TV ଦୁନିଆରୁ ଆସିଲା ସବୁଠୁ ବଡ ଦୁଃଖଦ ଖବର, ଏବେ ଏବେ Ramanand Sagar ଙ୍କ Ramayana ର ଏହି ବଡ କଳାକାରଙ୍କର ହେଲା ପରଲୋକ

ନମସ୍କାର ବନ୍ଧୁଗଣ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଲୋକପ୍ରିୟ ଧାରାବାହିକ ମଧ୍ୟରୁ ଅନ୍ୟତମ । ଯାହାକୁ ଆଜି ପର୍ଯ୍ୟନ୍ତ ସେତିକି ସମ୍ମାନ ଏବଂ ଭଲ ପାଇବା ମିଳୁଛି । ଏହି ରାମାୟଣ ର ସବୁଠାରୁ ଭଲ କଥା କିମ୍ବା ଖାସ କଥା ହେଉଛି ଏହା ଅନେକ କଳାକାରଙ୍କୁ ନିଜର ଏକ ନୂତନ ଏବଂ ଅଲଗା ପରିଚୟ ଦେଇଥିଲା ।

୧୯୮୬-୧୯୮୮ ମଧ୍ୟରେ ପ୍ରସାରିତ ହୋଇଥିବା ଏହି ଧାରାବାହିକ ର କଳାକାର ମାନଂକୁ ଲୋକମାନେ ତାଙ୍କ ଅସଲି ନାମ ରେ ନୁହେଁ ବରଂ ତାଙ୍କ ଚରିତ୍ର ନାମ ରେ ଡାକିବାକୁ ଲାଗିଲେ ।ରାମାୟଣ ରେ ରାମ ଚରିତ୍ର ରେ ଥିବା ଅରୁଣ ଗୋବିଲ ଏବଂ ମାତା ସୀତା ଚରିତ୍ର ରେ ଥିବା ଦୀପିକା ଚିଖଲିଆ ଙ୍କ ଜୀଵନ ରାତାରାତି ବଦଳି ଯାଇଥିଲା । ଲୋକମାନେ ତାଙ୍କ ଭିତରେ ଶ୍ରୀରାମ ଏବଂ ମାତା ସୀତାଙ୍କ ଛବି ଦେଖିବାକୁ ଲାଗିଲେ ।

ଏହି ଧାରାବାହିକ ଏତେ ପ୍ରସିଦ୍ଧ ଏବଂ ଲୋକପ୍ରିୟ ଥିଲା କି ଲୋକମାନେ ଆଜି ମଧ୍ୟ ସବୁ ଚରିତ୍ର କୁ ବହୁତ ଭଲ ଭାବରେ ମନ ରଖିଛନ୍ତି । ଏହି ଚରିତ୍ର ମାନଙ୍କ ମଧ୍ୟରୁ ଏକ ଚରିତ୍ର ଥିଲା ରାଜା ଦଶରଥ ଙ୍କ ମହାମନ୍ତ୍ରୀ ସୁମନ୍ତ ଙ୍କର । ଯାହାଙ୍କର ଅସଲି ନାମ ହେଉଛି ଚନ୍ଦ୍ରଶେଖର ବେଦ୍ୟ । କିନ୍ତୁ ଲୋକମାନେ ତାଙ୍କ ଅସଲି ନାମ ଛଡା ତାଙ୍କ ଚରିତ୍ରର ନାମ ଅଧିକ ଜାଣିଥାନ୍ତି ।
ଯଦି କେହି ବି ରାମାୟଣ ଦେଖିଥିବେ ତେବେ ମହାମନ୍ତ୍ରୀ ସୁମନ୍ତ ଙ୍କ ସହ ନିଶ୍ଚିତ ପରିଚିତ ଥିବେ ।

ଦଶରଥ ଙ୍କ ସାତ ମନ୍ତ୍ରୀ ପରେ ସୁମନ୍ତ ଥିଲେ ଅଷ୍ଟମ ମନ୍ତ୍ରୀ । କିନ୍ତୁ ରାଜା ଦଶରଥ ସୁମନ୍ତ ଙ୍କ ଠାରୁ ହିଁ ସବୁ କଥା ଏବଂ ସବୁ ପରାମର୍ଶ ନେଇଥାନ୍ତି ଏଵଂ ସୁମନ୍ତ ହିଁ ରାମ,ସୀତା ଏବଂ ଲକ୍ଷ୍ମଣ ଙ୍କୁ ବନବାସ ଛାଡିବା ପାଇଁ ଗଙ୍ଗା ନଦୀ ପର୍ଯ୍ୟନ୍ତ ଯାଇଥିଲେ । ମହାରାଜା ଦଶରଥ ଙ୍କ ମହାମନ୍ତ୍ରୀ ଚରିତ୍ର ରେ ଅଭିନୟ କରିଥିବା ଚନ୍ଦ୍ରଶେଖର ଙ୍କ ଆଜି ୯୮ ବର୍ଷ ବୟସରେ ନି-ଧ-ନ ହୋଇଗଲା । ଚନ୍ଦ୍ରଶେଖର ଙ୍କ ଜନ୍ମ ୧୯୨୩ ମସିହା ହାଇଦ୍ରାବାଦ ରେ ହୋଇଥିଲା । ସେ ବହୁତ କମ ବୟସ ରୁ ହିଁ ସେ ସିନେମା ଦୁନିଆ କୁ ଆସିଥିଲେ । ଯେଉଁ କାରଣ ଯୋଗୁଁ ତାଙ୍କୁ ନିଜ ପାଠ ପଢା ଛାଡିବାକୁ ପଡିଥିଲା ।

ଚନ୍ଦ୍ରଶେଖର ଙ୍କ ଅଭିନୟ ଜୀଵନ ଏବଂ ବ୍ୟକ୍ତିଗତ ଜୀଵନ ବହୁତ ସଙ୍ଘର୍ଷ ମୟ ଥିଲା । ତାଙ୍କ ଜୀଵନ ରେ ଏଭଳି ଏକ ସମୟ ଆସିଥିଲା କି ସେ ଚୌକିଦାର କାମ କରିଥିଲେ । ଏହା ପରେ ସେ ଅଭିନୟ କ୍ଷେତ୍ରରେ ନିଜ ଭାଗ୍ୟ କୁ ପରୀକ୍ଷା କଲେ ଏବଂ ସେଥିରେ ସଫଳ ମଧ୍ୟ ହେଲେ । ସେ ସିଏନଟିଏଏ ଆସୋସିଏଶନ ର ଗଠନ ମଧ୍ୟ କରିଥିଲେ । ସେ ନିଜ କ୍ୟାରିୟର ରେ ୧୧୦ ରୁ ମଧ୍ୟ ଅଧିକ ସିନେମା ରେ ଅଭିନୟ କରିଛନ୍ତି । ସେଥି ମଧ୍ୟରୁ ‘ଚା ଚା ଚା’,’ଷ୍ଟ୍ରୀଟ ସିଙ୍ଗର’, ରେ ସେ ନିର୍ଦ୍ଦେଶନା ମଧ୍ୟ କରିଥିଲେ ।

ରାମାୟଣ ରେ ମହାମନ୍ତ୍ରୀ ସୁମନ୍ତ ଙ୍କ ଚରିତ୍ର ରେ ସେ ଅଧିକ ଲୋକପ୍ରିୟ ଏବଂ ପ୍ରସିଦ୍ଧି ଲାଭ କରିଥିଲେ । ସେ ରାମାନନ୍ଦ ସାଗର ଙ୍କ ଘନିଷ୍ଠ ମିତ୍ର ମଧ୍ୟ ଥିଲେ । ଚନ୍ଦ୍ରଶେଖର ଙ୍କ ଛଡା ରାମାୟଣ ଧାରାବାହିକ ରେ ଅନ୍ୟ ଚରିତ୍ର ରେ ଅଭିନୟ କରିଥିବା କଳାକାର ଙ୍କ ର ମଧ୍ୟ ନି-ଧ-ନ ହୋଇ ଯାଇଛି । ସେଥି ମଧ୍ୟରୁ ରାମାୟଣ ରେ ସୁଗ୍ରୀବଙ୍କ ଚରିତ୍ର ରେ ଥିବା ଶ୍ୟାମ ସୁନ୍ଦର କଲାନି ଙ୍କ ମୃ-ତ୍ୟୁ ଗତବର୍ଷ ରେ ହୋଇଥିଲା । ସେ ଅନେକ ଦିନ ରୁ କ୍ୟା-ନ୍ସ-ର ରେ ପୀ-ଡି-ତ ଥିଲେ ।

ରାମାୟଣ ରେ ଥିବା ମେଘନାଦ ଅର୍ଥାତ ବିଜୟ ଆରୋଡା ଙ୍କ ପେଟ ରେ କ୍ୟାନ୍ସର ଯୋଗୁଁ ସେ ମଧ୍ୟ ଏହି ଦୁନିଆ ରୁ ବିଦାୟ ନେଇ ଯାଇଥିଲେ । ଏହା ଛଡା ବିଭୀଷଣ ଚରିତ୍ର ରେ ଥିବା ମୁକେଶ ରାୱଲ ୨୦୧୬ ରେ ଟ୍ରେନ ରୁ କଟି କି ତାଙ୍କ ମୃ-ତ୍ୟୁ ହୋଇଥିଲା । ମଂଥରା ଚରିତ୍ର ରେ ଥିବା ଅଭିନେତ୍ରୀ ଲଳିତା ପାୱାର ଙ୍କ ମୁହଁ କ୍ୟାନ୍ସର ଯୋଗୁଁ ମୃ-ତ୍ୟୁ ହୋଇଥିଲା । ମହାମନ୍ତ୍ରୀ ସୁମନ ଙ୍କ ଚରିତ୍ର ରେ ଥିବା ଚନ୍ଦ୍ରଶେଖର ଭାରତ ଛାଡ଼ ଆନ୍ଦୋଳନ ରେ ମଧ୍ୟ ଯୋଗ ଦେଇଥିଲେ ।

ଭାରତ ଛାଡ଼ ଆନ୍ଦୋଳନ ପରେ ସେ ନିଜ ଭାଗ୍ୟ ର ପରୀକ୍ଷା ପାଇଁ ଫିଲ୍ମରେ କାମ କରିବାକୁ ଲାଗିଲେ । ସେ ୫୦ ରୁ ୯୦ ଦଶକ ପର୍ଯ୍ୟନ୍ତ ଗେଟ ଅଫ ଇଣ୍ଡିଆ, କଟି ପତଙ୍ଗ, ନମକ ହଲାଲ, ତ୍ରିଦେଵ ଭଳି ଅନେକ ସିନେମା ରେ ଅଭିନୟ କରିଛନ୍ତି । ସେ ରାମାୟଣ ଧାରାବାହିକ ରେ ଅଭିନୟ କରିବା ସମୟରେ ୬୫ ବର୍ଷ ର ଥିଲେ ଏବଂ ଧାରାବାହିକ ରେ ସେ ସବୁଠାରୁ ବଡ଼ ମଧ୍ୟ ଥିଲେ ସେ ନିଜ ଅଭିନୟ ରେ ସମସ୍ତ ଙ୍କ ହୃଦୟ ରେ ଘର କରି ପାରିଥିଲେ ।

ସେ ୧୩ ବର୍ଷ ବୟସ ରୁ ହିଁ ବିବାହ କରି ଦେଇଥିଲେ ଏବଂ ପାଠ ପଢିବାକୁ ଇଛା ଥିଲେ ମଧ୍ୟ ଅଧା ରୁ ପାଠ ଛାଡି ବାକୁ ପଡିଥିଲା ଏବଂ ‘ଔରତ ତେରୀ ୟେ କାହାଣୀ’ରୁ ନିଜ ଅଭିନୟ ଆରମ୍ଭ କରିଥିଲେ ।

Leave a Reply

Your email address will not be published. Required fields are marked *