅଙ୍କର ବିବାହ ହୋଇଥିଲା ।

ତେବେ ବିବାହ କାର୍ଯ୍ୟକୁ ଘର ପରିବାର ତଥା ବନ୍ଧୁପରିଜନ ମିଶି ଖୁବ ଧୂମଧାମରେ ଆୟୋଜନ ମଧ୍ୟ କରିଥିଲେ । ତେବେ ବିବାଘର ସମୟରେ ମଧ୍ୟ ନବ ଦମ୍ପତ୍ତି ଖୁବ ହସଖୁସିଥିବାର ମଧ୍ୟ ନଜର ଆସିଥିଲା । ତେବେ ବିବାହକୁ ୩ ଦିନ ପୁରୀ ଆଜି ସେହି ନବ ଦମ୍ପତ୍ତିଙ୍କର ବିଭାଘର ପରମ୍ପରା ଅନୁଯାଇ ଚତୁର୍ଥୀ ହେବାର ଥିଲେ । ତେବେ ବାହାଘରର ଚତୁର୍ଥୀ ଦିନକୁ ସବୁ ନବ ଦମ୍ପତ୍ତି ଚାତକ ଭଳି ଅନାଇ ରହିଥାନ୍ତି ।

କାରଣ ନବ ଦମ୍ପତିଙ୍କର ଚତୁର୍ଥୀ ହେଉଛି ମିଳନର ଦିବସ । ତେବେ ବାହାଘରର ପରମ୍ପରା ଅନୁଯାଇ ଉଭୟ ଚତୁର୍ଥୀ ପୂର୍ବରୁ ଝିଅର ବାପା ଘରକୁ  ନବ ଦମ୍ପତ୍ତି ଯାଉଥିବା ସମୟରେ ହଟାତ ଏକ ଟ୍ରକ ଦୁର୍ଘଟଣା ଘଟିଯାଇଥିଲା । ଯେଉଁଠାରେ କି ନବ ଦମ୍ପତ୍ତି ଟ୍ରକ ସହିତ ଦୁର୍ଘଟଣା ହେବା ଅବସ୍ଥାରେ ଟ୍ରକ ତଳେ ଚାପି ହୋଇ ଗୁରୁତର ହୋଇଯାଇଥିଲେ । ତେବେ ସେଠାକାର ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟ ନବ ଦମ୍ପତ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଥିଲା ।

ହେଲେ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ନବ ଦମ୍ପତ୍ତିଙ୍କର ଦେହାନ୍ତ ଘଟିଥିଲା । ତେବେ ମାତ୍ର ବାହାଘରର ୪ ଦିନ ଯେଉଁ ଦିନ ଦମ୍ପତ୍ତିଙ୍କର ଚତୁର୍ଥୀର ମିଳନ ଦିବସ ଅନୁଷ୍ଟିତ ହୋଇଥାନ୍ତା । ସେହି ଦିନ କିନ୍ତୁ ନବ ଦମ୍ପତ୍ତିଙ୍କର ଶେଷ ଦିନ ହୋଇଗଲା । ତେବେ ଏପରି ଘଟଣା ଶୁଣି ଉଭୟ ପୁଅ ଓ ଝିଅଙ୍କର ଘରେ ଶୋକର ଛାୟା ଖେଳିଯାଇଛି ।

ତେବେ ଯେଉଁ ନବ ଦମ୍ପତ୍ତି ବିବାହ ସମୟରେ ଉଭୟ ଉଭୟଙ୍କର ବୋଲି ପ୍ରତିଶ୍ରୁତି ନେଇଥିଲେ । ୭ ଜନ୍ମର ସାଥୀ ହୋଇରହିବେ ବୋଲି ସବୁଦିନ ପାଇଁ ଶପଥ କରିଥିଲେ । ଆଜି ସେହି ନବ ଦମ୍ପତ୍ତି ଏତେ ବଡ ପ୍ରେମ ଦିବସରେ ସାଥୀ ହୋଇ ଆରପାରିକୁ ଚାଲିଗଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *