ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଲୋକମାନେ ସିନେମା ପାଇଁ ବହୁତ ପାଗଳ ଏବଂ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ । ତେବେ କେବଳ ସିନେମା କିମ୍ବା ଅଭିନେତା ଏବଂ ଅଭିନେତ୍ରୀ ନୁହେଁ ବରଂ ଅନେକ ଲୋକ ଯାତ୍ରା ନାଟକ ଆଦି ଦେଖିବାକୁ ମଧ୍ୟ ଖୁବ ପସନ୍ଦ କରିଥାନ୍ତି ।

ତେବେ ଏହି ଯାତ୍ରା ଆଗରୁ ଗାଁ ମାନଙ୍କ ରେ ହେଉଥିଲା କିନ୍ତୁ ବର୍ତ୍ତମାନ ଗାଁ ସହର ସବୁଠାରେ ହେଇ ପାରୁଛି ଏହା ଛଡା ଏହା ଟିଭି ରେ ମଧ୍ୟ ପ୍ରସାରିତ ହେଉଛି । ତେବେ ଆପଣ ମାନେ ଆମ ଓଡିଆ ଯାତ୍ରା ଜଗତ ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ରେ ଜାଣିଥିବେ । ତେବେ ଆପଣ ମାନେ ଅଭିନେତ୍ରୀ ରାଧା ପଣ୍ଡା ଙ୍କୁ ନିଶ୍ଚିନ୍ତ ଜାଣିଥିବେ ।
ତେବେ ବର୍ତ୍ତମାନ୍ ସମୟ ରେ ରାଧା ଙ୍କ ଜବରଦସ୍ତ ଅଭିନୟ ମଞ୍ଜରୀ ରେ ଦେଖିବାକୁ ମିଳିଛି, ତେବେ ଅଭିନୟ ପାଇଁ ଆଜି ବେଶ୍ ଲୋକ ପରିଚିତ । ତେବେ ଆଜି ଆମେ ରାଧା ଙ୍କ ବ୍ୟକ୍ତିଗତ କଥା ବିଷୟ ରେ ଜାଣିବା ଯାହା ରାଧା ନିଜେ ଏକ ସାକ୍ଷାତକାର କହିଥିଲେ । ତେବେ ସେ କହିଥିଲେ ଯେ ଏଇଟା ହେଉଛି ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ମଞ୍ଚ ମଞ୍ଜରୀ ଯାହା କି ନୂଆ ପାର୍ଟି ଓ ଏହି ପାର୍ଟି ସେ କାମ କରୁଛନ୍ତି । ତେବେ ସେ ତୁଳସୀ ଗଣନାଟ୍ୟ ରେ ୧୦ ବର୍ଷ ଥିଲେ ଏବେ ଏଠି କାମ କରୁଛନ୍ତି ।
ତେବେ ସେ ୨୦୦୫ ରୁ ଅଭିନୟ ଆରମ୍ଭ କରିଥିଲେ ଯାତ୍ରା ଜଗତ ରେ , ତେବେ ସେ ୧୧ ବର୍ଷ କାମ କରିଥିଲେ ଓ ୪ ବର୍ଷ ଘରେ ବସିଛନ୍ତି । ତେବେ ସେ ପ୍ରଥମେ ଯାତ୍ରା ଜଗତରେ ନାଚ କରୁଥିଲେ ଓ ପରେ ଅଭିନୟ । ତେବେ ରାଧା କହିଛନ୍ତି ଯେ ସେ ପାଠ ପଢୁଥିବା ସମୟ ରେ ଓଡ଼ିଶୀ ସିଖୁ ଥିଲେ ଓ ଶିଖୁ ଶିଖୁ ସେ ଏହି ଲାଇନ୍ ରେ ଆସିଗଲେ ।

ତେବେ ଯିବା ପରେ ଘର ଲୋକ ଖୁସି ନଥିଲେ କିନ୍ତୁ ବର୍ତ୍ତମାନ୍ ବେଶ୍ ଖୁସି ଅଛନ୍ତି । ତେବେ ସେ କହିଛନ୍ତି ଦର୍ଶକ ଆମ ମାନ ଙ୍କ ପାଇଁ ଭଗବାନ । ତେବେ ପାଠ ପଢ଼ିବା ର ଇଚ୍ଛା ନ ଥିଲା ବୋଲି ଏହି ଲାଇନ୍ ରେ ପଶିଲି । ତେବେ ତାଙ୍କ ଘର ଜଗତସିଂପୁର ଓ ସେଠାକାର ଜଣେ କଳାକାର ଙ୍କ ସହାୟତା ରେ ସେ ଯାତ୍ରା ଜଗତ କୁ ଆସିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

