ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଛାତି ଥରା ଏକ ଘଟଣା ବର୍ତ୍ତମାନ ସମୟରେ ଘଟିଯାଇଛି । ଯେଉଁ ଘଟଣା ପାଇଁ ସଂପୂର୍ଣ୍ଣ ଗାଁ ସାରା ଶୋକାକୁଳର ପରିବେଶ ଘୋଟି ଯାଇଛି । ତେବେ ସୂଚନା ମୁତାବକ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଅନ୍ତର୍ଗତ ତୋୟାପୁଟ ଗ୍ରାମର ଗୋଟିଏ ଘରୁ ଗୋଟିଏ ନୁହେଁ ବଂର ପୁରା ପରିବାରଟି ଛାରକ୍ଷାର ହୋଇଯାଇଛି । ତେବେ ଗୋଟିଏ ଘରୁ ଗୋଟିଏ ପରେ ଗୋଟିଏ ଶବକୁ ଯେତେବେଳେ କଢାଯାଇ ଅଣା ଯାଉଥିଲା ।

ସେହି ଦୃଶ୍ୟ କଥା କହିଲା ବେଳକୁ ମଧ୍ୟ ଲୋମଟାଙ୍କୁରୀ ଯାଉଛି । ତେବେ ସେହି ଘରେ ରହୁଥିବା ୩୦ ବର୍ଷର ଯୁବକ ଲୀଙ୍ଗରାଜ ବିଶ୍ୱୋଇ ଓ ତାଙ୍କ ଧର୍ମପତ୍ନୀ ଜ୍ୟୋତ୍ସ୍ନା ବିଶ୍ଵାଇ ଓ ୨ ବର୍ଷର ଝିଅଟି ରହୁଥିଲେ । ତେବେ ଘରୋଇ ଏପରି କିଛି ସମସ୍ଯା ମନୁଷ୍ୟ ଜୀବନରେ ରହିଥାଏ । ଯେଉଁ ସମସ୍ଯା ପାଇଁ ବ୍ୟକ୍ତି ତଥା ସେହି ଘର ପରିବାର ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡନ୍ତି ।
ତେବେ ହସଖୁସିରେ ଚାଲିଥିବା ପରିବାରଟି ଉପରେ କାହାର କଳା ନଜର ଲାଗିଯାଇଥିଲା । ଯେଉଁଠାରେ ପୁରା ଘରଟା ମଶାଣୀ ପାଲଟିଯାଇଥିଲା । ତେବେ ସୂଚନା ମୁତାବକ ଘରର କିଛି ଆର୍ଥିକ ଓ ପାରିବାରିକ ଅଶାନ୍ତି କାରଣ ଯୋଗୁ ଘରର ଲୋକ ଏପରି କିଛି ଜ-ଘ-ନ୍ୟ କା-ଣ୍ଡ ଘଟାଇ ବସିବ ବୋଲି କେହି ମଧ୍ୟ କେବେବି ଭାବି ନଥିବେ ।
ତେବେ ଘରେ ପଡିଥିବା ସୋଫା ଉପରେ ଜ୍ୟୋତ୍ସ୍ନା ଓ ସୋଫା ତଳେ ତାଙ୍କ ୨ ବର୍ଷର ଝିଅଟି ମୃ-ତ ଅବସ୍ଥାରେ ପଡିଥିଲେ । ଲୀଙ୍ଗରାଜ ବିଶ୍ୱୋଇ ସେହି ଘରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ତେବେ ସନ୍ଧ୍ୟା ୫ ଟା ରୁ ୬ ଟା ମଧ୍ୟର ସମୟ ଯେତେବେଳେ ହୋଇଥିଲା । କିଛି ଗ୍ରାମବାସୀ ଘରର କବାଟ ଏତେ ବେଳ ପର୍ଯ୍ୟନ୍ତ କାଇଁ ଭିତରୁ ବନ୍ଦ ରହିଛି ବୋଲି ସନ୍ଦେହ କରୁଥିଲେ ।

ତାପରେ କିଛି ସମୟ ପରେ ଘରର କବାଟ ଖୋଲି ଦେଖିବା ବେଳକୁ ଘରର ସମସ୍ତ ସଦସ୍ୟ ମୃ-ତ ଅବସ୍ଥାରେ ପଡି ରହିଛନ୍ତି । ତେବେ ଏପରି ଏକ ଦୃଶ୍ୟ ଦେଖି ଗ୍ରାମବାସୀ ପୁରା ସ୍ତମ୍ଭୀଭୂତ ହୋଇଯାଇଥିଲେ । ତାପରେ ସବୁ ଆଡେ ଶୋକର କଳା ବାଦଲ ଘୋଟିଯାଇଥିଲା । ତେବେ ପାରିବାରିକ ସମସ୍ଯା ଏପରି ଏକ ଚରମ ନିଷ୍ପତ୍ତି ନେବାକୁ ମଧ୍ୟ ମନୁଷ୍ୟକୁ ବାଧ୍ୟ କରାଇଦେଇଥାଏ ।

