୪୦ ବର୍ଷ ବୟସରେ ପୁଣି ଥରେ ବିବାହ କରୁଛନ୍ତି Shweta Tiwari, ଫଟୋ ହେଉଛି ଭାଇରାଲ

ଟିଭିର ସୁନ୍ଦରୀ ଅଭିନେତ୍ରୀ ଶ୍ୱେତା ତିୱାରୀ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । ବର୍ତ୍ତମାନ ସମୟରେ ଶ୍ୱେତା ନିଜ ବିବାହ ପାଇଁ ଚର୍ଚ୍ଚାରେ ଅଛନ୍ତି । ଶ୍ୱେତାଙ୍କ କନିଆଁ ବେଶ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ହାତରେ ଲାଲ୍ ଚୁଡି, ବିବାହ ଲେହେଙ୍ଗା, ଭାରି ଜ୍ୱେଲେରୀ, କପାଳରେ ସିନ୍ଥି, ନାକରେ ନାକଫୁଲ, ଆଖିରେ କଜଳ ଲଗାଇ ବହୁତ ସୁନ୍ଦର ନଜର ଆସୁଛନ୍ତି । 40 ବର୍ଷୀୟ ଶ୍ୱେତା ଏକ ସୁନ୍ଦର ନୂଆ ବୋହୁ ଠାରୁ କମ୍ ଦେଖା ଯାଉ ନାହାଁନ୍ତି ।

ଶ୍ୱେତା ତିୱାରୀଙ୍କ ଏହି ଫଟୋ ଦେଖି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି କି ଶ୍ୱେତା ତିୱାରୀ କଣ ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି ? ତେଣୁ ଏହି ପ୍ରଶ୍ନର ଉତ୍ତର ହେଉଛି – ‘ନା’ । ପ୍ରକୃତରେ ଶ୍ୱେତାଙ୍କର ଏହି କନ୍ୟା ଅବତାର ହେଉଛି ସଂପୂର୍ଣ୍ଣ ରୂପେ ଫିଲ୍ମୀ । ଯାହା ସେ ତାଙ୍କ ସିରିଏଲ୍ ‘ମେରେ ଡାଡ କି ଦୁଲହନ୍’ ପାଇଁ ନେଇଛନ୍ତି ।

ନିକଟରେ ଶୋ’ ର ସେଟ୍‌ରେ Wedding Sequence ସୁଟିଂ କରାଯାଇଛି । ଶ୍ୱେତା ଏହି ସିରିଏଲରେ ଗୁନିତ ସିକ୍କା ଭୂମିକାରେ ଅଭିନୟ କରୁଛନ୍ତି । ଯେତେବେଳେ କି ବରୁଣ ବଡୋଲା ଅମ୍ବର ଶର୍ମା ଭୂମିକାରେ ଅଭିନୟ କରୁଛନ୍ତି। ଶୋ’ରେ ଗୁନିତ ଏବଂ ଅମ୍ବର ଶର୍ମାଙ୍କ Wedding Sequence ସୁଟ ଚାଲିଛି ।

ଏଥିପାଇଁ ଶ୍ୱେତା କନିଆଁ ବେଶରେ ସଜ ହୋଇଛନ୍ତି । Wedding Sequence ପାଇଁ ଶ୍ୱେତା ଏକ ଅରେଞ୍ଜ-ଗ୍ରୀନ-ଗୋଲ୍ଡ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ଏହା ଉପରେ ତାଙ୍କର ସୁନା ଅଳଙ୍କାର ତାଙ୍କ ସୁନ୍ଦରତାକୁ ଆହୁରି 10 ଗୁଣା ବଢାଇ ଦେଉଛି ।

ଶୋ’ ର ସେଟରୁ ଶ୍ୱେତା ଏବଂ ବରୁଣ ବଡୋଲାଙ୍କ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଶ୍ୱେତାଙ୍କୁ ମସ୍ତି କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏଥିରୁ ସଫା ସଫା ଜଣା ପଡୁଛି କି ଶ୍ଵେତା ଏହି Wedding Sequence କୁ କେତେ ଏଞ୍ଜୟ କରୁଛନ୍ତି ।

ଏହାପୂର୍ବରୁ ଶୋ’ ର ସେଟରୁ ଶ୍ୱେତାଙ୍କ ହଳଦୀ ରସମ ର ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ହଳଦୀ ରସମ ପାଇଁ ଶ୍ୱେତା ହଳଦିଆ ରଙ୍ଗର ଶାଢୀ ଏବଂ ଫୁଲର ଅଳଙ୍କାର ପିନ୍ଧିଥିଲେ । ଶ୍ୱେତାଙ୍କ ସେହି ଲୁକ୍ ମଧ୍ୟ ଲୋକଙ୍କୁ ପାଗଳ କରି ଦେଇଥିଲା । କହିବାକୁ ଗଲେ ଶ୍ଵେତା ଙ୍କର ଏହି ବ୍ରାଇଡାଲ ଲୁକ ତାଙ୍କ ଫ୍ୟାନ୍ସ ଙ୍କ ପାଇଁ କୌଣସି ଉପହାର ଠାରୁ କମ ନୁହେଁ ।

ଏମିତି ହିଁ ଟିଭି ଦୁନିଆ ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *