ପୂଜା ପାଠ କରି ଦେଖନ୍ତୁ ପୁଅର ନାମ କଣ ରଖିଲେ ବାବୁସାନ ଓ ତୃପ୍ତି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ସୁପରହିଟ ଫିଲ୍ମ ପ୍ରଦାନ କରିଛନ୍ତି । ଏହି ଅଭିନେତା ଓଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି । ଦର୍ଶକ ମାନେ ତାଙ୍କ ଅଭିନୟ ଏବଂ ତାଙ୍କୁ ଖୁବ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ଖବର ଆସିଛି ଯେ ଅଭିନେତା ବାବୁସାନ ମହାନ୍ତି ବାପା ହୋଇସାରିଛନ୍ତି ।

ବାବୁସାନ ନିଜ ପୁଅ ଙ୍କ ସହିତ ଘରକୁ ପ୍ରବେଶ କରିଛନ୍ତି । ତେବେ ଏହି ଅଭିନେତା ନିଜ ପୁତ୍ର ଙ୍କ ନାମ କଣ ରଖିଛନ୍ତି ସେହି ବିଷୟ ଟି ବର୍ତ୍ତମାନ ବେଶ ଚର୍ଚ୍ଚାର ବିଷୟ ସାଜିଛି । ତେବେ ଆସନ୍ତୁ ଏହି ସମ୍ପୁର୍ଣ୍ଣ ବିବରଣୀ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି ୨୦୧୪ ମସିହାରେ ତୃପ୍ତି ଙ୍କୁ ବିବାହ କରିଥିଲେ । ତାଙ୍କ ବିବାହ ପ୍ରେମ ବିବାହ ଥିଲା । ତେବେ ଏହି ସୁନ୍ଦର ଯୋଡ଼ି ଙ୍କ ୨୦୨୧ ମସିହାରେ ଏକ ପୁତ୍ର ସନ୍ତାନ ହୋଇଛି ଏବଂ ଦୁହେଁ ମାତାପିତା ହୋଇଛନ୍ତି ।

ଏହି ଖବର ବର୍ତ୍ତମାନ ସୋସିଆଲ ମିଡିଆ ରେ ସମ୍ପୂର୍ଣ୍ଣ ରୂପରେ ଭାଇରାଲ ହେବାରେ ଲାଗିଛି ଏବଂ ବାବୁସାନ ଓ ତୃପ୍ତି ଙ୍କ କୁନି ପୁଅ ଙ୍କ ଫଟୋ ଓ ଭିଡିଓ ମଧ୍ୟ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି । ବାବୁସାନ ତାଙ୍କ ପୁଅ ସହିତ ଖେଳୁ ଥିବାର ମଧ୍ୟ ନଜର ରେ ଆସିଛନ୍ତି ।

ବିଗତ ତିନି ଚାରି ଦିନ ହେବ ହସ୍ପିଟାଲରେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଛି ଏବଂ ହସ୍ପିଟାଲର ନର୍ସ ମାନେ ବାବୁସାନ ଙ୍କ ସହିତ ସେଲ୍ଫି ମଧ୍ୟ ନେଇ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ନିଜ ପୁତ୍ର ଙ୍କ ସହିତ ବାବୁସାନ ଓ ତୃପ୍ତି ଙ୍କ କିଛି ଫଟୋ ମଧ୍ୟ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ନିଜ ପୁଅ ଙ୍କ ସହିତ ଘରକୁ ପ୍ରବେଶ କରିବା ପରେ ବାବୁସାନ ଙ୍କ ପୁଅ ଙ୍କ ପାଇଁ ତାଙ୍କ ଘରେ ଏକ ପୂଜା ର ଆୟୋଜନ ମଧ୍ୟ କରାଯାଇଛି ଏବଂ ଏହାର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରାଯାଇଛି ।

ଏହି ଫଟୋ କୁ ଦେଖି ଦର୍ଶକ ମାନେ ଅନୁମାନ କରୁଛନ୍ତି ଏହି ପୂଜା ବାବୁସାନ ଙ୍କ ପୁଅ ଙ୍କ ନାମ କରଣ ପାଇଁ ରଖା ଯାଇଛି । କିଛି ଦର୍ଶକ କହୁଛନ୍ତି ଯେ ବାବୁସାନ ଙ୍କ ପୁଅ ଙ୍କ ନାମ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇ ନାହିଁ ଏବଂ କିଛି ଦର୍ଶକ ଏହା କହୁଛନ୍ତି ଯେ ବାବୁସାନ ନିଜ ପୁଅର ନାମ ସାନ୍ ରଖିଛନ୍ତି । ତେବେ ଏହା କେତେ ଦୂର ସତ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *