‘ମୁଁ ଓଡିଶା ଆସି ବହୁତ ଖୁସି, ଏଠାକାର ରାସ୍ତା ଘାଟ, ପାଣି ପବନ ବହୁତ ଭଲ, ମୁଁ ପୁଣି ଥରେ ପରିବାର ନେଇ ଆସିବି ଆଉ ସମସ୍ତଙ୍କୁ…’: Bollywood ଅଭିନେତ୍ରୀ Bhagyashree

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସଂସ୍କୃତି, ସଭ୍ୟତା ଓ ପରମ୍ପରାର ଏକ ରାଜ୍ୟ ହେଉଛି ଓଡିଶା । ଏଠାକାର ପୂଜା ପର୍ବ ଠାରୁ ଆରମ୍ଭ କରି ମନ୍ଦିରର କଳାକୃତ୍ତି ରାଜ୍ୟ ତଥା ରାଜ୍ୟ ବାହାରର ଲୋକଙ୍କର ମଧ୍ୟ ମନ ମନ୍ତ୍ରମୁଗ୍ଧ କରିଦେଇଥାଏ । ହଁ ବନ୍ଧୁଗଣ ଏପରି କିଛି ବିଶେଷ ରୋଚକପୂର୍ଣ୍ଣ ମନ୍ତବ୍ୟ ବଲିଉଡର ଜଗତର ଜଣେ ସୁପରିଚିତ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଅଭିନେତ୍ରୀ ଭାଗ୍ୟଶ୍ରୀ ଏକ ବିଶେଷ କାର୍ଯ୍ୟକ୍ରମ ପାଇଁ ଓଡିଶାକୁ ଆସିଥିଲେ ।

ତେବେ ଅଭିନେତ୍ରୀ ଭାଗ୍ୟଶ୍ରୀ  ଓଡିଶାକୁ ଆସିଲା ପରେ ମିଡିଆ ଆଗରେ ଓଡିଶା ବିଷୟରେ ନିଜସ୍ୱ ଏପରି କିଛି ବିଶେଷ ମନ୍ତବ୍ୟ ଦେଇଛନ୍ତି । ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ କହିବା ଅନୁଯାଇ ଓଡିଶାର ରାସ୍ତାଘାଟ, ପାଣି ପବନ ସଂପୂର୍ଣ୍ଣ ଓଡିଶା ପରିବେଶର ବାତାବରଣ ମୋତେ ଭଲ ଲାଗିଛି । ପ୍ରତ୍ଯେକଟି ବ୍ୟକ୍ତି ଜୀବନରେ ଆଧ୍ୟାତ୍ମିକ ଭାବନା ରହିବା ନିହାତି ଦରକାର ହୋଇଥାଏ ।

କାରଣ ଆଧ୍ୟାତ୍ମିକ ଭାବନାରେ ନିଜକୁ ରଖିବା ଦ୍ଵାରା ବ୍ୟକ୍ତି ମାନସିକ ରୂପେ ଶାନ୍ତି ଓ ଆନନ୍ଦ ପାଇପାରିଥାଏ । ତେବେ ଆଧ୍ୟାତ୍ମିକ ଭାବନାରେ ଅନ୍ଵେଷଣରେ ଥିବା ବ୍ୟକ୍ତିବିଶେଷଙ୍କୁ ଓଡିଶା ଆସିବା ନିହାତି ଉଚିତ । କାରଣ ଓଡିଶା ହେଉଛି ମନ୍ଦିର ମାଳିନୀରେ ଭରପୁର ଏକ ରାଜ୍ୟ । ଏହି ପବିତ୍ର ଓଡିଶା ରାଜ୍ୟକୁ ଆସିବା ଦ୍ଵାରା ଆପଣାର ରାଜ୍ୟ ପରି ମନେ ହୋଇଥାଏ ।

ତେବେ ଅଭିନେତ୍ରୀ ଯୁବସମାଜକୁ ମଧ୍ୟ ଏପରି କିଛି ଜ୍ଞାନପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି । ତାଙ୍କର କହିବା ଅନୁସାରେ ବର୍ତ୍ତମାନ ସମୟର ଯୁବସମାଜ ବ୍ୟସ୍ତବହୁଳ ଜୀବନରେ ଏତେ ନିଜକୁ ବ୍ୟସ୍ତ ରଖୁଛନ୍ତି । ତାଙ୍କ ମାନଙ୍କ ଠାରେ ଶାନ୍ତି ମିଳିବା କଷ୍ଟକର ହୋଇଯାଉଛି । ଯେଉଁ କାରଣରୁ ସେମାନଙ୍କୁ ଅନେକ ପ୍ରକାର ଷ୍ଟ୍ରେସର ଶିକାର ହେବା ପାଇଁ ପଡୁଛି ।

ଏହା ଛଡା ବଲିଉଡ ତଥା ବହୁ ଜାଗାରେ ଆଜିକାଲିର ଯୁବ ସମାଜ ଅନେକ ପ୍ରକାର ମାନସିକ ଦୁଶ୍ଚିନ୍ତା କାରଣରୁ ଜୀବନରେ ଅନେକ ପ୍ରକାର ଭୁଲ ପଦକ୍ଷେପ ନେବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି । ତେବେ ଏପରି କ୍ଷେତ୍ରରେ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କର ମତ ରହୁଛି । ଏହା କି ଯେ ପ୍ରତ୍ଯେକଟି ବ୍ୟକ୍ତି ନିଜର ବ୍ୟସ୍ତତା ମୂଳକ ସମୟ ମଧ୍ୟରୁ କିଛି ସମୟ ପାଇଁ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ମନ ନିବେଶ କରନ୍ତୁ ।

ଯାହା ଦ୍ଵାରା ସମସ୍ତଙ୍କୁ ମାନସିକ ଶାନ୍ତି ମିଳିବ । ଏହା ସହିତ ନିଜ ମଧ୍ୟରେ ସେମାନେ ସାହସ, ଧର୍ଯ୍ୟ ଓ ପ୍ରତ୍ଯେକଟି କାର୍ଯ୍ୟକୁ ବୁଝି ସୁଝି କରିବାର ସମର୍ଥତା ସେମାନଙ୍କ ଠାରେ ଆସିଯିବ । ଏହା ସହିତ ଅଭିନେତ୍ରୀ ଭାଗ୍ୟଶ୍ରୀ ଆଗାମୀ ସମୟରେ ନିଜ ପରିବାର ବର୍ଗଙ୍କ ସହିତ ମଧ୍ୟ ଓଡିଶା ସହରକୁ ବୁଲିବାକୁ ଆସିବେ ବୋଲି ନିଜର ମତ ରଖିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *