ରାସ୍ତା ଉପରେ ବାଇକ ଆରୋହୀଙ୍କୁ ବାଘର ଆକ୍ରମଣ ! ମରୁ ମରୁ ଏମିତି ବଞ୍ଚିଗଲେ ବାଇକ ଚାଳକ…

ବନ୍ଧୁଗଣ, ସୂଚନା ଅନୁଯାୟୀ ରାସ୍ତା ଉପରେ ବାଘର ଆକ୍ରମଣ ଦେଖିବାକୁ ମିଳିଥିଲା । ଏବଂ ସେ ରାସ୍ତାରେ ନିଜେ ଦୌଡିବା ସହିତ ଲୋକଙ୍କୁ ଦୌଡାଇଲା ଏବଂ ଆକ୍ରମଣ କରିଲା । ତେବେ ଏହିଭଳି କିଛି ଘଟଣା ଘଟିଥିଲା କର୍ଣ୍ଣାଟକର ମଇଶୁରରେ । ସହର ଭିତରକୁ କଲରାପତରିଆ ବାଘ ପଶିଆସିଥିଲା । ଏହାକୁ ଦେଖିବା ପରେ କିଛି ସମୟ ପାଇଁ ଆତଙ୍କିତ ହୋଇଯାଇଥିଲେ ଲୋକେ । ବାଘ କୁ ଘଉଡାଇବା ନିମନ୍ତେ ଲାଗିଥିଲେ ।

ମାତ୍ର ବାଘ ଯିବ କ’ଣ ଓଲଟା ଲୋକଙ୍କ ଉପରକୁ ଆକ୍ରମଣ କରିଥିଲା । କିଛି ସମୟ ପାଇଁ ଲୋକେ ଏହାକୁ ନେଇ ଆତଙ୍କିତ ହୋଇଥିବାର ନଜର ଆସିଥିଲେ । ଜଣେ ବ୍ୟକ୍ତି ଗାଡି ଚଳାଇ ରୋଡରେ ଯାଉଥିବା ସମୟରେ ହଠାତ କଲରାପତରିଆ ବାଘ ଟି ଆସି ଆକ୍ରମଣ କରିଥିଲା ଏବଂ ବାଇକ ଚାଳକ ଜଣକ ଗାଡିରୁ ତଳକୁ ପଡିଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଆଉ ଜଣେ ବ୍ୟକ୍ତି ଅପର ପାର୍ଶ୍ଵ ରାସ୍ତାରୁ ଧାଇଁ ଆସୁଥିଲେ ।

ମାତ୍ର ଆସିବା ସମୟରେ ବାଘ ଡଋ ଦଉଡି ଯିବ କଣ ସେ ଓଲଟା ଆରପଟୁ ଆସୁଥିବା ବ୍ୟକ୍ତି ଙ୍କ ପାଖକୁ ମାଡି ଆସିଲା । ଏହାକୁ ଦେଖି ବ୍ୟକ୍ତି ଜଣଙ୍କ ଦୌଡିବାକୁ ଲାଗିଲେ ଏବଂ ଦୌଡିବା ସମୟରେ ରାସ୍ତାରେ ବାଘ ତଳେ ଘୋଷାଡ଼ି ପକାଇଦେଲା । ଅତି ଜୋରରେ ଗର୍ଜନ କରି ସହର ଭିତରେ ଏହିଭଳି ଉତପାତ ମଚାଇଥିଲା କଲରା ପତରିଆ ବାଘ । ତେବେ ଅଳ୍ପକେ ବର୍ତ୍ତିଯାଇଥିଲେ ସହରବାସୀ ।

ଏହିଭଳି ଦୃଶ୍ୟ ବହୁତ କମ ଦେଖିବାକୁ ମିଳେ । ସାଧାରଣତଃ ବାଘଟିଏ ଆସିଲେ ସମସ୍ତେ ଭୟ କରିଥାନ୍ତି କିନ୍ତୁ ଏଠି ଭୟ ତ ଥିଲା କିଛି ନ ବୁଝି ନ ସୁଝି ବ୍ୟକ୍ତି ବିଶେଷ ମାନେ ଆଗକୁ ମଧ୍ୟ ମାଡି ଯାଉଥିଲେ । ଯାହାକି ଆଦୌ ଉଚିତ ନୁହେଁ । ଏହାକୁ ନେଇ ଛାତ ଉପରେ ଥିବା ମା’ ଭଉଣୀ ମାନେ ବହୁତ ଭୟଭୀତ ହୋଇଯାଇଥିଲେ । ଏବଂ ରାସ୍ତାରେ ଛୋଟ ଫିଲାମାନେ ମଧ୍ୟ ଯାତାୟାତ କରୁଥିଲେ କିନ୍ତୁ ଭାଗ୍ୟବଶତ ସେମାନଙ୍କର କିଛି କ୍ଷତି ହୋଇନାହିଁ ।

ବାଘଟି ଏହିଭଳି ଧୂମ ଉତପାତ ମଚାଇଲା ପରେ ସେ ନିଜେ କ୍ରମଶଃ ସେଠାରୁ ପଳାଇ ଯାଇଥିଲା । ବର୍ତ୍ତମାନ ଲୋକ ଙ୍କ ମନରେ ଏହି ଭୟ ଘର କରିଛି ଯେ ଥରେ ବାଘଟି ଆସି ଏହିଭଳି କାଣ୍ଡ କରିପାରେ ତେବେ ଦ୍ଵିତୀୟ ଥର ମଧ୍ୟ ଏହିଭଳି ଆତଙ୍କ ମଚାଇବାକୁ ତାକୁ ଭୟ ଲାଗିବ ନାହିଁ । ଏଣୁ ଏହି କଥା କୁ ଚିନ୍ତା କରି ବର୍ତ୍ତମାନ ସେଠାରେ ଲୋକେ ଭୟ ର ସହିତ ଜୀବନଜାପନ କରୁଥିବାର ନଜର ଆସିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *