ବନ୍ଧୁଗଣ ଏହି କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟି ଓ ତାଙ୍କ ସ୍ଵାମୀ ରାଜ କୁନ୍ଦରା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । କାରଣ ରାଜ କୁନ୍ଦରାଙ୍କ ସହିତ ଅନ୍ୟ ୧୧ ଜଣ ଲୋକଙ୍କୁ ଅଶ୍ଳୀଳ ଭିଡିଓ ବନେଇବା ପାଇଁ ଓ ଏକ ଆପ୍ ଦ୍ଵାରା ଲୋକ ମାନଙ୍କୁ ଦେଖାଇବା ପାଇଁ ଗିରଫ କରାଯାଇଛି ।
ଗତ ସୋମବାର ରାତିରେ ରାଜଙ୍କୁ ତାଙ୍କ ଘର ମଧ୍ୟରୁ ଗିରଫ କରଯାଇଥିଲା । ୨୩ ଜୁଲାଇରେ କୋର୍ଟ ତାଙ୍କ ପୋଲିସ କଷ୍ଟଡିକୁ ୨୭ ଜୁଲାଇ ପର୍ଯ୍ୟନ୍ତ ବଢାଇ ଥିଲେ । ରାଜ କୁନ୍ଦରା ଗିରଫ ହେବା ପରେ ଶିଲ୍ପା ମଧ୍ୟ ଲୋକ ମାନଙ୍କ ଟାର୍ଗେଟରେ ଆସି ଯାଇଛନ୍ତି । ସ୍ଵାମୀର କଳା କାର୍ଣ୍ଣମା ପାଇଁ ଶିଲ୍ପାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଶିଲ୍ପା ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହେଉଛନ୍ତି । ଶିଲ୍ପା ଓ ରାଜଙ୍କୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚା ହେଉଛି ।
ଏହି ଦୁଇଜଣଙ୍କ ଫଟୋରେ ବହୁତ ଗୁଡିଏ ମିମ୍ସ ମଧ୍ୟ ଆସୁଛି । ଗତ କିଛି ଦିନ ହେବ ରାଜ ଓ ଶିଲ୍ପାଙ୍କ ପର୍ଶନାଲ ଲାଇଫ ବିଷୟରେ ମଧ୍ୟ ବହୁତ ଚର୍ଚା ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଶିଲ୍ପାଙ୍କ ଫୋନରୁ ତାଙ୍କ ମାଙ୍କ ପାଖକୁ ଏକ ମେସେଜ ଯାଇଥିଲା ଓ ସେହି ମେସେଜରେ ଲେଖା ହୋଇଥିଲା, ମୁ ତଲାକ ନେବାକୁ ଚାହୁଁଛି ।
ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଥରେ ଶିଲ୍ପାଙ୍କ ସହିତ ଏକ ବହୁତ ବଡ ମଜାକ କରଯାଇଥିଲା । ଯେତେବେଳେ ସେ ଟିଭି ରିଆଲିଟି ସୋ ‘ସୁପର ଡ୍ୟାନ୍ସର’ର ଜଜ୍ ଥିଲେ ସେତେବେଳେ ତାଙ୍କ ସହ ଏହି ମଜାକ ହୋଇଥିଲା । ସେହି ସମୟରେ ଶିଲ୍ପାଙ୍କ ସହ ଅନୁରାଗ ବାସୁ ଓ ଗୀତା କପୁର ମଧ୍ୟ ଜଜ୍ ଥିଲେ ।
ଥରେ ଅନୁରାଗ ଓ ଗୀତା ମିଶି ଶିଲ୍ପାଙ୍କ ସହ ଏକ ଫ୍ରାଙ୍କ କରିଥିଲେ । ଏହାପରେ ଶିଲ୍ପା ଓ ତାଙ୍କ ମା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ୨୦୧୯ରେ ସେହି ସୋକୁ ଫରାନ ଖାନ ଆସିଥିଲେ । ସେତେବେଳେ ଶିଲ୍ପାଙ୍କୁ ଏକ ପ୍ରଶ୍ନ ପଚରା ଯାଇଥିଲା-ସ୍ଵାମୀଙ୍କର ଏମିତି କେଉଁ ଅଭ୍ୟାସକୁ ଆପଣ ଘୃଣା କରନ୍ତି ?, ସେହି ସମୟରେ ଅନୁରାଗ ଓ ଗୀତା ଶିଲ୍ପାଙ୍କ ମୋବାଇଲରୁ ତାଙ୍କ ମାଙ୍କୁ ମେସେଜ କରିଥିଲେ ।
ସେ ମେସେଜରେ ଲେଖିଥିଲେ-‘ମୋର ଆଉ ରାଜଙ୍କର ସବୁବେଳେ ଝଗଡା ହେଉଛି, ଝଗଡା ଏତେ ବଢି ଯାଇଛି ଯେ ମୁ ଏବେ ରାଜଙ୍କ ଠାରୁ ତଲାକ ନେବା ପାଇଁ ଚାହୁଁଛି’ । ଏହା ବିଷୟରେ ଶିଲ୍ପା କିଛି ବି ଜାଣି ନଥିଲେ । ଯେତେବେଳେ ତାଙ୍କ ମାଙ୍କୁ ଏହି ମେସେଜ ଗଲା ସେତେବେଳେ ସେ ଚିନ୍ତାରେ ପଡିଗଲେ ଓ ଶିଲ୍ପାଙ୍କୁ ତୁରନ୍ତ ଫୋନ କରିଥିଲେ । ଯେତେବେଳେ ଶିଲ୍ପା ଏହା ବିଷୟରେ ଜାଣିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ ଓ କିଛି ବୁଝି ପାରିଲେ ନାହିଁ । ଏହାପରେ ଅନୁରାଗ ଓ ଗୀତା ସେହି ଫ୍ରାଙ୍କ ବିଷୟରେ ଶିଲ୍ପାଙ୍କୁ କହିଥିଲେ ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ