ଅଭିନେତ୍ରୀ Jyoti Mishra କହିଲେ ‘ମନ ଗୋଟେ ଏମିତି ଜିନିଷ କେତେବେଳେ ନା କେତେବେଳେ କାହା ପାଖରେ ବନ୍ଧା ପଡ଼ିଥିବ, ମୋର ବି ପଡିଛି, ହେଲେ ମୁଁ କେବେ ବି…’

ବନ୍ଧୁଗଣ, ଆଜି ଆମ୍ଭେ ଓଲିଉଡର ଜଣେ ଚୁଲବୁଲି ନାୟିକା ଜ୍ୟୋତି ମିଶ୍ର ଙ୍କ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ତେବେ ଅଭିନେତ୍ରୀ ଜ୍ୟୋତି ମିଶ୍ର ନିଜ ବିଷୟରେ କିଛି ବିଶେଷ କଥା କହିଛନ୍ତି । ଯେତେବେଳେ ଜ୍ୟୋତି ପ୍ରଥମେ ବ୍ରେକ ପାଇଥିଲେ ସେତେବେଳର ଅନୁଭୂତି ଖୁବ ସୁନ୍ଦର ଥିଲା ବୋଲି ଜ୍ୟୋତି ମିଶ୍ର କହିଥିଲେ । ଇଣ୍ଡଷ୍ଟ୍ରୀରେ ଯେତେବେଳେ ସେ ପାଦ ଦେଲେ ସେତେବେଳେ ବହୁତ ମଡଲିଙ୍ଗ ସୋ ହେଉଥିଲା ।

ପ୍ରଥମେ ତାଙ୍କୁ ସାଉଥ ରୁ ସୁଟ ଅଫର ଆସିଥିଲା । କିନ୍ତୁ ତାଙ୍କର ସେତେବେଳେ ପାଠ ପାଇଁ ଫୋକସ ଥିଲା ଆଉ ସେ ଭାବି ନଥିଲେ ଯେ ସେ ଅଭିନୟ କରିବେ । ଏହାପରେ ସେ ଓଡିଶାରେ ଅଭିନୟ କରିବାର ସୁଯୋଗ ପାଇଲେ । ଏହାପରେ “ମନ ରହିଗଲା ତୁମରି ଠାରେ” ପାଇଁ ଅଫର ଆସିଥିଲା । ସେହିଭଳି ଜ୍ୟୋତି ମିଶ୍ର ଗୋଟିଏ ଆଲବମ କରିଥିଲେ ଯାହାର ନାମ ଥିଲା “ଝୁଲଣ ମହାନ୍ତି” ।

ଏହା ଘରେ ଘରେ ପରିଚିତ ଥିଲା । ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ସେହି ଗୀତ କୁ ଗାଇବାକୁ ଲାଗିଥିଲେ ଏବଂ ସେହି ଗୀତ ଟି ଏଭଳି ଭାବରେ ସୁନ୍ଦର ହୋଇଛି ଯେ ଆଜି ପର୍ଯ୍ୟନ୍ତ ତାକୁ ସମସ୍ତେ ଶୁଣୁଛନ୍ତି । ଏହାକୁ ନେଇ ଅଭିନେତ୍ରୀ ଜ୍ୟୋତି ମିଶ୍ର କହିଛନ୍ତି ଯେ ସେତେବେଳେ ଆଲବମ ଏତେ ଚାଲିଥିଲା ଯେ ସେ କେବେ ମଧ୍ୟ ଚିନ୍ତା କରି ନଥିଲେ ଯେ ଝୁଲଣ ମହାନ୍ତି ଏତେ ବଡ ହିଟ ହୋଇଯିବ ବୋଲି ।

ତାଙ୍କ ପାଇଁ ଏହା ବହୁତ ଆଶ୍ଚର୍ଯ୍ୟର ବିଷୟ ଥିଲା । ତାହା ବହୁତ ମସ୍ତିବାଲା ଗୀତା ଥିଲା ସେଥିପାଇଁ ଅଭିନେତ୍ରୀ ଜ୍ୟୋତି ମିଶ୍ର ବହୁତ ଏଞ୍ଜୟ କରିଥିଲେ । ପ୍ରେମ କୁ ନେଇ ସେ କହିଥିଲେ ଯେ ମନ ଗୋଟିଏ ଏଭଳି ଜିନିଷ ତାହା କେବେ ନା କେବେ କାହା ପାଖରେ ନିଶ୍ଚିତ ଭାବରେ ରହିଥିବ । ସେହିଭଳି ଜ୍ୟୋତି ମିଶ୍ର ମଧ୍ୟ ମନଦେଇ ଜଣଙ୍କୁ ଭଲ ପାଇଥିଲେ ଏହାପରେ ବିବାହ ମଧ୍ୟ କରିଥିଲେ କିନ୍ତୁ ବର୍ତ୍ତମାନ ସେ ନିଜ ପୁଅ କୁ ନେଇ ନିଜ ଦୁନିଆରେ ଖୁସିରେ ଅଛନ୍ତି ।

ତାଙ୍କ ପାଇଁ ତାଙ୍କ ଦୁନିଆ ହେଉଛି ତାଙ୍କ ପୁଅ କ୍ରିସବ । ଏହାପରେ ଅଭିନେତ୍ରୀ ଜ୍ୟୋତି ମିଶ୍ର କହିଥିଲେ ଯେ ଯେତେବେଳେ ସେ ଗୋଟିଏ ଭଲ କ୍ୟାରେକ୍ଟର ଦେଖିଛନ୍ତି ସେ ସେତେବେଳେ ଚିନ୍ତା କରନ୍ତି ଯେ କାସ ଏହିଭଳି କ୍ୟାରେକ୍ଟର କରିବା କୁ ସୁଯୋଗ ମିଳିଥାନ୍ତା । ତେବେ ଏହିଭଳି ଭାବରେ କିଛି ମନର କଥା ସେୟାର କରିଥିଲେ ଅଭିନେତ୍ରୀ ଜ୍ୟୋତି ମିଶ୍ର । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *