Sara Ali Khan କଲେ ବଡ ଖୁଲାସା, କହିଲେ ଫିଲ୍ମ ରେ କାମ କରିବା ପାଇଁ Rohit Shetty ଙ୍କ ସହିତ କରିବାକୁ ପଡିଥିଲା ଏହି କାମ

ବନ୍ଧୁଗଣ ଏହି କିଛି ଦିନ ହେବ ବଲିଉଡରେ ହେଉଥିବା ନେପୋଟିଜିମ ବିଷୟରେ ସବୁ ଲୋକ ଜାଣି ସାରିଛନ୍ତି । ଏହି ସମୟରେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଲୋକମାନେ ସେୟାର କରୁଛନ୍ତି । ଯାହା ଫଳରେ ସାରା ବହୁତ ଚର୍ଚାରେ ଅଛନ୍ତି । ଏହି ଭିଡିଓ ପାଇଁ ସାରାଙ୍କୁ ବହୁତ ଥର ଟ୍ରୋଲିଙ୍ଗ ର ଶିକାର ମଧ୍ୟ ହେବାକୁ ପଡିଛି । ଆଜି ଆମେ ଆପଣ ମାନଙ୍କୁ ସାରାଙ୍କର ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ, ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ପୂର୍ବରୁ ବଲିଉଡର ସମସ୍ତ ଷ୍ଟାର ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡରେ ପାଦ ଦେଉଥିଲେ ଏବଂ ଏମିତି ବହୁତ ସୁପର ହିଟ ଫିଲ୍ମ କରିବା ପରେ ସେମାନେ ବଲିଉଡରେ ସଫଳତା ବା ଲୋକପ୍ରିୟତା ହାସିଲ କରିପାରୁଥିଲେ । ହେଲେ ବର୍ତ୍ତମାନ ସମୟରେ ବଲିଉଡ ଅଭିନେତାଙ୍କର ପୁଅ ବା ଝିଅ ମାନେ ବହୁତ ସହଜରେ ବଲିଉଡରେ ଡେବ୍ୟୁ କରିପାରୁ ଛନ୍ତି ।

ସେମାନଙ୍କ ପାଇଁ ଏମିତି କିଛି ନିୟମ ନାହିଁ ଯାହାକୁ ଦେଖାଇ ସେମାନେ ବଲିଉଡରେ ସଫଳତା ହାସିଲ କରିପାରିବେ । ହେଲେ ଯେଉଁମାନେ ଏହି ସଫଳତା ପାଇଁ ବହୁତ କଷ୍ଟ ବା ସଂଘର୍ଷ କରୁଛନ୍ତି ସେମାନଙ୍କୁ ବଲିଉଡରେ କୌଣସି ମଉକା ଦିଆ ଯାଉ ନାହିଁ । ଏହା ହେଉଛି ବଲିଉଡରେ ଚାଲି ଆସୁଥିବା ନେପୋଟିଜିମ ।

ଏହି ଷ୍ଟାର କିଡ୍ସ ମାନଙ୍କର ବହୁତ ବଡ ଲିଷ୍ଟ ରହିଛି, ଯେଉଁଠି ଜାନଭି କପୁର, ଶ୍ରଦ୍ଧା କପୁର, ଅନନ୍ୟା ପାଣ୍ଡେ, ଆଲିୟା ଭଟ୍ଟ, ବରୁନ ଧାବନ ଏବଂ ଟାଇଗର ସ୍ରୋଫ ଆଦି ଷ୍ଟାର କିଡ୍ସ ମାନେ ରହିଛନ୍ତି । ଏହି ଷ୍ଟାର କିଡ୍ସ ମାନେ ବହୁତ ସହଜରେ ବଲିଉଡରେ ପାଦ ଦେଇଛନ୍ତି । ଏହି ଷ୍ଟାର କିଡ୍ସ ମାନଙ୍କ ମଧ୍ୟରେ କେତେ ଜଣଙ୍କ ଅଭିନୟ ଶୂନ୍ୟ କହିଲେ ଚଳେ, କାରଣ ଏମାନେ ବହୁତ ଖରାପ ଅଭିନୟ କରିଛନ୍ତି ହେଲେ ନେପୋଟିଜିମ ହେତୁ ଏହି ଷ୍ଟାର କିଡ୍ସ ମାନଙ୍କୁ ବହୁତ ମଉକା ଦିଆଯାଉଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାରା ଅଲି ଖାନଙ୍କୁ ନିଶ୍ଚୟ ଜାଣିଥିବେ । ସାରା ଅଲି ଖାନ ମଧ୍ୟ ହେଉଛନ୍ତି ଷ୍ଟାର କିଡ୍ସ । ସାରା ହେଉଛନ୍ତି ବଲିଉଡ ଅଭିନେତା ସେଫ ଅଲି ଖାନ ଏବଂ ଅଭିନେତ୍ରୀ ଅମୃତା ସିଂହଙ୍କ ଝିଅ । ସାରାଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଭିଡିଓଟି ହେଉଛି ରିଆଲିଟି ସୋ ‘କମେଡି ନାଇଟ ୱୀଥ କପିଲ’ର । ଏହି ଭିଡିଓରେ ଫିଲ୍ମ ମେକର ରୋହିତ ସେଟି କହୁଛନ୍ତି, ‘ସାରା ତାଙ୍କ ପାଖକୁ ପ୍ରଥମେ କାମ ମାଗିବା ପାଇଁ ଆସିଥିଲେ, ଷ୍ଟାର କିଡ୍ ହେଲେ ମଧ୍ୟ ସାରା ଏକା ଆସି ରୋହିତଙ୍କୁ ହାତ ଯୋଡି କହିଥିଲେ, ସାର ଆପଣ ମତେ କାମ ଦିଅନ୍ତୁ । ଏହା ଶୁଣି ରୋହିତ ବହୁତ ଖୁସି ହୋଇଥିଲେ ଏବଂ ସାରାଙ୍କୁ ତାଙ୍କ ଫିଲ୍ମ ‘ସିମ୍ବା’ରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ରଖିଥିଲେ’ ।

ସାରା ଷ୍ଟାର କିଡ ହେଲେ ମଧ୍ୟ କାହା ସହାୟତାରେ ବଲିଉଡକୁ ଏଣ୍ଟ୍ରି କରିନାହାନ୍ତି ସେ ନିଜ କଷ୍ଟରେ ବଲିଉଡକୁ ଏଣ୍ଟ୍ରି କରିଛନ୍ତି । ସାରାଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ସାରାଙ୍କ ଫ୍ୟାନ୍ସ ମାନେ ଏହି ଭିଡିଓକୁ ଦେଖି ବହୁତ ଖୁସି ହୋଇଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *