ବନ୍ଧୁଗଣ ଏହି ଡାଇଲଗ୍ “ଆରେ ଓ ସାମ୍ବା କିତନେ ଆଦମୀ ଥେ” ଶୁଣିଲା ମାତ୍ରେ ଆପଣମାନଙ୍କ ମନରେ ଗବ୍ବର୍ ସିଂ ଙ୍କ ଛବି ଆସି ଯାଇଥାଏ । “ସୋଲେ” ଭଳି ବ୍ଲକ୍ ବଷ୍ଟର ଫିଲ୍ମରେ ଗବ୍ବର୍ ସିଂଙ୍କ ଭୂମିକା ନିଭେଇ ନିଜକୁ ଅମର୍ କରିଥିଲେ ଅମଯାଦ୍ ଖାଁ । ବହୁତ୍ କମ୍ ଲୋକ ଜାଣିଛନ୍ତି କି ଏହି ରୋଲ୍ ଟିକୁ ଅମଯାଦ୍ ଖାଁ ପ୍ରଥମେ କରିବାକୁ ମନା କରିଥିଲେ । ଏହି ରୋଲ୍ ସେତେବେଳର ମହାଖଳନାୟକ୍ ଭାବେ ନିଜକୁ ପ୍ରତିଷ୍ଠିତ କରିଥିବା ଡ୍ୟାନି ଙ୍କ ପାଇଁ ଲେଖା ହେଇଥିଲା । ସେ ଏହି ରୋଲ୍ କରିବାକୁ ମନା କରିଦେବା ପରେ , ଏହି ରୋଲ୍ ଅମଯାଦ୍ ଖାନଙ୍କୁ ମିଳିଥିଲା ।
ପ୍ରଥମେ ଅମଯାଦ୍ ଖାନ ଟିକିଏ ଡରି ଯାଇଥିଲେ ହେଲେ ତାପରେ ସେ ଏହାକୁ ଏକ ଚ୍ୟାଲେଞ୍ଜ ହିସାବ ରେ ନେଇଥିଲେ ଏବଂ ହିନ୍ଦୀ ଚଳଚିତ୍ର ଜଗତରେ ଏକ ଇତିହାସ ବନେଇଥିଲେ । ୧୨ ନଭେମ୍ବର ୧୯୪୦ ରେ ଜନ୍ମ ଗ୍ରହଣ କରିଥିବା ଅମଯାଦ୍ ଖାଁଙ୍କୁ ଅଭିନୟର କଳା ତାଙ୍କୁ ବିରାସତ୍ ରେ ମିଳିଥିଲା , ତାଙ୍କ ପିତା ଜୟ ଚାନ୍ଦ୍ ହିନ୍ଦୀ ଚଳଚିତ୍ର ଜଗତରେ ଅନେକ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ।
ଅମଯାଦ୍ ଖାଁ ପ୍ରଥମେ କଳାକାର ଭୂମିକାରେ ୧୯୫୭ ରେ ଆସିଥିବା ଫିଲ୍ମ୍ ” ଦିଲ୍ଲୀ ଦୂର୍ ନହୀନ ” ରୁ କରିଥିଲେ । ଏହି ଫିଲ୍ମ୍ ରେ ଅମଯାଦ୍ ଖାଁ ବାଲ୍ୟ କଳାକାର ଭୂମିକା କରିଥିଲେ । ନିଜ ଅଭିନୟର ଅଭିଜ୍ଞତା ଏବଂ ନିଜକୁ ଫେମସ ଅଭିନେତା ରେ ବଦଳିବା ପାଇଁ ଅମଯାଦ୍ ଖାଁ ନିଜ ଭୂମିକାରେ ବହୁତ୍ ପରିବର୍ତ୍ତନ କରିଥିଲେ । ଏହି କ୍ରମରେ ୧୯୮୦ ରେ ଆସିଥିବା ଫିରୋଜ ଖାଁ ଙ୍କ ସୁପର୍ ହିଟ୍ ଫିଲ୍ମ୍ ” କୁର୍ବାନି ” ରେ ଅମଯାଦ୍ ଖାଁ କମେଡି ଅଭିନୟ କରି ଦର୍ଶକ ମାନଙ୍କର ଭରପୁର ମନୋରଞ୍ଜନ କରିଥିଲେ ।
ବର୍ଷ ୧୯୮୧ ରେ ଦର୍ଶକଙ୍କ ସାମ୍ନାରେ ଅମଯାଦ୍ ଖାଁଙ୍କ ର ଏକ ନୂଆ ରୂପ ଆସିଥିଲା , ପ୍ରକାଶ ମେହେରା ଙ୍କ ସୁପର୍ ହିଟ୍ ଫିଲ୍ମ୍ ” ଲାବାରିଶ୍ ” ରେ ସେ ଅମିତାଭ ବଚନ ଙ୍କ ପିତା ର ଭୂମିକା ନିଭେଇବାରେ ମଧ୍ୟ ପଛେଇନଥିଲେ । ଏହା ଆଗରୁ ଅମିତାଭ ବଚନ୍ ଙ୍କ ସହ ସେ ଅନେକ ଫିଲ୍ମ୍ ରେ ଖଳନାୟକ ର ଭୂମିକା ନିଭାଇଥିଲେ କିନ୍ତୁ ଏହି ଫିଲ୍ମ ମାଧ୍ୟମରେ ଅମଯାଦ୍ ଖାଁ ଦର୍ଶକ ଙ୍କ ମାନ କିଣି ନେଇଥିଲେ ।
ବର୍ଷ ୧୯୮୧ ରେ ପ୍ରଦର୍ଶିତ ଫିଲ୍ମ୍ ” ୟାରାନା ” ରେ ଅମଯାଦ୍ ଖାଁ ଅମିତାଭଙ୍କ ବନ୍ଧୁର ଭୂମିକା ନିଭାଇଥିଲେ , ଫିଲ୍ମ୍ ରେ ନିଜର ଦମଦାର ଅଭିନୟ ପାଇଁ ଅମଯାଦ୍ ଖାଁ ନିଜ ଚଳଚିତ୍ର ଜଗତର ଦ୍ଵିତୀୟ ଥର ସର୍ବ ଶ୍ରେଷ୍ଠ ସହିୟୋଙ୍ଗି କଳାକାର ରୂପେ ସମ୍ମାନିତ କରାଯାଇଥିଲା । ଏହା ପୂର୍ବରୁ ୧୯୭୯ ରେ ଫିଲ୍ମ୍ “ଦାଦା” ରେ ତାଙ୍କୁ ଏହି ପୁରସ୍କାର ରେ ସମ୍ମାନିତ କରାଯାଇଥିଲା । ଏହା ଛଡା ଅମଯାଦ୍ ଖାଁ ୧୯୮୫ ରେ ଆସିଥିବା ଫିଲ୍ମ୍ ” ମା କସମ୍ ” ରେ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ର ପୁରସ୍କାରରେ ସମ୍ମନୀତ ହୋଇଥିଲେ ।
ବର୍ଷ ୧୯୮୬ ରେ ଏକ ବଡ଼ ଦୁର୍ଘଟଣାରେ ସେ ବର୍ତ୍ତୀ ଯାଇଥିଲେ ଏବଂ ଚିକିତ୍ସା ସମୟରେ ସେ ଔଷଧ ର ବାରମ୍ବାର ସେବନ ଦ୍ଵାରା ତାଙ୍କର ସ୍ୱାସ୍ଥ୍ୟ ରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ଏବଂ ତାଙ୍କ ଓଜନ ମଧ୍ୟ ବଢ଼ିବାରେ ଲାଗିଥିଲା । ୯୦ ଶତାବ୍ଦୀ ରେ ସ୍ୱାସ୍ଥ୍ୟ ଖରାପ୍ ହେବା ଯୋଗୁଁ ସେ ଚଳଚ୍ଚିତ୍ର ଜଗତରେ କାମ କରିବା ବହୁତ୍ କାମ କରିଦେଇଥିଲେ । ନିଜ ଅଭିନୟର ବଳରେ ସେ ୩ ଦଶକ ଯାଏଁ ଦର୍ଶକ ଙ୍କ ମନୋରଞ୍ଜନ କରିଥିବା ଅମଯାଦ୍ ଖାଁ ଙ୍କର ୨୭ ଜୁଲାଇ ୧୯୯୨ ରେ ପର ଲୋକ ହୋଇଥିଲା।
ତେବେ ଆସନ୍ତୁ ବନ୍ଧୁଗଣ ଆପଣମାନଙ୍କୁ ଗବ୍ବର୍ ସିଂ ଙ୍କ ପୁଅ ମାନଙ୍କ ବିଷୟରେ କିଛି ଅଜଣା କଥା ଜାଣିବା । ଅମଯାଦ୍ ଖାଁ ଙ୍କ ସାନ ପୁଅ ସାଦାବ ଖାଁ ନିଜ ବଂଶର ପରମ୍ପରାକୁ ଆଗକୁ ନେଇ ପାରିଲେ ନାହିଁ , ସାଦାବ ଖାଁ ୧୯୭୯ ରେ ରାନୀ ମୁଖାର୍ଜୀ ଙ୍କ ସହ ଫିଲ୍ମ୍ ” ରାଜା କି ଆଏ ଗି ବାରାତ୍ ” ରେ ବଲିଉଡ୍ ରେ ପ୍ରବେଶ କରିଥିଲେ ।
କିନ୍ତୁ ଏହି ଫିଲ୍ମ୍ ସଫଳ ହୋଇନଥିଲା ଏବଂ ସାଦାବ୍ ଖାଁ ଙ୍କ ଅଭିନୟକୁ ମଧ୍ୟ ଲୋକେ ଖାସ୍ ପସନ୍ଦ କଲେ ନାହିଁ । ଫିଲ୍ମ୍ ମାନଙ୍କରେ ଫ୍ଲପ୍ ହେବା ପରେ ସାଦାବ ବଲିଉଡ୍ ଛାଡ଼ିଦେଲେ । ଅମଯାଦ୍ ଖାନ ଙ୍କ ବଡ ପୁଅଙ୍କ ନାମ ସୀମାବ ଖାନ । ସେ ପ୍ରଫେସନାଲି ଜଣେ କ୍ରିକେଟ ପ୍ଲେୟାର ଅଟନ୍ତି ।
ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ସୋଲେ ଫିଲ୍ମ ରେ ଗବ୍ବର ସିଂହ କେମିତି ଲାଗନ୍ତି ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ଅଧିକ ଖବର ପାଇବା ପାଇଁ ଲାଇକ ଓ ଶେୟାର କରନ୍ତୁ । ଧନ୍ୟବାଦ