ସାଙ୍ଗ ଘର ଛାତ ଉପରେ ଲୁଚି ଲୁଚି ଦେଖା କରୁଥିଲେ Amitabh ଓ Rekha, ପୁଣି ହେଲା କିଛି ଏମତି କି, ଅଲଗା ହେଇଗଲେ ଦୁଇ ଜଣ

ବନ୍ଧୁଗଣ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଚର୍ଚିତ ପ୍ରେମ କାହାଣୀ ରହିଛି । ସେଥି ମଧ୍ୟରୁ ଅମିତାବ ବଚ୍ଚନ ଓ ରେଖାଙ୍କ ପ୍ରେମ କାହାଣୀ ସବୁଠାରୁ ଲୋକପ୍ରିୟ ଅଟେ । ବନ୍ଧୁଗଣ ୯୦ ଦଶକରେ ଏହି ଦୁଇଟି ଦିଗଜ କଳାକାର ଏକା ସହ ଅନେକ ସୁପର ହିଟ ଫିଲ୍ମ କରିଥିଲେ ଓ ସେହି ସମୟରେ ଏହି ଦୁଇଜଣ ପ୍ରେମ ସମ୍ପର୍କରେ ରହିଥିଲେ ।

ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବହୁତ ଅଧିକ ପସନ୍ଦ କରୁଥିଲେ । ହେଲେ ହଠାତ ଅମିତାବ ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନଙ୍କ ସହ ବିବାହ କରିଦେଇଥିଲେ ଯାହାଫଳରେ ରେଖା ଓ ଅମିତାବଙ୍କ ପ୍ରେମ କାହାଣୀ ଭାଙ୍ଗି ଯାଇଥିଲା । ସେହି ସମୟରେ ଅମିତାବ ଓ ରେଖାଙ୍କ ପ୍ରେମ କାହାଣୀ ବହୁତ ଅଧିକ ଚର୍ଚାରେ ରହିଥିଲା । ଏହି ଦୁଇଜଣ ପ୍ରଥମ ଥର ପାଇଁ ଫିଲ୍ମ ‘ଦୋ ଅଞ୍ଜାନେ’ରେ ପରସ୍ପର ସହ ସାକ୍ଷାତ କରିଥିଲେ ।

ସେହି ସମୟରେ ଅମିତାବ ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିସାରିଥିଲେ ଓ ରେଖା ନିଜ କାରିୟର ଉପରେ ଅଧିକ ଗୁରୁତ୍ଵ ଦେଉଥିଲେ । ଫିଲ୍ମ ‘ଦୋ ଅଞ୍ଜାନେ’ର ସୁଟିଙ୍ଗ ସେଟରେ ଏହି ଦୁଇଜଣ ପରସ୍ପରକୁ ମନ ଦେଇଥିଲେ । ହେଲେ ସେହି ସମୟରେ ଅମିତାବ ଜୟାଙ୍କ ସହ ବିବାହ କରିସାରିଥିଲେ । କିନ୍ତୁ ଅମିତାବ ରେଖାଙ୍କ ସହ ବହୁତ ସମୟ ଲଭ ରିଲେସନରେ ରହିଥିଲେ ।

ସେହି ସମୟରେ ଅମିତବ ଓ ରେଖାଙ୍କ ଯୋଡି ସୁପର ହିଟ ହୋଇଥିଲା । ଏହି ଦୁଇଜଣ ଏକା ସହ ଫିଲ୍ମ ସୁହାଗ, ମୁକାଦ୍ଦାର କା ସିକନ୍ଦର ଓ ରାମ ବଳରାମ ଆଦି ଅନେକ ଫିଲ୍ମରେ କାମ କରିଥିଲେ । ସେହି ସମୟରେ ଏହି ଦୁଇଜଣ ପରସ୍ପର ସହ ବହୁତ ଅଧିକ କ୍ଳୋସ ହୋଇଯାଇଥିଲେ । ମିଡିଆ ରିପୋର୍ଟସ ଅନୁସାରେ ଏହି ଦୁଇଜଣ ପରସ୍ପର ସହ ଏକ ଘରେ ସମୟ ଅତିବାହିତ ମଧ୍ୟ କରୁଥିଲେ ।

ବନ୍ଧୁଗଣ ସେହି ସମୟରେ ଏହି ଦୁଇଜଣଙ୍କ ଲଭ ରିଲେସନ ବିଷୟରେ ଜୟାଙ୍କୁ ଜଣା ପଡିଯାଇଥିଲା । ଏହାପରେ ଜୟା ଗୋଟେ ଦିନ ରେଖାଙ୍କୁ ନିଜ ଘରକୁ ଡାକି ଥିଲେ । ରେଖା ସେହି ପ୍ରପୋସାଲକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରେଖାଙ୍କୁ ଲାଗିଲା, ଜୟା ତାଙ୍କୁ ଘରକୁ ଡକାଇ ବହୁତ କଥା ଶୁଣେଇବେ ଓ ଅମିତବଙ୍କ ଠାରୁ ଅଲଗା ହେବା ପାଇଁ କହିବେ । ହେଲେ ସେ ଦିନ ଏମିତି କିଛି ବି ହେଲା ନାହିଁ ।

ରେଖା ଓ ଜୟା ଏକା ସହ ଖାଇବା କାହିଥିଲେ ଏହା ସହ ବହୁତ କଥାବାର୍ତ୍ତା ମଧ୍ୟ ହୋଇଥିଲେ । ସେତେବେଳେ ରେଖାଙ୍କୁ ଲାଗିଲା ସବୁ କିଛି ଠିକ ଅଛି । ହେଲେ ଯେତେବେଳେ ସେ ଘରକୁ ଯିବା ପାଇଁ ବାହାରିଲେ ସେତେବେଳେ ଜୟା କେବଳ ଗୋଟିଏ କଥା କହିଥିଲେ । ତାହା ହେଉଛି ‘ଯାହା ବି ହେଉ ନା କାହିଁକି ମୁ କେବେବି ଅମିତାବଙ୍କୁ ଛାଡି ବି ନାହିଁ’ ।

ବନ୍ଧୁଗଣ ଏହାପରେ ଅମିତାବ ଓ ରେଖା ଅଲଗା ହୋଇଯାଇଥିଲେ । ବର୍ତ୍ତମାନ ଅମିତାବ ନିଜ ପରିବାର ସହ ବହୁତ ଖୁସିରେ ଅଛନ୍ତି ଓ ରେଖା କୁଆଁରୀ ହୋଇ ରହିଯାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରେଖା ଓ ଅମିତାବଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *