ସବୁଠୁ ବଡ ଖବର ! ବଞ୍ଚି ଥାଉ ଥାଉ Ollywood ର ଲୋକପ୍ରିୟ ଆକ୍ଟର Mihir Das ଙ୍କୁ ମାରିଦେଲା ୱିକିପିଡିଆ, ଆଉ ତା’ ପରେ କଲା ଏମିତି କାମ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଶାର ଲୋକପ୍ରିୟ ଅଭିନେତା ମିହିରଦାସ, ସେ ବଞ୍ଚି ଥାଉ ଥାଉ ବୁଧୁବାର ଦିନ ମାରିଦେଲା ୱିକିପିଡିଆ । ମାତ୍ର ଗୁରୁବାର ପୁନ୍ନର୍ବାର ମିହିରଦାସ ଜୀବିତ ଥିବା ୱିକିପିଡିଆ ରେ ଡାଟା ଅପଡେଟ କରିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଅଛି । ଏବଂ ନିର୍ଣ୍ଣୟ କରିଛନ୍ତି ତାଙ୍କୁ ଭଲ ପାଉଥିବା ପ୍ରତିଟି ମଣିଷ । ୱିକିପିଡିଆ ତଥ୍ୟ ଅନୁଯାୟୀ ମିହିରଦାସ ଙ୍କର ୧୪ ତାରିଖ ରେ ଦେହାନ୍ତ ହୋଇ ଯାଇଅଛି ।

କିନ୍ତୁ ଗୁରୁବାର ଦିନର ସେହି ତଥ୍ୟକୁ ହଟାଇବା ସହିତ ମିହିରଦାସ ଜୀବିତ ଥିବା ଦର୍ଶାଯାଇଅଛି । ତେବେ ୱିକିପିଡିଆର ତଥ୍ୟ ଉପରେ କୋଟି କୋଟି ଲୋକ ବିଶ୍ଵାସ କରୁଥିବା ବେଳେ, ଏହିଭଳି ଏକ ମିଛ ସୂଚନା ପ୍ରକାଶ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାକୁ ନିନ୍ଦା କରିଛନ୍ତି ଓଡିଶା ସିନେ ଆଶୋସିଏସନ ର ସମ୍ପାଦକ ଶ୍ରୀତମ ଦାସ । ସେ କହିଛନ୍ତି ଯେ ଏବେ ଯେଉଁ ୱିକିପିଡିଆ ରେ ଲୋକମାନେ ଦେଖିଲେ ଯେ ମିହିର ଦାସ ଙ୍କ ମୃତ୍ୟୁ ର ଡେଟ ମଧ୍ୟ ପଡିଛି ।

ତେଣୁ ନିଶ୍ଚିତ ଭାବରେ ଏହା ଏକ ନିନ୍ଦନୀୟ କଥା । ଏତେବେଡ ସଂସ୍ଥା ସେ କିଭଳି ଭାବରେ ଏମିତି ଭୁଲ କଲା ? ଆମ୍ଭେ ମାନେ ସମସ୍ତେ ତାକୁ ଘୋର ନିନ୍ଦା କରୁଅଛୁ । ସୂଚନା ଅନୁଯାୟୀ ମିହିରଦାସ କିଡ୍ନି ଜନିତ ରୋଗରେ ପୀଡିତ ହୋଇ, ଗତ କିଛି ଦିନ ହେବ ଚିକିତ୍ସିତ ହେଉଛନ୍ତି । ଗତ କିଛିଦିନ ହେବ ତାଙ୍କ ଅବସ୍ଥା ଗୁରୁତ୍ଵର ଥିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ ରେ ଭେଣ୍ଟିଲେଟର ରେ ରଖା ଯାଇଅଛି ।

ସ୍ଵତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଶ୍ଵାସ୍ତ୍ୟବସ୍ଥା ଉପରେ ନଜର ରଖିଛନ୍ତି । ମିହିରଦାସ ଅସୁସ୍ଥ ଥିବା ଖବର ସାମ୍ନା କୁ ଆସିବା ପରେ ଓଡିଶା ଏବଂ ଓଡିଶା ବାହାରେ ଥିବା ହଜାର ହଜାର ଲୋକ ତାଙ୍କ ଆରୋଗ୍ୟ ନିମନ୍ତେ କାମନା କରୁଛନ୍ତି । ଏଭଳି ସମୟରେ ୱିକିପିଡିଆ ରେ ଏଭଳି ତଥ୍ୟ ଆସିବାକୁ ସହଜରେ ଗ୍ରହଣ କରି ପାରି ନାହାଁନ୍ତି ତାଙ୍କ ପରିବାର ଏବଂ ଭଲ ପାଉଥିବା ପ୍ରତିଟି ମଣିଷ ।

ଏହା ସହିତ ଏହାର ନିନ୍ଦା କରିଛନ୍ତି । ମିହିରଦାସ ଙ୍କ ପୁଅ ଅମ୍ଳାନ କହିଛନ୍ତି ଯେ ଏହା ବହୁତ ଖରାପ କଥା ଅଟେ । ସୋସିଆଲ ମିଡିଆ ଆମ୍ଭକୁ ଯେତେ ସଠିକ ସୂଚନା ଦେଉଛି ସେତିକି ମାତ୍ରାରେ ଭୁଲ ସୂଚନା ମଧ୍ୟ ଦେଉଛି । ଅମ୍ଳାନ ଏହା ମଧ୍ୟ କହିଛନ୍ତି ଆମ୍ଭ ନିମନ୍ତେ ଯେତିକି ଭଲ କରୁଛି ତାହାର ୨ ଗୁଣା ଖରାପ ମଧ୍ୟ କରୁଛି । ମାତ୍ର ଏହା ଯିଏ ମଧ୍ୟ କରିଛି ତାକୁ କଣ ଲାଭ ମିଳୁଛି ଏହା ବହୁତ ଦୁଖର କଥା ଅଟେ । ବନ୍ଧୁଗଣ ଏହି ଖବର ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *