ବନ୍ଧୁଗଣ, ସୂଚନା ଅନୁଯାୟୀ ବଢିଲା ବର୍ଷାପ୍ରିୟଦର୍ଶିନୀ ଙ୍କ ଅଡ଼ୁଆ । ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିପାରେ । ଥମୁନି ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଲାଗିଥିବା ବିବାଦ । ଅନୁଭବ ଙ୍କ ସହ ବିବାଦ କାରଣରୁ ବର୍ଷା ରାଗିଯାଇ ଏମିତି କିଛି କଥା କହି ଦେଇଥିଲେ ଯେଉଁଥିପାଇଁ ବର୍ଷାଙ୍କୁ ଏବେ ଜେଲ ଯିବାକୁ ମଧ୍ୟ ପଡିପାରେ । ଓଡ଼ିଶାରୁ ଯାଇ ଦିଲ୍ଲୀ ଜେଲରେ ରହିପାରନ୍ତି ବର୍ଷା । ଏଥିପାଇଁ ଦିଲ୍ଲୀ ପୋଲିସ ବର୍ଷାଙ୍କୁ ଘାଇଁ ଘାଇଁ କରି ଖୋଜୁଛି ।
ଖବର ମୁତାବକ ସାଂସଦ ଅନୁଭବଙ୍କ କର୍ମଚାରୀ ଙ୍କୁ ଜାତି ସୂଚକ ଗାଳି ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବର୍ଷାଙ୍କୁ ଦିଲ୍ଲୀ ପୋଲିସ ସମନ କରିଛି । ଖାଲି ବର୍ଷା ନୁହନ୍ତି ବର୍ଷାଙ୍କ ସହ ତାଙ୍କ ଝିଆରୀ ଓ ମା’ ଙ୍କୁ ମଧ୍ୟ ସମନ ହୋଇଥିବା ନେଇ ଚର୍ଚ୍ଚା । 2019 ଜୁଲାଇ 9 ତାରିଖରେ ଏ ନେଇ ମାମଲା ରୁଜୁ ହୋଇଥିଲା । ତେବେ ଅନୁଭବ ଓ ବର୍ଷା ଙ୍କ ବିବାଦ ବଢିବାରୁ 2022 ଜୁଲାଇ ରେ ଦିଲ୍ଲୀ ପୋଲିସ ପଞ୍ଜୀକୃତ କରିଥିଲା ।
ଏହି ମାମଲା ପଞ୍ଜୀକୃତ ହେବାପରେ ବର୍ଷା ଙ୍କ ଅଡ଼ୁଆ ବଢ଼ିଛି । ତେବେ ଏହି ମାମଲା କୁ ନେଇ ଗତ 25 ତାରିଖ ରେ ଦିଲ୍ଲୀ ପୋଲିସର ଏକ ଟିମ୍ ବର୍ଷା ଙ୍କୁ ଖୋଜି ଖୋଜି ଆସି କଟକରେ ପହଞ୍ଚିଥିଲା । ହେଲେ ପୁରୀଘାଟ ଥାନା ପୋଲିସ ଦିଲ୍ଲୀ ପୋଲିସକୁ ସହଯୋଗ କରି ନଥିଲା । କିନ୍ତୁ ପରେ ବର୍ଷା ଓ ତାଙ୍କ ବଡ ଭଉଣୀ ଥାନାକୁ ଆସି ସମନ ଗ୍ରହଣ କରିଥିବା ଜଣା ପଡ଼ିଛି ।
ତେବେ ଏଠି ଗୋଟେ ବଡ ପ୍ରଶ୍ନ ଉଠିଛି । 2019 ମସିହାରେ ହୋଇଥିବା ମାମଲା କ’ଣ ପାଇଁ ଏବେ ପଞ୍ଜୀକୃତ ହେଲା ? କେନ୍ଦ୍ର ସହ କ’ଣ ଅନୁଭବଙ୍କ ସମ୍ପର୍କ ବଢ଼ିବାକୁ ଯାଉଛି କି ? ଯାହାର ପାୱାରରେ ବର୍ଷାଙ୍କୁ ଫସେଇବାକୁ ଯାଉଛନ୍ତି ଅନୁଭବ । ତେବେ ଓଡିଆ ଇଣ୍ଡଷ୍ଟ୍ରୀରେ କାହାର ନଜର ଲାଗିଛି କେଜାଣି ? ପ୍ରସିଦ୍ଧ ଷ୍ଟ୍ରାର ପରିବାର କୋର୍ଟ କଚେରୀ ମାମଲାରେ ଫସିବାକୁ ଲାଗିଛନ୍ତି ।
ଅନୁଭବ-ବର୍ଷା ଙ୍କ କେସ ଗୋଟେ ପରେ ଗୋଟେ ନୂଆ ମୋଡ ନେବାରେ ଲାଗିଛି । ଅନୁଭବ ବର୍ଷା ଙ୍କୁ ଛାଡପତ୍ର ଦେବା ଲାଗି ପ୍ରସ୍ତୁତ ଥିବାବେଳେ ବର୍ଷା କିନ୍ତୁ ଏନେଇ ରାଜି ନ ହୋଇ ଓଲଟା କେସ କରିଥିଲେ । ତେବେ ବର୍ତ୍ତମାନ କ’ଣ ସତରେ ବର୍ଷା ଯିବେ ଜେଲ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।