ସାଉଥ ର ସୁପର ଷ୍ଟାର ନାଗାର୍ଜୁନଙ୍କ ବୋହୁ ଦେଖିବାକୁ ବହୁତ ସୁନ୍ଦର ଓ ବୋଲ୍ଡ , ସାରା ସାଉଥ ତାଙ୍କର ଦିବାନା, ଦେଖନ୍ତୁ ଫଟୋ

ଆପଣ ମାନେ ସମସ୍ତେ ସାଉଥ ହିରୋ ନାଗାର୍ଜୁନଙ୍କୁ ଜାଣି ଥିବେ । ନାଗାର୍ଜୁନ ଜଣେ ଭାରତୀୟ ଫିଲ୍ମ ଅଭିନେତା ହେବା ସହ ଫିଲ୍ମ ନିର୍ମାଣ ମଧ୍ୟ ଅଟନ୍ତି । ତାଙ୍କର ଜନ୍ମ ୧୯୫୯ ଅଗଷ୍ଟ ୨୯ ତାରିଖରେ ହୋଇଥିଲା । ନାଗାର୍ଜୁନ ସାଉଥରେ ନିଜ ମଧ୍ୟରେ ଜଣେ ବ୍ରାଣ୍ଡ ରୂପେ ପରିଚିତ । ନାଗାର୍ଜୁନଙ୍କୁ କୋଟି କୋଟି ଜନତା ପସନ୍ଦ କରନ୍ତି । ତାଙ୍କ ଫିଲ୍ମର ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରନ୍ତି ।

ସାଉଥ ଅଭିନେତା ମାନଙ୍କ ମଧ୍ୟରୁ ନାଗାର୍ଜୁନଙ୍କ ଲୋକ ପ୍ରିୟତା ବହୁତ ଅଧିକ । ନାଗାର୍ଜୁନ ତାଙ୍କ କ୍ୟାରିୟରରେ ବହୁତ ବଡ ବଡ ଫିଲ୍ମ କରିଛନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ନାଗାର୍ଜୁନଙ୍କ ବୋହୁ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ନାଗାର୍ଜୁନଙ୍କ ବୋହୁ ବିଷୟରେ ।

ନାଗାର୍ଜୁନଙ୍କର ପୁଅ ନାଗା ଚୈତନ୍ୟ ଆକିନେନୀ ମଧ୍ୟ ଜଣେ ଭାରତୀୟ ଅଭିନେତା ରୂପେ ପରିଚିତ । ସେ ବହୁତ ହ୍ୟାଣ୍ଡସମ ଏବଂ ସ୍ମାର୍ଟ ଦେଖାଯାନ୍ତି । ନାଗା ଚୈତନ୍ୟଙ୍କ ପତ୍ନୀ ହେଉଛନ୍ତି ସାମନ୍ଥା ରୂଥ ପ୍ରଭୁ । ସେ ଜଣେ ଭାରତୀୟ ଫିଲ୍ମ ଅଭିନେତ୍ରୀ ରୂପେ ପରିଚିତ । ସାମନ୍ଥା ବହୁତ ସୁନ୍ଦର ଓ ଷ୍ଟାଇଲିସ ଦେଖା ଯାଆନ୍ତି । ତେବେ ଆସନ୍ତୁ ଜାଣିବା ସାମନ୍ଥାଙ୍କ ବିଷୟରେ ।


ସାମନ୍ଥା ଉଭୟ ତେଲୁଗୁ ଓ ତାମିଲ ଫିଲ୍ମରେ ଅଭିନୟ କରନ୍ତି । ୩୦ ଏପ୍ରିଲ ୧୯୮୭ ମସିହାରେ ତାମିଲନାଡୁରେ ସାମନ୍ଥାଙ୍କ ଜନ୍ମ ହୋଇଥିଲା । ସାମନ୍ଥା ତାଙ୍କ ସ୍କୁଲ ଓ କଲେଜ ଲାଇଫରେ ଇଣ୍ଟେଲିଜେଣ୍ଟ ଝିଅ ମାନଙ୍କ ମଧ୍ୟରୁ ଜଣେ ଥିଲେ । ସାମନ୍ଥାଙ୍କୁ ସେହି ସମୟରୁ ମଡେଲ ହେବା ପାଇଁ ଇଛା ରହିଥିଲା । ସେ ତାଙ୍କ ଫିଲ୍ମ କାରିୟରର ଆରମ୍ଭ ‘ୟେ ମାୟା ଚେସବା’ ଫିଲ୍ମରୁ କରିଥିଲେ । ଏହା ପରେ ସେ ଗୋଟେ ପରେ ଗୋଟେ ଫିଲ୍ମ କରି ଚାଲିଲେ । ତାଙ୍କ ଅଭିନୟ ଓ ଲୁକ୍ସକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ସାମନ୍ଥାଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀର ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଛି ।


ଏହାପରେ ସାମନ୍ଥା ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରି ଚାଲିଲେ ଓ ସର୍ବଶ୍ରେଷ୍ଠ ତାମିଲ ଅଭିନେତ୍ରୀ ରୂପେ ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ । ସାମନ୍ଥାଙ୍କ ସହ ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟଙ୍କ ବିବାହ ୬ ଅକ୍ଟୋବର ୨୦୧୭ରେ ହୋଇଥିଲା । ଏମାନଙ୍କ ବିବାହରେ ସାଉଥର ବଡ ବଡ ଦିଗ୍ଗଜ ଅଭିନେତା ଓ ଫିଲ୍ମ ମେକର ମାନେ ଯୋଗ ଦେଇଥିଲେ ।

ସାମନ୍ଥା ଏକ ଅଭିନେତ୍ରୀ ହେବା ସହିତ କେତେକ ବଡ ବଡ କମ୍ପାନୀର ବ୍ରାଣ୍ଡ ଆମ୍ବାସେଡର ମଧ୍ୟ ଅଛନ୍ତି । ସାମନ୍ଥା ଇଂଷ୍ଟାଗ୍ରାମରେ ନିଜ ଫଟୋ ପ୍ରାୟତଃ ସେୟାର କରନ୍ତି । ସୋସିଆଲ ମିଡିଆରେ ସେ ଅଧିକାଂଶ ସମୟ ଆକ୍ଟିଭ ରୁହନ୍ତି । ସାମନ୍ଥାଙ୍କ ଫ୍ୟାନ ଫାଲୋଇଙ୍ଗ ବହୁତ ଅଧିକ । ବର୍ତ୍ତମାନ ସାମନ୍ଥା ତାଙ୍କ ବୈବାହିକ ଜୀବନରେ ବହୁତ ଖୁସି ଓ ଆନନ୍ଦରେ ରହିଛନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଚଟପଟା ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *