ଓଡିଶାର ଫେମସ ସିଙ୍ଗର Namita Agrawal ଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଗାୟିକା ମାନଙ୍କୁ ନିଶ୍ଚୟ ଜାଣିଥିବେ । ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗାଉଥିବା ସମସ୍ତ ଗାୟିକା ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଲିଉଡ ଗାୟିକାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କେତେକ ସୁପର ହିଟ ଗୀତ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଗାୟିକା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଓଲିଉଡର ଫେମସ ଗାୟିକା ନମୀତା ଅଗ୍ରୱାଲ । ବନ୍ଧୁଗଣ ଆପଣ ମାନେ ସମସ୍ତେ ନମୀତାଙ୍କର କେତେକ ଲୋକପ୍ରିୟ ଗୀତ ଗୁଡିକୁ ନିଶ୍ଚୟ ଶୁଣିଥିବେ । ସେ ଫିଲ୍ମରେ ଗୀତ ଗାଇବା ସହିତ କେତେକ ଭଜନରେ ମଧ୍ୟ ଗୀତ ଗାଇଛନ୍ତି ।

ବନ୍ଧୁଗଣ ନମୀତାଙ୍କ ଭଜନ ସାରା ଓଡିଶାରେ ପ୍ରସିଦ୍ଧ ଅଛି । ତାଙ୍କ ସ୍ଵର ଓ ତାଙ୍କ ଗୀତକୁ ଶୁଣିବା ପାଇଁ ସମସ୍ତ ଲୋକ ବହୁତ ପସନ୍ଦ କରନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ନମୀତାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ନମୀତାଙ୍କ ଜନ୍ମ ୧ ଫେବୃୟାରି ୧୯୬୯ ମସିହାରେ କଟକର ତୁଳସୀପୁରରେ ହୋଇଥିଲା । ନମୀତାଙ୍କ ବାପାଙ୍କ ନାମ ହେଉଛି ଲକ୍ଷ୍ମୀଧର ଦାଶ ଓ ତାଙ୍କ ମାଙ୍କ ନାମ ହେଉଛି ଅନ୍ନଦାମଞ୍ଜରୀ ଦାଶ । ନମୀତାଙ୍କ ସ୍ଵାମୀଙ୍କ ନାମ ହେଉଛି ସୀତାରାମ ଅଗ୍ରୱାଲ । ସୀତାରାମ ଅଗ୍ରୱାଲଙ୍କ ପୌତିକ ଘର ହେଉଛି ପୁରୀରେ । ବନ୍ଧୁଗଣ ୧୯୯୨ ମସିହାରେ ନମୀତା ଓ ସୀତାରାମ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ସୀତାରାମ ଅଗ୍ରୱାଲ ସିଦ୍ଧାର୍ଥ ଟିଭି, ସିଦ୍ଧାର୍ଥ ମ୍ୟୁଜିକ, ସିଦ୍ଧାର୍ଥ ଭକ୍ତି ଓ ୯୧.୯ ସାର୍ଥକ ଏଫଏମର ପ୍ରତିଷ୍ଠାତା ଅଟନ୍ତି । ନମୀତା ଓ ସୀତାରାମଙ୍କର ଗୋଟେ ପୁଅ ଅଛି ଯାହାର ନାମ ହେଉଛି ସିଦ୍ଧାର୍ଥ ଅଗ୍ରୱାଲ । ବନ୍ଧୁଗଣ ପିଲା ଦିନରୁ ନମୀତାଙ୍କର ସଙ୍ଗୀତ ପ୍ରତି ବହୁତ ରୁଚି ଥିଲା । ପିଲା ଦିନରୁ ସେ ଓଡିଆ ସଙ୍ଗୀତ, ଛାନ୍ଦ, ଚମ୍ପୁ ଆଦି ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ ।

ବନ୍ଧୁଗଣ ସେ ୧୯୮୬ ମସିହାରେ ଆକାଶବାଣୀରେ କାର୍ଯ୍ୟ କରିଥିଲେ ଓ ୧୯୯୨ ମସିହାରେ ନମୀତାଙ୍କ ପ୍ରଥମ କ୍ୟାସେଟ ‘ଅଝଟିଆ କାଳିଆ’ ମୁକ୍ତିଲାଭ କରିଥିଲା । ଏହାପରେ ସେ ଓଡିଆ ହିନ୍ଦୀ ଭଜନ ଶ୍ଳୋକ ଆଦିରେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି । ସେ ନିବେଦିତା ନାମରେ ଓଡିଆ ଫିଲ୍ମ ଗୀତ ଓ ଆଲବମ ଆଦିରେ ଅନେକ ଗୀତ ଗାଇଛନ୍ତି ।

ସେ ଓଡିଶାର ଶ୍ରେଷ୍ଠ କଣ୍ଠଶିଳ୍ପୀ ଆୱାର୍ଡ ସହିତ ଅନେକ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ନମୀତାଙ୍କ ଗୀତ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *