ଓଲିଉଡ ର ଫେମସ ଅଭିନେତ୍ରୀ Barsha Priyadarsini ଙ୍କ ସମ୍ପତ୍ତି କେତେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରହିଥାନ୍ତି । ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ବର୍ଷା ପ୍ରିୟଦର୍ଶନୀ । ବନ୍ଧୁଗଣ ବର୍ଷା ହେଉଛନ୍ତି ଓଡିଶାର ଜଣେ ଶ୍ରେଷ୍ଠ ଅଭିନେତ୍ରୀ । ସେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଫିଲ୍ମ କରି ଲୋକପ୍ରିୟତା ହାସଲ କରିଛନ୍ତି । ବର୍ଷା ଦେଖିବା ପାଇଁ ମଧ୍ୟ ବହୁତ ସୁନ୍ଦର । ସେଥିପାଇଁ ତାଙ୍କୁ ଅଲିଉଡ ର କୁଇନ ବୋଲି ମଧ୍ୟ କୁହାଯାଏ ।


ଦର୍ଶକ ମାନଙ୍କୁ ବର୍ଷାଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ବହୁତ ଭଲ ଲାଗେ । ହେଲେ ବନ୍ଧୁଗଣ ଆପଣ ମାନେ କଣ ବର୍ଷାଙ୍କ ଜୀବନୀ ଓ ବର୍ତ୍ତମାନର ସମ୍ପତ୍ତି ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଅଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ଜୀବନୀ ଓ ତାଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ବର୍ଷା ପ୍ରିୟଦର୍ଶନୀଙ୍କ ଜନ୍ମ ହୋଇଥିଲା କଟକ ସହରରେ । ବର୍ଷାଙ୍କୁ ପିଲା ଦିନରୁ ଅଭିନୟରେ ବହୁତ ରୁଚି ଥିଲା । ସେ ଆମ ଅଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଫେମସ ହେବା ପାଇଁ ଚାହୁଁଥିଲେ । ସେଥିପାଇଁ ସେ ନିଜ ପାଠ ପଢା ପୂରଣ କରି ମଡେଲିଙ୍ଗ ଦୁନିଆକୁ ଆସିଥିଲେ । ଧୀରେ ଧୀରେ ବର୍ଷାଙ୍କ ସୁନ୍ଦରତା ଓ ଅଭିନୟ ସମସ୍ତଙ୍କୁ ମୋହିତ କରିଥିଲା । ଏହାପରେ ତାଙ୍କୁ ବହୁତ ଗୁଡିଏ ଫିଲ୍ମର ଅଫର ଆସିଥିଲା ।

ବନ୍ଧୁଗଣ ବର୍ଷାଙ୍କ ପ୍ରଥମ ଫିଲ୍ମ ଥିଲା ଏକ ବଙ୍ଗାଳୀ ଫିଲ୍ମ । ସେହି ଫିଲ୍ମର ନାମ ହେଉଛି ‘ବାଜି’ । ଏହି ଫିଲ୍ମଟି ଅବଶ୍ୟ ଫ୍ଲପ ହୋଇଯାଇଥିଲା ।ଏହାପରେ ସେ ୨୦୦୩ ମସିହାରେ ଓଡିଆ ଫିଲ୍ମ ‘ସାବତ ମା’ରେ ନଜର ଆସିଥିଲେ । ଏହି ଫିଲ୍ମ ପରେ ସେ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରି ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଥିଲେ । ବନ୍ଧୁଗଣ ସଫଳତା ପାଇବା ପରେ ବର୍ଷା ୨୦୧୫ ମସିହାରେ ଅଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ସହ ପ୍ରେମ ବିବାହ କରିଥିଲେ ।


ବନ୍ଧୁଗଣ କଟକ ସହରରେ ବର୍ଷାଙ୍କର ଏକ ଆଲିଶାନ ଘର ଅଛି ଓ ତାଙ୍କର ବିଏମଡବ୍ଲୁ ପରି କେତେକ ଦାମୀ କାର ମଧ୍ୟ ଅଛି । ବନ୍ଧୁଗଣ ଯେହେତୁ ଅନୁଭବ ମହାନ୍ତି ଓଡିଶାର ଜଣେ ଦିଗଜ ଅଭିନେତା ହେବା ସହ ଜଣେ ଏମପି ଅଛନ୍ତି ତେଣୁ ବର୍ଷା ଅନୁଭବଙ୍କ ସହ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଥିଲେ । କିନ୍ତୁ ଦୁଃଖର ବିଷୟ ହେଲା ଏହି ଯୋଡି ହେବେ ଅଲଗା ହେବାକୁ ଯାଉଛନ୍ତି । ଦୁଇ ଜଣଙ୍କର ଡିଭୋର୍ସ ର କେସ ଚାଲିଛି । ବର୍ଷାଙ୍କର ମୋଟ ସମ୍ପତ୍ତି ହେଉଛି ୪୦ ରୁ ୫୦ କୋଟି ଟଙ୍କା । ଏହା ସହିତ ବର୍ଷା ନିଜର ଗୋଟେ ଫିଲ୍ମ ପ୍ରତି ୮ ରୁ ୧୦ ଲକ୍ଷ ଟଙ୍କାର ଡିମାଣ୍ଡ କରିଥାନ୍ତି ।

ତା ହେଲେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ବର୍ଷା ପ୍ରିୟଦର୍ଶନୀ କେମିତି ଲାଗନ୍ତି ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *