ସାଉଥ ର ଏହି 5 ଟି ଫେମସ ଯୋଡି ବହୁତ ଜଲ୍ଦି ବର୍ଷ ୨୦୨୧ ରେ କରିବାକୁ ଯାଉଛନ୍ତି ବିବାହ, ଦେଖନ୍ତୁ ଆପଣଙ୍କ ଫେବ୍ରେଟ ଯୋଡି କିଏ ?

ବନ୍ଧୁଗଣ ୨୦୨୦ ଏହି ବର୍ଷ ସବୁଠାରୁ ଖରାପ ବର୍ଷ କହିଲେ କିଛି ଭୁଲ ହେବ ନାହିଁ । କାରଣ ଏହି ବର୍ଷ ରେ ବହୁତ ଦୁର୍ଘଟଣା ଗୁଡିକ ଦେଖିବାକୁ ମିଳିଛି । ଏମିତି ଅନେକ ଖବର ମଧ୍ୟ ଶୁଣିବାକୁ ମିଳିଛି ଯାହା ଏକ ଅବିଶ୍ୱାସନୀୟ ଏବଂ ଆମ ଦେଶ ନୁହେଁ ବରଂ ପୁରା ବିଶ୍ୱ ଏହି ବର୍ଷ ରେ ବହୁତ କଷ୍ଟ ଓ ଅସୁବିଧା ରେ ଜୀଵନ ବିତେଇ ଛନ୍ତି । କିନ୍ତୁ ଏହି ବର୍ଷ ର ଶେଷରେ ବଲିଉଡ ରୁ ଆରମ୍ଭ କରି ଟଲିଉଡ଼ ପର୍ଯ୍ୟନ୍ତ ବହୁତ ଲୋକପ୍ରିୟ ଯୋଡି ବିବାହ କରିଛନ୍ତି ।

ଯେଉଁଠି ନେହା କକ୍ଡ଼ ଓ ରୋହନ ପ୍ରୀତ ଙ୍କ ବିବାହ ସମସ୍ତଙ୍କୁ ଚକିତ କରିଦେଇ ଥିଲା ସେଇଠି କାଜଲ ଅଗ୍ରୱାଲ ଓ ଗୌତମ କିଚୁଲୁ ଙ୍କ ବିବାହ ମଧ୍ୟ ବହୁତ ଚର୍ଚ୍ଚା ରେ ଥିଲା । ଏବଂ ଏହି ବାହାଘର ୨୦୨୧ରେ ମଧ୍ୟ ଦେଖିବାକୁ ମିଳିବ । ତେବେ ଚାଲନ୍ତୁ ଜାଣିନେବା ଆଗକୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଯୋଡି କିଏ କିଏ?

୧- ପ୍ରଥମ ରେ ହେଲେ ଶୃତି ହାସନ ଓ ମାଇକେଲ । ଶ୍ରୁତି କେବଳ ସାଉଥ ରେ ନୁହେଁ ବରଂ ବଲିଉଡରେ ମଧ୍ୟ ନିଜର ଅଭିନୟ ର ଯାଦୁ ରେ ଦର୍ଶକ ଙ୍କ ହୃଦୟ ଜିଣିବା ରେ ସଫଳ ହୋଇଛନ୍ତି । ଏବଂ ଏବେ ସେ ନିଜର ପ୍ରେମିକ ମାଇକେଲ ଙ୍କୁ ବିବାହ କରିବାକୁ ଯାଉଛନ୍ତି । ମାଇକେଲ ମଧ୍ୟ ଜଣେ ଅଭିନେତା ସେ ଅନେକ ଧାରବାହିକ ଓ ସିନେମାରେ ଅଭିନୟ କରିଛନ୍ତି ।

୨- ଦ୍ଵିତୀୟ ଯୋଡି ହେଉଛନ୍ତି ନୟନ ତାରା ଓ ବିଘ୍ନେଶ । ନୟନ ତାରା ସାଉଥ ର ଜଣେ ପରିଚିତ ଓ ଲୋକ ପ୍ରିୟ ଅଭିନେତ୍ରୀ । ସେ ଅନେକ ସିନେମାରେ ଅଭିନୟ କରି ଦର୍ଶକ ଙ୍କୁ ମନରଞ୍ଜନ କରିଛନ୍ତି । ଏବେ ସେ ମଧ୍ୟ ସିନେମା ନିର୍ଦ୍ଦେଶକ ବିଘ୍ନେଶ ଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏମାନେ ଅନେକ ସମୟ ରୁ ଏକାଠି ରହୁଛନ୍ତି ଓ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

୩- ତୃତୀୟ ଯୋଡି ହେଉଛି ଇଲିୟାନା ଡ଼ି କ୍ରୁଜ ଓ ଆଣ୍ଡ୍ରେୟୁ ନିବନ । ଇଲିୟାନା କେବଳ ସାଉଥ ଜଗତର ଲୋକପ୍ରିୟ ଅଭିନେତ୍ରୀ ନୁହଁନ୍ତି ବରଂ ସେ ବଲିଉଡରେ ମଧ୍ୟ ନିଜ ଅଭିନୟ ରେ ସମସ୍ତ ଙ୍କୁ ହୃଦୟ ରେ ଘର କରି ପାରିଛନ୍ତି । ଏବେ ସେ ନିଜର ପ୍ରେମିକ ଆଣ୍ଡ୍ରେୟୁ ଙ୍କୁ ବିବାହ କରିବାକୁ ଯାଉଛନ୍ତି ।

୪- ଚତୁର୍ଥ ଯୋଡି ହେଉଛି ରାମ ପୋଥିନେନି ଓ ଅନୁପମା ପରମେଶ୍ୱର । ଏହି ଦୁଇ ଜଣ ସାଉଥ ର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ । ଏବଂ ଦର୍ଶକ ମାନେ ଏହି ଦୁଇ ଜଣଙ୍କ ଯୋଡି କୁ ଦର୍ଶକ ମାନେ ଖୁବ ପସନ୍ଦ କରନ୍ତି । ସିନେମାରେ ଦୁଇ ଜଣ ଙ୍କ କେମେଷ୍ଟ୍ରୀ ଏବେ ବାସ୍ତବ ଜୀଵନ ରେ ମଧ୍ୟ ଦେଖିବାକୁ ମିଳିବ ।

୫- ପଞ୍ଚମ ଯୋଡି ହେଉଛି ପ୍ରଭାସ ଓ ଅନୁଷ୍କା । ଏହି ଦୁଇ ଜଣ ମଧ୍ୟ ସାଉଥ ର ସୁପରଷ୍ଟାର । ଏମାନେ ନିଜ ନିଜର ଅଭିନୟ ର ଯାଦୁ ରେ ସମସ୍ତ ଙ୍କୁ ପାଗଳ କରିପାରନ୍ତି । ଏବଂ ଦର୍ଶକ ମାନେ ମଧ୍ୟ ଏହି ଯୋଡି କୁ ଖୁବ ପସନ୍ଦ କରିଥାନ୍ତି । ଏବଂ ଦୁଇ ଜଣ ନିଜ ସମ୍ପର୍କ କୁ କେବଳ ଭଲ ବନ୍ଧୁ ବୋଲି କହିଥାନ୍ତି । କିନ୍ତୁ ଖବର ମୁତାବକ ଏମାନେ ମଧ୍ୟ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ଦୁଇ ଜଣ ଙ୍କ କେମେଷ୍ଟ୍ରୀ କୁ ଲୋକମାନେ ବହୁତ ପସନ୍ଦ କରନ୍ତି ଏବଂ ଏବେ ବାସ୍ତବ ଜୀବନ ରେ ମଧ୍ୟ ଏହି କେମେଷ୍ଟ୍ରୀ କୁ ଦେଖିବାକୁ ମିଳିବ ।

ଏମାନଙ୍କ ମଧ୍ୟରୁ ଆପଣ ମାନଙ୍କୁ କେଉଁ ଯୋଡି ଟି ସବୁଠୁ ଅଧିକ ପସନ୍ଦ ଆସିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ମନୋରଞ୍ଜନ ଦୁନିଆରା ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *