ଋତୁଶ୍ରାବକୁ ନେଇ ଦେଖନ୍ତୁ କଣ କହିଲେ ଅଭିନେତା Papu Pom Pom, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଓଡ଼ିଆ କମେଡିଆନ ପପୁ ପମପମ ଙ୍କୁ ନିଶ୍ଚିତ ଜାଣିଥିବେ । ତେବେ ସେ ନିଜର ଏକ ଅନଲାଇନ କ୍ଳାସ ରେ କିଛି ଜଣା ଅଜଣା ବିଷୟରେ ପିଲା ମାନଂକୁ ଜଣାଇ ଥାଆନ୍ତି । ତେବେ ବର୍ତ୍ତମାନ ସେ ଋତୁସ୍ରାବ ବିଷୟରେ ଏକ କ୍ଳାସ ନେଇଥିଲେ ଏବଂ ସେହି ଥିରେ ସେ ଋତୁସ୍ରାବ ବିଷୟରେ ହିଁ ଅନେକ କଥା କହିଥିଲେ ତେବେ ଆସନ୍ତୁ ଜାଣିନେବା ଋତୁସ୍ରାବ ବିଷୟରେ ।

ତେବେ ମହିଳାଙ୍କ ମାସିକ ଚକ୍ର ଏକ ସ୍ୱାଭାବିକ ପ୍ରକ୍ରିୟା । ଋତୁସ୍ରାବ ବା ମାସିକ ଧର୍ମ ବା ମାସିକିଆ ବା ପିରିଅଡ଼ ଯଥାକ୍ରମେ ଅର୍ଥ ମହିଳାଙ୍କର ଜରାୟୁର ଅନ୍ତଃସ୍ତରରୁ ନିର୍ଗତ ଓ ଯୋନିପଥ ଦେଇ ବାହାରୁଥିବା ମାସିକିଆ ଜରାୟୁ ଝିଲ୍ଲି ଓ ରକ୍ତସ୍ରାବକୁ ବୁଝାଏ । ପ୍ରାୟ ୮୦ % ମହିଳାଙ୍କର ଋତୁସ୍ରାବ ପୂର୍ବରୁ କିଛି ଲକ୍ଷଣ ବାହାରେ । ବ୍ରଣ ହୁଏ, ସ୍ତନ ଦରଜ ହୁଏ ଓ ଫୁଲିଯାଏ, ଥକ୍କା ଲାଗେ ବିରକ୍ତି ଆସେ ଓ ଭାବନାତ୍ମକ ପରିବର୍ତ୍ତନ ହୁଏ ।

୨୦ରୁ ୩୦ % ମହିଳାଙ୍କର ସାଧାରଣ ଜୀବନ‌ଯାତ୍ରା ଏହାଦ୍ୱାରା ପ୍ରଭାବିତ ହେବାରୁ ଏହାର ନାମ ପ୍ରାକ୍ ଋତୁସ୍ରାବ ଲକ୍ଷଣ ପୁଞ୍ଜରଖାଯାଇଛି । ୩ରୁ ୮ % କେଶରେ ଏହି ସ୍ଥିତି ଗମ୍ଭୀର ହୁଏ । ତେବେ ପ୍ରଥମ ଋତୁସ୍ରାବ ୧୨ରୁ ୧୫ ବର୍ଷ ବୟସରେ ଆରମ୍ଭ ହୁଏ ଯାହାକୁ ମେନାର୍କୀ କୁହାଯାଏ । ଆହୁରି ଆଗରୁ ୮ ବର୍ଷ ବୟସରେ ମଧ୍ୟ ବେଳେ ବେଳେ ଆରମ୍ଭ ହୁଏ ଓ ଏହାକୁ ମଧ୍ୟ “ସାଧାରଣ” କୁହାଯାଏ ।

ବିକଶିତ ଦେଶମାନଙ୍କରେ ଏହା ଶୀଘ୍ର ଆରମ୍ଭ ହୁଏ ଓ ବିକାଶଶୀଳ ଦେଶମାନଙ୍କରେ ବିଳମ୍ବରେ ଆରମ୍ଭ ହୁଏ ଋତୁ ଆରମ୍ଭର ପ୍ରଥମ ଦିନଠାରୁ ପରବର୍ତ୍ତି ଋତୁର ପ୍ରଥମ ଦିନ ପର୍ଯ୍ୟନ୍ତ ଯୁବତୀମାନଙ୍କର ପ୍ରାୟ ୨୧ରୁ ୪୫ ଦିନ ଓ ବୟଃପ୍ରାପ୍ତ ମହିଳାଙ୍କର ୨୧ରୁ ୩୧ ଦିନ ସମୟ ଲାଗେ । ପ୍ରାୟ ୪୫ରୁ ୫୫ ବୟସ ମଧ୍ୟରେ ଋତୁବନ୍ଦ ହୁଏ ଯେଉଁ ସମୟଠାରୁ ଋତୁସ୍ରାବ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଏ । ଋତୁସ୍ରାବ ସାଧାରଣତଃ ୨ରୁ ୭ ଦିନ ପର୍ଯ୍ୟନ୍ତ ଲାଗିରହେ ।

ତେବେ ହରମୋନ ମାନଙ୍କର ସ୍ତର କମ ବେଶୀ ହେବାଯୋଗୁ ଋତୁଚକ୍ର ହୁଏ । ହରମୋନ ପ୍ରଭାବ ଫଳରେ ଜରାୟୁର ଅନ୍ତଃସ୍ତର ମୋଟା ହୁଏ ଓ ଅଣ୍ଡା କ୍ଷରଣ ହୁଏ ଓ ଏହି ଅଣ୍ଡାକୁ ଗ୍ରହଣ କରି ଜରାୟୁରେ ଗର୍ଭାବସ୍ଥା ହୁଏ । ଋତୁଚକ୍ରର ପ୍ରାୟ ୧୪ତମ ଦିନରେ ଅଣ୍ଡା କ୍ଷରଣ ହୁଏ ଓ ସମ୍ଭାବ୍ୟ ଫିଟସ ଧାରଣ କରି ପୋଷକ ଯୋଗାଣ କରିବାକୁ ସ୍ଥୁଳ ଜରାୟୁ ତିଆରି ହୋଇଥାଏ । ଗର୍ଭାଧାନ ନ ହେଲେ ଜରାୟୁର ବୃଦ୍ଧିପ୍ରାପ୍ତ ସ୍ତର ଭାଙ୍ଗିଯାଏ ଋତୁସ୍ରାବ ହୁଏ ।

ଋତୁସ୍ରାବ ସମୟରେ ଅନେକ ସମସ୍ୟା ଜାତ ହୁଏ । ବ‌ୟସ ୧୫ ସୁଦ୍ଧା ଋତୁସ୍ରାବ ନ ହେଲେ କିମ୍ବା ୯୦ ଦିନ ପର୍ଯ୍ୟନ୍ତ ଋତୁସ୍ରାବ ନ ହେଲେ ସେହି ଅବସ୍ଥାକୁ ଆମେନୋରିଆ କୁହାଯାଏ ।  ଗର୍ଭାବସ୍ଥାରେ ଓ ସ୍ତନ୍ୟପାନର ପ୍ରଥମ କିଛି ମାସରେ ଋତୁସ୍ରାବ ହୁଏ ନାହିଁ । ଏହାର ସମସ୍ୟା ଯନ୍ତ୍ରଣାଦାୟକ ଋତୁସ୍ରାବ ଓ ଅସାଧାରଣ ଋତୁସ୍ରାବ ଯେପରିକି ଋତୁଚକ୍ର ମଝିରେ ହୁଏ ବା ଅତ୍ୟଧିକ ଋତୁସ୍ରାବ ହୁଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *