ଏହି ଝିଅ ଉପରେ ଆସିଲା ସଚିନଙ୍କ ପୁଅର ହୃଦୟ, କୋହଲୀଙ୍କୁ ବି କରି ସାରିଛି ପ୍ରପୋଜ

କ୍ରିକେଟ ଜଗତରେ ସଚିନଙ୍କର ବହୁତ ଭୂମିକା ରହିଛି । ଭାରତୀୟ କ୍ରିକେଟ ଟିମରେ ରହି ସେ ବହୁତ ନାମ ଅର୍ଜନ କରିବା ସହ ଲୋକମାନଙ୍କ ମନକୁ ଜିତି ସାରିଛନ୍ତି । ହେଲେ ଆଜି ଆମେ ସଚିନଙ୍କ ପୁଅ ବିଷୟରେ କହିବାକୁ ଯାଉଛୁ । ସଚିନଙ୍କ ପୁଅର ନାମ ହେଉଛି ଅର୍ଜୁନ । ସଚିନଙ୍କ ପରି ଅର୍ଜୁନ ମଧ୍ୟ କ୍ରିକେଟରେ ସୁନାମ ଅର୍ଜନ କରିବା ପାଇଁ ଚାହୁଞ୍ଚନ୍ତି । ଅର୍ଜୁନ ଏକ ଭଲ ବୋଲର ହେବା ପାଇଁ ପୂର୍ଣ୍ଣ ପ୍ରଚେଷ୍ଟା କରୁଛନ୍ତି ।

ଅର୍ଜୁନ ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ଆରମ୍ଭ କରିସାରିଛନ୍ତି । ଏହି କିଛି ଦିନ ହେବ ଅର୍ଜୁନଙ୍କର ବହୁତ ଚର୍ଚା ହେଉଛି । ତେବେ ଆସନ୍ତୁ ଜାଣିବା ଏହି ଚର୍ଚାର ମୂଳ କାରଣ ବିଷୟରେ । ଏହି କିଛି ଦିନ ହେବ ଅର୍ଜୁନ ବହୁତ ଚର୍ଚାରେ ଅଛନ୍ତି, କାରଣ ଅର୍ଜୁନଙ୍କ ସହ ଏକ ବିଦେଶୀ ମହିଳା କ୍ରିକେଟର ନାମ ଯୋଡା ଯାଉଛି । କୁହାଯାଉଛି ଯେ, ଏହି ଦୁଇଜଣ ପରସ୍ପରକୁ ଡେଟ କରୁଛନ୍ତି ।


ଅର୍ଜୁନଙ୍କୁ ସେହି ମହିଳା କ୍ରିକେଟରଙ୍କ ସହ ବହୁତ ଥର ଦେଖାଯାଇଛି । ଅର୍ଜୁନ କପୁରଙ୍କ ପୁରା ଧ୍ୟାନ ଖେଳ ଉପରେ ଅଛି । ହେଲେ ତାଙ୍କ ନାମକୁ ଇଂଲଣ୍ଡ ଟିମର ମହିଳା କ୍ରିକେଟର ଡେନିୟଲ ୱାଟଙ୍କ ସହ ଯୋଡା ଯାଉଛି । ଏହି ଦୁଇଜଣଙ୍କ ମଧ୍ୟରେ ଏକ ସମ୍ପର୍କ ଦେଖାଯାଉଛି । ଲୋକମାନେ ଏହି ସମ୍ପର୍କକୁ ବହୁତ ନାମ ଦେଇସାରିଛନ୍ତି । ଅର୍ଜୁନ ଏହା ବିଷୟରେ କିଛି ବି କହିନାହାନ୍ତି ।


ଯେଉଁ ଲୋକ ଅର୍ଜୁନ ଓ ଡେନିୟଲଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି, ସେମାନଙ୍କ ମତରେ ଏହି ଦୁଇ ଜଣଙ୍କ ମଧ୍ୟରେ ବହୁତ ଗଭୀର ଦୋସ୍ତି ରହିଛି । ହେଲେ ଲୋକମାନେ ଏହି ସମ୍ପର୍କକୁ ଖରାପ ନଜରରେ ଦେଖୁଛନ୍ତି । କାରଣ ଏମାନଙ୍କୁ ବହୁତ ସ୍ଥାନରେ ଏକାଠି ଦେଖାଯାଇଛି । ଏହି ଦୁଇଜଣଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏମାନଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ସମୟ ଆସିଲେ ଜଣା ପଡିଯିବ ।

ବର୍ତ୍ତମାନ ଅର୍ଜୁନଙ୍କୁ 18 ବର୍ଷ ବୟସ ହୋଇଛି ଓ ଅନ୍ୟ ପକ୍ଷରେ ଡେନିୟଲଙ୍କୁ 26 ବର୍ଷ ହୋଇଛି । ଏମତି ଦେଖିବାକୁ ହେଲେ ଏମାନେ କେବଳ ଭଲ ସାଙ୍ଗ ହୋଇପାରନ୍ତି । କାରଣ ଏମାନଙ୍କ ମଧ୍ୟରେ ବୟସର ଅଧିକ ଦୂରତା ରହିଯାଉଛି । ଡେନିୟଲ ଏହି କିଛି ଦିନ ତଳେ ବିରାଟ କୋହଲିଙ୍କୁ ପ୍ରପୋଜ କରି ଲାଇମ ଲାଇଟରେ ଥିଲେ । ଡେନିୟଲଙ୍କ ସହ ବିରାଟଙ୍କ ନାମ ମଧ୍ୟ ବହୁତ ଥର ଯୋଡା ଯାଇଥିଲା । ବିରାଟଙ୍କ ବିବାହ ପରେ ଡେନିୟଲଙ୍କ ମନ ଭାଙ୍ଗିଯାଇଥିଲା । ବର୍ତ୍ତମାନ ଡେନିୟଲ ଅର୍ଜୁନଙ୍କ ସହ ବହୁତ ଚର୍ଚାରେ ଅଛନ୍ତି । ଅର୍ଜୁନ ଓ ଡେନିୟଲଙ୍କ କିଛି ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି ।

Leave a Reply

Your email address will not be published. Required fields are marked *