Ollywood ର ଭିଲିଆନ Raimohan Parida କହିଲେ ନିଜ ଲଭ ଷ୍ଟୋରି ! ଲାଜେଇ ଗଲେ ସ୍ତ୍ରୀ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଅଭିନୟ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ।

ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରାଇମୋହନ ପରିଡା । ଆପଣ ମାନେ ସମସ୍ତେ ରାଇମୋହନଙ୍କ ଜବରଦସ୍ତ ଅଭିନୟ ବେସ ଭଲ ଭାବରେ ଦେଖିଥିବେ । ରାଇମୋହନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ରାଇମୋହନ ଫିଲ୍ମ ସହିତ ଅନେକ ଯାତ୍ରାରେ ମଧ୍ୟ କାମ କରିଛନ୍ତି ।

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଭିଡିଓ ଭାଇରାଲ ହେଉଛି ଏହି ଭିଡିଓରେ ରାଇମୋହନ ଏକ ସାକ୍ଷାତ୍କାରରେ ନିଜ ଲଭ ଷ୍ଟୋରି ବିଷୟରେ କହିଛନ୍ତି । ତେବେ ରାଇମୋହନଙ୍କ ଲଭ ଷ୍ଟୋରି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ରାଇମୋହନଙ୍କ ମତରେ-‘ମୁ କଲେଜରେ ପ୍ରପୋଜ କରିଥିଲି । ମୋତେ ସମସ୍ତେ ଡରୁ ଥିଲେ  । ସେ ଗୋଟେ ଟେବୁଲ ଉପରେ ବସିଥିଲେ ସେତେବେଳେ ମୁ କହିଲି ଓ ମ୍ୟାଡମ ଟେବୁଲ ଟା ପଢିବା ପାଇଁ ହେଇଛି ବସିବା ପାଇଁ ନୁହେଁ’ ।

ଆଗକୁ ସେ କହିଛନ୍ତି-‘ମୋତେ ସେ କହିଲେ ତମର କଣ ଗଲା । ଆଛା ତମର କଣ ଗଲା ବାଧିଲା ମତେ କଷ୍ଟ ହେଲା ମୁ ଟିକେ ଜୋର ରେ ପାଟି କରି କହିଦେଲି ସେ କାନ୍ଦିକି ପଳେଇଲେ । ଟା ପରେ କଲେଜ ଆସିଲେ ନାହିଁ ମୁ ଖୋଜି ଖୋଜି ତାଙ୍କ ଘରକୁ ଗଲି ଭୁଲ ମାଗିଲି । ଭୁଲ ମାଗି ଆସିବା ପରେ ଆମେ ଆସ୍ତେ ଆସ୍ତେ କଥା ବାର୍ତ୍ତା ଆରମ୍ଭ କଲୁ । କଲେଜରେ ମତେ ସବୁ ବଦମାସ ବୋଲି ଜାଣିଥିଲେ । କଥାବାର୍ତ୍ତା ହେବା ସମୟରେ ମୁ ଦିନେ କହିଲି ମୁ ତମକୁ ଭଲ ପାଏ । ତା ପରେ ସେ ବି ଟାଇମ ନେଇଗଲେ ବହୁତ ଦିନ’  ।

ଆଗକୁ ସେ କହିଛନ୍ତି-‘ଆମେ ବାହା ହେଇ ଆସିବା ପରେ ମୋର ସଂଘର୍ଷପୂର୍ଣ୍ଣ ଜୀବନ ଆରମ୍ଭ ହୋଇଥିଲା । ୧୦୦ ଟଙ୍କା ଅଜବେଷ୍ଟ ଘରେ ଆମେ ସ୍ଵାମୀ ସ୍ତ୍ରୀ ରହିଲୁ କେବେ କିନ୍ତୁ କାହା ଗାଡିରେ ବସିନୁ ଚାଲି ଚାଲି ଯାଉ ନହଲେ ରିକ୍ସାରେ ଯାଉ । ସେ ଭାରି ସ୍ବାଭିମାନୀ ମତେ କହିଛନ୍ତି ଆମେ ବରଂ ଭୋକରେ ରହିବା ଆମେ ଧାରାଉଧାର କରିବା ନାହିଁ । ହେଲେ ସେ ଦିନ ଚାଲିଗଲା ସମୟ ଆସିଲା ସେ ଘର ସମ୍ଭାଳିଲେ ମୁ କାମ କଲି’ ।

Leave a Reply

Your email address will not be published. Required fields are marked *