ବନ୍ଧୁଗଣ, ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ ଲକ୍ଷ୍ମୀ ନାରାୟଣ ପୁରା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ କିଛି ଏହିଭଳି ଭାବରେ ଘଟିଯାଇଥିଲା ଘଟଣା । ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଅଭିଯୋଗ ଅନୁସାରେ ପିଲାଟିକୁ ଦୀର୍ଘଦିନ ଧରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରମା ଶବର, ଅଣ୍ଡା ନ ଦେଇ କେବଳ ଭାତ ଏବଂ ଡାଲିପାଣି ଦେଇ ଆସୁଛନ୍ତି ।
ପିଲାଟି କାନ୍ଦି କାନ୍ଦି କହୁଛି ଯେ ମୁଁ ପାଠ ପଢୁନି ବୋଲି ମତେ ୫ ଦିନ ହେଇ ଗଲାଣି ଅଣ୍ଡା ଦେଉ ନାହାଁନ୍ତି । ଦିଦି ତାଙ୍କୁ କହିଛନ୍ତି ଯେ ସେ ପାଠ ପଢୁନି ବୋଲି ତାକୁ ଅଣ୍ଡା ଦିଆଯାଉନାହିଁ । ତେବେ ଏହି ବାବଦରେ ଖବର ସଂଗ୍ରହ କରିବା ନିମନ୍ତେ ଗଣମାଧ୍ୟମ ପ୍ରତିନିଧି ମାନେ ପହଞ୍ଚିଲା ବେଳକୁ ଦିଦି ନାଲି ଆଖି ଦେଖାଉଛନ୍ତି । ଘଟଣା କଣ ହୋଇଛି ସେ ସବୁ କହିବା ବଦଳରେ ଓଲଟା ସେ ସାମ୍ବାଦିକ ଙ୍କ ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ ।
ପରିଚୟ ପଚାରିଲେ ମଧ୍ୟ କହୁନାହାଁନ୍ତି ଏବଂ ଓଲଟା କହୁଛନ୍ତି ଯେ ଏ ସବୁ ତାଙ୍କ ନାମରେ ମିଥ୍ୟା ଅଭିଯୋଗ ବୋଲି । ତେବେ ପ୍ରଧାନ ଶିକ୍ଷୟତ୍ରୀ କେବଳ ଅଣ୍ଡା କୁ ନେଇ ହେରଫେର କରନ୍ତି ତାହା ନୁହେଁ, ମାତ୍ର ଏଠାରେ ତାଙ୍କ କାର୍ଯ୍ୟ କଳାପ କୁ ନେଇ ସମସ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଠାରେ ପ୍ରଥମରୁ ୫ ମ ଯାଏଁ ପିଲା ପାଠ ପଢୁଥିବା ବେଳେ ମୋଟଛାତ୍ରଛାତ୍ରୀ ଙ୍କ ସଂଖ୍ୟା ଜମା ୧୭ ।
ଲୋକଙ୍କ କହିବା କଥା ଦିଦି ଭଲ ପାଠ ପଢାନ୍ତି ନାହିଁ, ଏବଂ ପିଲା ଙ୍କ ନାମରେ ଆସୁଥିବା ଅଣ୍ଡା ଠିକ ରେ ଦିଅନ୍ତି ନାହିଁ । ମନଇଛା କେତେବେଳେ ଦିନ ୨ ଟା ରେ ତ ଆଉ କେତେବେଳେ ଦିନ ୩ ରେ ସ୍କୁଲ ଛୁଟି କରିଦେଇ ନିଜ ଘରକୁ ଚାଲି ଜାଆନ୍ତି । କୁନି କୁନି ପିଲାଙ୍କୁ ହସି ଖେଳାଇ ପାଠ ପଢାଇବା ବଦଳରେ ନିଜ ଇଛା ଯାହା ସେ ତାହା କରନ୍ତି ।
ପିଲାଟିର ମା’ ମଧ୍ୟ ଏହି ବାବଦକୁ କାନ୍ଦି କାନ୍ଦି କହିଛନ୍ତି ଯେ ତାଙ୍କ ପିଲା କୁ ୫ ଦିନ ହେବ ଅଣ୍ଡା ଦେଉ ନାହାଁନ୍ତି, କେବଳ ଡାଲି ଭାତ ଖାଉଛି ପିଲା, ଏବଂ ନଳକୂପରେ ହାତ ଚାପି ବହୁତ ର-କ୍ତ ବାହାରିବାରୁ ଦିଦି ଖବର ମଧ୍ୟ ଦେଲେ ନାହିଁ । ଅନ୍ୟ ପିଲାଙ୍କ ଠାରୁ ଶୁଣି ମା’ ଜଣକ ଧାଇଁ ଆସିଥିଲେ ।
ଦିଦିକୁ ଏ ନେଇ ପ୍ରଶ୍ନ ପଚାରିବାରୁ ସେ କହିଥିଲେ ଯେ ଅଳ୍ପ ମାତ୍ରାରେ କ୍ଷତ ହୋଇଥିଲା ଏବଂ ଖରାବେଳ ସମୟ ତ ସେଥି ନିମନ୍ତେ ଖାଇ ସାରିବା ପରେ ତାକୁ ଘରକୁ ପଠାଇଥାନ୍ତୁ । ତେବେ ଏହିଭଳି ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ କେଉଁ ଦଣ୍ଡ ମିଳିବା କଥା ? ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।