ବନ୍ଧୁଗଣ, ସାଧାରଣତଃ ଓଡିଆ ସିନେମା ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଥିବା ସମୟରେ ଦମନ ସିନେମା ସତ୍ୟ କାହାଣୀ ଉପରେ ଆଧାରିତ । ଏହାକୁ ଦେଖିବା ନିମନ୍ତେ ଦର୍ଶକଙ୍କ ମନରେ ବେସ ଉତ୍ସାହ ରହିଅଛି । ମାତ୍ର ଏହା ଭିତରେ ଏକ ବଡ ଖବର ସାମ୍ନା କୁ ଆସିଛି । ଦମନ ସିନେମା ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଓଲିଉଡର ସୁପର ଷ୍ଟାର ବାବୁସାନ ମହାନ୍ତି ନିଜେ ସିନେମା ଦେଖିବାକୁ ଯାଇଥିଲେ ।
ଟିକେଟ କାଉଣ୍ଟର ରେ ଯେତେବେଳେ ଯାଇ ଟିକେଟ କଥା ପଚାରିଥିଲେ ତାଙ୍କୁ ସେତେବେଳେ ଟିକେଟ ମିଳି ନଥିଲା । ଗୋଟିଏ ଟିକେଟ ଥିଲା ମାତ୍ର ତାହା ମଧ୍ୟ ଅନ୍ୟ ଜଣଙ୍କୁ ଦିଆଗଲା । କେବଳ ଗୋଟିଏ ଟିକେଟ ଥିଲା ଏବଂ ତାହା ମଧ୍ୟ ଅନ୍ୟ ଜେନ ନେଇଗଲେ । ନିରାଶ ହୋଇ ଫେରିଗଲେ ବାବୁଶାନ କିନ୍ତୁ ତାଙ୍କ ମୁହଁରେ ଖୁସି ଥିଲା । କାରଣ ତାଙ୍କର ଚଳଚିତ୍ର ପାଇଁ ଆଜି ହାଉସଫୁଲ ।
ତାଙ୍କୁ ମଧ୍ୟ ଟିକେଟ ମିଳିଲା ନାହିଁ । ଆଉ ଏହାକୁ ନେଇ ସେ ବହୁତ ଖୁସି ହୋଇଥିଲେ । ତେବେ ବାବୁଶାନ ଙ୍କ ଅବିହିତ ଏହି ଦମନ ସିନେମା ଏକ ରେକର୍ଡ ଭାଙ୍ଗୁଛି । ଓଡିଆ ଚଳଚିତ୍ର କୁ ହଲ ମିଳୁନଥିବା ନେଇ ଯେଉଁ ଅଭିଯୋଗ ଆସୁଥିଲା ଏହି ସତ୍ୟ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ କୁ ନେଇ ଦର୍ଶକ ଙ୍କ ମନରେ ବହୁତ ଉତ୍ସାହିତ ରହିଛି । ଅନେକ ହଲରେ ଟିକେଟ ବୁକ ଶେଷ ହୋଇଯାଇଥିବା କଥା କୁହାଯାଉଅଛି ।
ଫିଲ୍ମ ରିଲିଜ ପୂର୍ବରୁ ନିଆରା ଢଙ୍ଗରେ ଏହାର ପ୍ରମୋଶନ କରଯାଇଥିଲା ଫିଲ୍ମ ର କ୍ରିଉ ମେମ୍ବର ଭୁବନେଶ୍ଵର ଛକରେ ଦେହରେ ଆଫ୍ରୋନ ପିନ୍ଧି ବ୍ୟାନର କୁ କାନ୍ଧରେ କାନ୍ଧେଇ ବୁଲିଥିଲେ । ଏପରିକି ଉପାନ୍ତର ଅଞ୍ଚଳରେ ଯେପରି ବାଉଁଶ ଭାଡରେ ଯେପରି ରୋଗୀ ଙ୍କୁ ମେଡିକାଲ ନିଆଯାଏ, ସେହିଭଳି ଢଙ୍ଗରେ ଫିଲ୍ମ ର ପ୍ରମୋଶନ କରାଯାଇଥିଲା । ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓଲିଉଡ ର ସୁପରଷ୍ଟାର ଅଭିନେତା ବାବୁଶାନ ମହାନ୍ତି, ତେବେ ବାବୁଶାନ ଙ୍କର ଏହି ସିନେମାରେ ଏହିଭଳି କ୍ରେଜ ଅଛି ଯେ ନିଜେ ବାବୁଶାନ ଙ୍କୁ ମଧ୍ୟ ଟିକେଟ ମିଳିଲା ନାହିଁ ।
ଯୁବ ଡାକ୍ତର ଓମକାର ହୋତା ଙ୍କ ସଂଘର୍ଷମୟ କାହାଣୀ କୁ ନେଇ ଏହି ସିନେମାରେ ପ୍ରତିଫଳିତ କରାଯାଇଛି । ମାଲକାନାଗିରି ଭଳି ଆଦିବାସୀ ଅଞ୍ଚଳରେ କିଭଳି ଏକ ଡାକ୍ତର ନିଜର କର୍ତବ୍ୟ କରିଛନ୍ତି ତାହା ଏହି ଚଳଚିତ୍ର ରେ ଦର୍ଶାଯାଇଛି । ତେବେ ବନ୍ଧୁଗଣ ଏହି ଚଳଚିତ୍ର ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।