‘ଏବେ ଗାଈ ନୁହେଁ ସିଧା ରିଫାଇନ ଆଉ ସର୍ଫରୁ ବାହାରିବ କ୍ଷୀର, ଟିକେ ବି ସନ୍ଦେହ ହେବନି…’ ଦେଖନ୍ତୁ କିପରି ବେଧଡକ ଚାଲିଛି ଏହି ନକଲି କ୍ଷୀର ବେପାର

ବନ୍ଧୁଗଣ, ଆଜିଭଳି ଦିନରେ ସାଧାରଣତଃ ଯୁଆଡେ ଦେଖନ୍ତୁ ସବୁଆଡେ କେବଳ ନକଲି ନକଲି ଆଉ ନକଲି । ଖାଇବା ଠାରୁ ଆରମ୍ଭ କରି ଲଗାଇବା ପର୍ଯ୍ୟନ୍ତ ସବୁ ନକଲି ଆଉ ବର୍ତ୍ତମାନ ନକଲି କ୍ଷୀର ସମସ୍ତଙ୍କ ପାଇଁ କାଳ ହୋଇଛି । ରିଫାଇନ ତେଲ ଲିଟର ଜେଣ୍ଟ ଏବଂ ଶିନ୍ଥେଟିକ ମିଶାଇ କ୍ଷୀର ଦଲାଲ ମାନେ ତିଆରି କରୁଛନ୍ତି ନକଲି କ୍ଷୀର । ମାତ୍ର 5 ମିନିଟ ରେ ହେଇ ଯାଉଛି କ୍ଷୀର ପ୍ରସ୍ତୁତି ।

ଗାଈ ମଧ୍ୟ ଏତେ ଜଲ୍ଦି କ୍ଷୀର ଦେଇ ପାରୁ ନଥିବା ଯେତେ ଜଲ୍ଦି ଦଲାଲ ମାନେ ନକଲି କ୍ଷୀର ତିଆରି କରୁଛନ୍ତି । ତେବେ ଏହିଭଳି ଏକ ଜ୍ଞାଙ୍ଗ କୁ ପୋଲିସ ଧରିଛି । ଆଗ୍ରା ର ଏତମାଗପୁରରେ ଏହି ଦଲାଲ ମାନେ ରିଫାଇନ ତେଲ, ଲୁଗାସଫା ଡିଟରଜେଣ୍ଟ ପାଉଡର ଏବଂ ଶିନ୍ଥେଟିକ ମିଶାଇ କରୁଥିଲେ କ୍ଷୀର ପ୍ରସ୍ତୁତି । ତିଆରି ପରେ ପାଖ ମାର୍କେଟରେ ବିକ୍ରି କରି ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କା ।

ଏହିଭଳି ଖବର ମିଳିବା ପରେ ଏଫଏସଡିଏ ର ଟିମ ବୁଧୁବାର ବିହାରୀ ପୁର ଗ୍ରାମରେ ରାଜେନ୍ଦ୍ର ସିଂ ଙ୍କ ଡାଏରୀ ଫାର୍ମ ରେ ଚଢାଉ କରିଥିଲା । ଡାଏରୀ ଫାର୍ମ ରୁ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ମଧ୍ୟ ମିଳିଛି । ଡ୍ରାମ ରେ ଭର୍ତ୍ତି ହୋଇ ରହିଥିବା କ୍ଷୀରର ନମୁନା ସଂଗ୍ରହ କରି ଯାଞ୍ଚ ପାଇଁ ପଠା ଯାଇଥିବା ବେଳେ କ୍ଷୀରରେ ପୋକ ପଡିଥିବାରୁ ୬୫୦ ଲିଟର କ୍ଷୀର କୁ ପୋଲିସ ନଷ୍ଟ କରିଦେଇଛି ।

ପୋଲିସ ଘଟଣା ସ୍ଥଳରୁ ମାଲଟ୍ରୋଡେକ୍ସଟ୍ରିନ, ଦୁଇ ଲିଟର ରିଫାଇନ ତେଲ, ୧ କିଲୋ ଲିକ୍ବିଟ କେମିକାଲ, ପଲିଥିନ, ୫ କିଲୋ ଅଜଣା ରାସାୟନିକ ପଦାର୍ଥ, ଡାଏରୀଫାର୍ମ ରୁ ଜବତ କରିଛି । ତେବେ ଏହିଭଳି ମାରାତ୍ମକ ଜିନିଷ ର ପ୍ରୟୋଗ କରି କ୍ଷୀର ପ୍ରସ୍ତୁତ କରି ତାହାକୁ ବିକ୍ରି କରିବାକୁ ସାହାସ କିଭଳି ହେଲା ? ମାନବିକତା ବୋଲି ସମାଜରେ ଆଉ କିଛି ରହିଲା ନାହିଁ ।

ବର୍ତ୍ତମାନ ମନୁଷ୍ୟ ହିଁ ମନୁଷ୍ୟ ର ଶତୃ ହେବାରେ ଲାଗିଛି । ସେମାନେ ଥରେ ଚିନ୍ତା କରିବାକୁ ପଛାଇଲେ ନାହିଁ ଯେ ଏହି କ୍ଷୀର କୁ ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ତଥା ରୋଗୀ ମାନେ ମଧ୍ୟ ସେବନ କରୁଥିବେ । ତେବେ ଏହିଭଳି କରିବା କେତେଦୂରେ ଠିକ ? ଦେଖାଯାଉ ପୋଲିସ ଏମାନଙ୍କ ବିରୁଦ୍ଧରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମାତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *