ବନ୍ଧୁଗଣ, ଆଜି ଆମ୍ଭେ ଏକ ଏଭଳି ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଜାଣି ଆପଣଙ୍କ ଆଖିରୁ ଲୁହ ଧାର ଧାର ହୋଇ ବୋହିବାକୁ ଲାଗିବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ପଞ୍ଚୁକରେ ମହାପ୍ରଭୁ ଙ୍କୁ ଦର୍ଶନ କରିଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଅଛି । ଆଉ ଏଥି ନିମନ୍ତେ ହାତରେ ଠେଙ୍ଗା ଧରି ଚାଲିଛନ୍ତି ଦର୍ଶନ ନିମନ୍ତେ । ମାତ୍ର ମନ ହାରି ନଥିଲେ କଣ ହେଲା ?
ଶରୀରରେ ଆଉ ବଳ ପାଉ ନଥିଲା । ପାଦ ଥକିବା ସହିତ ଅଣ୍ଟା ଭାଙ୍ଗି ଗଲାଣି । ବୃଦ୍ଧ ଙ୍କର ଏହିଭଳି ଅବସ୍ଥା ଦେଖି ନିଜକୁ ଅଟକାଇ ପାରି ନଥିଲେ ଜଣେ ସେବାୟତ । ସେ ବୃଦ୍ଧା ମାଉସୀ ଙ୍କୁ ହାତରେ ଉଠାଇ କାଳିଆର ଦର୍ଶନ କରାଇଥିଲେ । ପଞ୍ଚୁକ ର ଦ୍ଵିତୀୟ ଦିନରେ ମହାପ୍ରଭୁ ବାଙ୍କଚୁଡା ବେଶରେ ଦର୍ଶନ ଦେଉଛନ୍ତି ଏଥି ନିମନ୍ତେ ଶ୍ରୀ ମନ୍ଦିରରେ ଭକ୍ତଙ୍କର ପ୍ରବଳ ଗହଳୀ ମଧ୍ୟ ଦେଖିବାକୁ ମିଳିଥିଲା ।
ଏହିଭଳି ଗହଳୀରେ ବୃଦ୍ଧାଙ୍କୁ କିନ୍ତୁ ଭୟ ଲାଗି ନଥିଲା । ସେ ନିଜ ହାତରେ ବାଡିଟିଏ ଧରି ଚାଲି ଆସିଥିଲେ ଦର୍ଶନ କରିବା ନିମନ୍ତେ । ତେବେ ଏହି ବୃଦ୍ଧା ମାଉସୀ ଜଣଙ୍କ ଗୁରୁଣ୍ଡି ଗୁରୁଣ୍ଡି ଆସି ପତିତ ପାବନ ଙ୍କୁ ଦର୍ଶନ କରୁଥିବା ସମୟରେ ତାଙ୍କୁ ଜଣେ ସେବାୟତ ଦେଖି ଦର୍ଶନ କରାଇବା ନିମନ୍ତେ ହାତରେ ଟେକି ନେଇଥିଲେ । ବୋଧ ହୁଏ ଆଜି ବୃଦ୍ଧା ଙ୍କ ନିମନ୍ତେ ଜଗନ୍ନାଥ ଶ୍ରୀ ମନ୍ଦିରରୁ ବାହାରି ସେବାୟତ ଙ୍କ ରୂପରେ ତାଙ୍କୁ ହାତରେ ଉଠାଇ ନେଇଛନ୍ତି ।
ମନରେ ବିଶ୍ଵାସ ଏବଂ କାଳିଆର ଡୋରୀ ଲାଗିଲେ କେହି ଅଟକାଇ ପାରିବେ ନାହିଁ । ବୃଦ୍ଧା ଜଣଙ୍କ ଅବସ୍ଥା ଦେଖିବାକୁ ଗମ୍ଭୀର ହୋଇଥିଲେ ମଧ୍ୟ ସେ କେବଳ ମନର ବଳ ତଥା କାଳିଆ ସାଆନ୍ତ ଙ୍କ ଡୋରୀ ଯୋଗୁଁ ଏତେ ଭିଡାରେ ମଧ୍ୟ ସେ ଜଗନ୍ନାଥ ଦର୍ଶନ ନିମନ୍ତେ ସେଠାକୁ ଯାଇ ପାରିଲେ ।
ଏବଂ ସବୁଠାରୁ ବଡ କଥା ଯେ ମନ୍ଦିର ର ସେବାୟତ ଦୁତ ସାଜି ବୁଢୀ ମା’ ଙ୍କ ପାଖରେ ଛିଡା ହେଲେ ଏବଂ ନିଜ ବାହୁ ରେ ତାଙ୍କୁ ମନ୍ଦିର ଭିତରକୁ ଟେକି ଟେକି ଆଣିଲେ । ଏହି ଦୃଶ୍ୟ ଦେଖିବାକୁ ବହୁତ ନିଆରା ଥିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।