ଓଡିଶାର ଲୋକପ୍ରିୟ ଗାୟିକା Ira Mohanty ଙ୍କ ପରିବାରରେ କିଏ କିଏ ଅଛନ୍ତି ?

ବନ୍ଧୁଗଣ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ଗାୟିକା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଅବଶ୍ୟ ଆପଣ ମାନେ ସାମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ଗାୟିକା ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏହି ଗାୟିକା ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଲିଉଡ ଗାୟିକାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେ ସେ ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟିକା ଇରା ମହାନ୍ତି । ଆପଣ ମାନେ ସମସ୍ତେ ଇରା ମହାନ୍ତିଙ୍କ ଅନେକ ସୁପର ହିଟ ଗୀତ ଗୁଡିକୁ ନିଶ୍ଚୟ ଶୁଣିଥିବେ ।


ସେ କେତେକ ସୁନ୍ଦର ଗୀତ ଗୁଡିକ ଗାଇ ଓଡିଶାରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ତାଙ୍କ ପରିବାର ଓ ତାଙ୍କ ଜୀବନୀ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଇରା ମହାନ୍ତିଙ୍କ ପରିବାର ଓ ତାଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଇରା ମହାନ୍ତିଙ୍କ ବିଷୟରେ ।

ବନ୍ଧୁଗଣ ଇରା ମହାନ୍ତିଙ୍କ ଜନ୍ମ ୨୩ ଜୁଲାଇରେ ଖୋର୍ଦ୍ଧା, ବାଳକଟୀରେ ହୋଇଥିଲା । ବର୍ତ୍ତମାନ ସେ ନିଜ ପରିବାର ସହ ଓଡିଶା ରାଜଧାନୀ ଭୁବନେଶ୍ଵରରେ ରହୁଛନ୍ତି । ବନ୍ଧୁଗଣ ଇରାଙ୍କ ବାପାଙ୍କ ନାମ ହେଉଛି ଜିତେନ୍ଦ୍ର ମହାନ୍ତି ଓ ତାଙ୍କ ମାଙ୍କ ନାମ ହେଉଛି କଳ୍ପନା ମହାନ୍ତି । ଇରାଙ୍କ ପରିବାରରେ ତାଙ୍କର ଦୁଇ ଭଉଣୀ ଓ ଗୋଟେ ଭାଇ ଅଛନ୍ତି । ସେ ମାତ୍ର ୨ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ବାପା ମାଙ୍କ ପ୍ରେରଣା କ୍ରମେ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ମେଲୋଡି ମଞ୍ଚରୁ ସେ ଆରମ୍ଭ କରିଥିଲେ ଗୀତ ଗାଇବା ।

୨୦୦୩ ମସିହାରେ ସେ Zee TV ସାରେଗାମା ପାରେ ୨ୟ ସ୍ଥାନରେ ବିଜେତା ମଧ୍ୟ ହୋଇଥିଲେ । ଏହାପରେ ସେ ୨୦୦୬ ମସିହାରେ ଏଫଏମ ରେଡିଓରେ ମଧ୍ୟ କାର୍ଯ୍ୟ କରିଥିଲେ । ସଙ୍ଗୀତ ନିର୍ଦେଶକ ମଳୟ ମିଶ୍ରଙ୍କ ନିର୍ଦେଶନାରେ ସେ ଅନେକ ସଙ୍ଗୀତରେ ଗୀତ ଗାଇ ପ୍ରସିଦ୍ଧିଲାଭ କରିଛନ୍ତି । ଇରା ମହନତୀ ଆଧୁନିକ ଗୀତ, ଭଜନ ଓ ଓଡିଶୀ ଆଦି ସମସ୍ତ ଗୀତ ଗାଇଛନ୍ତି । ଇରା ମହାନ୍ତି ଜଣେ ସୁ ହୃଦୟ, ଶାନ୍ତ ମନର ବ୍ୟକ୍ତିବିଶେଷ ଅଟନ୍ତି । ନମ୍ର ଭାବ ପାଇଁ ସେ ଆଜି ଓଡିଶାରେ ଜଣେ ଚର୍ଚିତ ଚେହେରା । ୨୦୧୧ ମସିହାରେ ସେ ଷ୍ଟେଟ ଫିଲ୍ମ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ।

ଏହି ଆୱାର୍ଡ ସହିତ ସେ ଅନେକ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ସେ ଭାରତର ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସ୍କରଙ୍କୁ ନିଜ ଆଦର୍ଶ ମାନି ଆସିଛନ୍ତି । ବନ୍ଧୁଗଣ ସେ ଓଡିଆ ଗୀତ ସହିତ କେତେକ ହିନ୍ଦୀ ଗୀତରେ ମଧ୍ୟ କଣ୍ଠଦାନ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଇରାଙ୍କ ଗୀତ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *