ସଲମାନଙ୍କ ସହିତ ରୋମାନ୍ସ କରିସାରିଥିବା ଏହି ହିରୋଇନ ଏତେ ବଦଳି ଯାଇଛନ୍ତି କି, ଏବେ ଆପଣ ତାଙ୍କୁ ଚିହ୍ନିବି ପାରିବେ ନାହିଁ

ଫିଲ୍ମ ଜଗତ ଏକ ଏମିତି ସଂସାର ଅଟେ ଯେଉଁଠି ସମସ୍ତେ ନିଜର ପରିଚୟ ସୃଷ୍ଟି କରିବାକୁ ଆସିଥାନ୍ତି କିନ୍ତୁ କିଛି ଲୋକମାନେ ହିଁ ଏଠି ନିଜର ନାଁ କରିଥାନ୍ତି । କହିବାକୁ ଗଲେ କିଛି ଲୋକମାନେ ଆସିବା ମାତ୍ରେ ହିଁ ଏଠି ଷ୍ଟାର ହୋଇ ଯାଆନ୍ତି କିନ୍ତୁ କେତେକ ଷ୍ଟାର ବହୁତ ସମୟ ପରେ ନାଁ କରିଥାନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କ ମଧ୍ୟରେ ଏକ ଖାସ ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ । ଆପଣ କେତେ ଥର ଏମିତି ବି ଶୁଣିଥିବେ କିମ୍ବା ଦେଖିଥିବେ କି କିଛି ଷ୍ଟାର ଏମିତି ବି ଅଛନ୍ତି ଯେଉଁମାନଙ୍କୁ ଫିଲ୍ମରେ ଅପାର ସଫଳତା ମିଳିଥାଏ କିନ୍ତୁ କିଛି ସମୟ ପରେ ସେମାନେ ଏହି ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଆନ୍ତି ।

ଆମେ ଯେଉଁ ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ବି କିଛି ଏହିଭଳି ଅଟନ୍ତି । ଆମେ କଥା ହେଉଛୁ ଗୋଟିଏ ଜମାନାରେ ବଲୀଉଡର ପ୍ରସିଦ୍ଧ ଷ୍ଟାର ରହିସାରିଥିବା ‘ରମ୍ଭା’ଙ୍କ ବିଷୟରେ । ସେ ଗୋଟିଏ ସମୟରେ ସୁପରଷ୍ଟାର ସଲମାନଙ୍କ ଅପୋଜିଟରେ ନଜର ଆସିଥିଲେ କିନ୍ତୁ ବର୍ତ୍ତମାନ ସେ ଏତେ ବଦଳି ଯାଇଛନ୍ତି କି ତାଙ୍କୁ ଚିହ୍ନିବା ବହୁତ କଷ୍ଟକର ଅଟେ ।

Google

ଆପଣଙ୍କୁ କହିଦେଉଛୁ କି ରମ୍ଭା ସେହି ଅଭିନେତ୍ରୀ ଅଟନ୍ତି ଯିଏ ‘ଜୁଡୁୱା’ ଓ ‘ବନ୍ଧନ’ ଭଳି ଫିଲ୍ମରେ ସଲମାନଙ୍କ ସହିତ ରୋମାନ୍ସ କରିସାରିଛନ୍ତି । କହିବାକୁ ଗଲେ ରମ୍ଭା ନିଜର କ୍ୟାରିୟର ତେଲୁଗୁ ଫିଲ୍ମରୁ ଆରମ୍ଭ କରିଥିଲେ କିନ୍ତୁ ୯୦ ଦଶକରେ ସେ ବଲୀଉଡର ଟପ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ହୋଇ ଯାଇଥିଲେ ଓ ସମସ୍ତଙ୍କ ପସନ୍ଦିତା ଅଭିନେତ୍ରୀ ବି ହୋଇଯାଇଥିଲେ ।

ସେ ପାଖାପାଖି ୧୭ ଟି ବଲୀଉଡ ଓ ୧୦୦ ରୁ ଅଧିକ ସାଉଥ ଇଣ୍ଡିଆନ ଫିଲ୍ମରେ କାମ କରିସାରିଛନ୍ତି । କିନ୍ତୁ କିଛି ହିଟ ଫିଲ୍ମ ଦେବା ପରେ ରମ୍ଭାଙ୍କ କ୍ୟାରିୟର ତଳକୁ ଖସିବାକୁ ଲାଗିଲା । ଏହା ପରେ ତାଙ୍କ ପାଖରେ କେବଳ ଛୋଟ ଛୋଟ ରୋଲ ଆସିବାକୁ ଲାଗିଲା । ଏହି ସମସ୍ତ ରୋଲ କରିବା ପରିବର୍ତ୍ତେ ରମ୍ଭା ଫିଲ୍ମରୁ ସନ୍ୟାସ ନେବାକୁ ଠିକ ବୁଝିଲେ । ବର୍ତ୍ତମାନ ସମୟର କଥା କହିବା ତ ରମ୍ଭା ଗ୍ଲାମର ଦୁନିଆରୁ ବହୁତ ଦୂରରେ ଅଛନ୍ତି ଓ ବର୍ତ୍ତମାନ ସେ ନିଜର ଦୁଇ ଝିଅଙ୍କ ଦେଖାଶୁଣା କରୁଛନ୍ତି ।

Google

ଆପଣଙ୍କୁ କହିଦେଉଛୁ କି ରମ୍ଭାଙ୍କ ନାମ ସେହି ଷ୍ଟାରମାନଙ୍କ ମଧ୍ୟରେ ଆସିଥାଏ ଯିଏ ବହୁତ କମ ବୟସରେ ବଲୀଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ମାତ୍ର ୧୬ ବର୍ଷ ବୟସରେ ହିଁ ଫିଲ୍ମ ଦୁନିଆକୁ ଆସି ଯାଇଥିଲେ । ରମ୍ଭାଙ୍କ ପ୍ରଥମ ଫିଲ୍ମ ୧୯୯୫ରେ ଆସିଥିଲା ଓ ସେହି ଫିଲ୍ମର ନାମ ଥିଲା ‘ଜଲ୍ଲାଦ’ ।

ଯଦି ରମ୍ଭାଙ୍କ ପର୍ସନାଲ ଲାଇଫ ବିଷୟରେ କଥା ହେବା ତ ଫିଲ୍ମରୁ ଦୂରେଇ ଯିବା ପରେ ସେ ତିରୁମାଲାରେ ‘ଇଂଦ୍ରାଣ ପଦ୍ମନାଥନ’ଙ୍କ ସହ ୨୦୧୦ରେ ବିବାହ କରିଥିଲେ । କିନ୍ତୁ ବିବାହର କିଛି ଦିନ ପରେ ସେ ନିଜର ସ୍ଵାମୀଙ୍କ ଠାରୁ ଦୂରରେ ଯାଇ ଚେନ୍ନାଈରେ ରହୁଥିଲେ । ରମ୍ଭାଙ୍କ ଦୁଇଟି ଝିଅ ‘ଲାନ୍ୟା’ ଓ ‘ସାଶା’ ଅଛନ୍ତି । ରମ୍ଭା ଚିନ୍ତା କରୁଥିଲେ କି ଫିଲ୍ମ ଠାରୁ ଦୂରେଇ ଯାଇ ସେ ନିଜର ଗୃହସ୍ତ ଜୀବନରେ ମନ ଲଗାଇ ନେବେ କିନ୍ତୁ ହେଲା ଏହାର ବିପରୀତ ।

Google

ବିବାହର କିଛି ବର୍ଷ ପରେ ହିଁ ରମ୍ଭା ଓ ତାଙ୍କର ସ୍ଵାମୀଙ୍କ ମଧ୍ୟରେ ବିବାଦର ଖବର ଆସିବାକୁ ଲାଗିଲା ଯେଉଁ କାରଣରୁ ସେମାନେ ଅଲଗା ହୋଇଗଲେ । କେବଳ ଏତିକି ନୁହେଁ ଏହି କଥା ବି ସାମ୍ନାକୁ ଆସିଥିଲା କି ରମ୍ଭାଙ୍କ ସ୍ଵାମୀ ପୂର୍ବରୁ ବି ବିବାହିତ ଥିଲେ ଓ ଏହି କଥା ସେ ରମ୍ଭାକୁ ଲୁଚାଇ ଥିଲେ । ଯାହା ପରେ ଶଶୁର ଘର ଲୋକମାନେ ବି ରମ୍ଭାଙ୍କୁ ବହୁତ ହଇରାଣ କରିଲେ ଓ ଝିଅମାନଙ୍କ ସହିତ ଦେଖା କରିବା ପାଇଁ ବି ଦେଉ ନ ଥିଲେ । କିନ୍ତୁ ଅଲଗା ହେବା ପରେ ରମ୍ଭା ଖୁସିରେ ଅଛନ୍ତି ଓ ସୋସିଆଲ ମିଡିଆରେ ପ୍ରାୟତଃ ନିଜ ଝିଅମାନଙ୍କ ଫଟୋ ଶେୟାର କରିଥାନ୍ତି । ଯଦି ଆପଣଙ୍କୁ ରମ୍ଭାଙ୍କ ବିଷୟରେ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ପେଜକୁ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *