ଫେମସ ଓଡିଆ ଅଭିନେତ୍ରୀ Usasi Mishra ଙ୍କ Family ଓ Biography ଆଗରୁ କେବେ ବି ଦେଖି ନଥିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଅଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ଏହି କିଛି ଦିନ ହେବ ଅଲିଉଡର ସମସ୍ତ କଳାକାର ମାନେ ସୋସିଆଲ ମିଡିଆରେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରହୁଛନ୍ତି । ଆଜିଆମେ ଆପଣ ମାନଙ୍କୁ ଅଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ।

ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଉସସି ମିଶ୍ର । ବନ୍ଧୁଗଣ ଆପଣ ମାନେ ସମସ୍ତେ ଉସସିଙ୍କୁ ବହୁତ ଫିଲ୍ମରେ ଦେଖିଥିବେ । ଆଜିଆମେ ଆପଣ ମାନଙ୍କୁ ଉସସି ମିଶ୍ରଙ୍କ ଜୀବନ ସହ ଜଡିତ କିଛି ଖାସ କଥା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଉସସି ମିଶ୍ରଙ୍କ ଜୀବନ ବିଷୟରେ ।

ବନ୍ଧୁଗଣ ଅଲିଉଡ ଅଭିନେତ୍ରୀ ଉସସି ମିଶ୍ର ରାଜଧାନୀ ଭୁବନେଶ୍ବରରେ ଜନ୍ମ ଗ୍ରହଣ କରିଥିଲେ । ସେ ରମାଦେବୀ ବିଶ୍ଵ ବିଦ୍ୟାଳୟରେ ନିଜର ଶିକ୍ଷା ସମାପ୍ତି କରିଥିଲେ । ଉସସିଙ୍କୁ ପିଲା ବେଳରୁ ଅଭିନୟରେ ବହୁତ ରୁଚି ଥିଲା । ସେ ପିଲା ବେଳେ କେତକ ନାଟକ ଓ ଡ୍ରାମାରେ ମଧ୍ୟ ଅଭିନୟ କରିଥିଲେ । ନିଜର ଶିକ୍ଷା ସମାପ୍ତି କରିବା ପରେ ସେ ଫ୍ୟାସନ ଡିଜାଇନଙ୍ଗ କୋର୍ସ ମଧ୍ୟ କରିଥିଲେ ।

ଏହାପରେ ବନ୍ଧୁଗଣ ଉସସି ଅଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ସେ ୧୯୯୬ ମସିହାରେ ନିଜର ଅଭିନୟ କାରିୟରର ଆରମ୍ଭ କରିଥିଲେ । ୧୯୯୯ ମସିହାରେ ଆସିଥିବା ଓଡିଆ ଫିଲ୍ମ ‘ଧର୍ମ ନିକିତି’ରେ ସେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଥିଲେ । ଏହାପରେ ସେ ୨୦୦୨ ମସିହାରେ ଓଡିଆ ଫିଲ୍ମ ‘ବାହୁଡିବେ ମୋ ଜଗା ବଳିଆ’ରେ ଅଭିନୟ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଥିଲେ ।


ଏହିପରି ସେ ଓଡିଆ ଇଣ୍ଡଷ୍ଟ୍ରିରେ ୩୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଉସସିଙ୍କ ଅଧିକାଂଶ ଫିଲ୍ମ ସୁପର ହିଟ ହୋଇଛି । କେବଳ ଅଲିଉଡ ଇଣ୍ଡଷ୍ଟ୍ରିରେ ନୁହେଁ ବନ୍ଧୁଗଣ ଉସସି ବଙ୍ଗାଳୀ, ତେଲୁଗୁ ଓ ଛତିଶଗଡି ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଅଭିନୟ କରିଛନ୍ତି । ଏହା ବ୍ଯତୀତ ସେ ଓଡିଆ ଯାତ୍ରା ଜଗତରେ ମଧ୍ୟ ନିଜର ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି । ଏହି କିଛି ଦିନ ତଳେ ଉସସି ଓଡିଆ ଧାରାବାହିକ ‘କୁଆଁରୀ ବୋହୁ’ରେ ଦେବିକା ରାଣୀ ଭୂମିକାର ନଜର କରିଥିଲେ ।


ଦର୍ଶକ ମାନେ ଉସସିଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ବେସ ଭଲ ପାନ୍ତି । ଉସସି ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା ଆଜି ଏହି ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହା ସହିତ ସେ କେତେକେ ଫିଲ୍ମ ଆୱାର୍ଡରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ଉସସି ବର୍ତ୍ତମାନ ନିଜ ପରିବାର ସହ ରାଜଧାନୀ ଭୁବନେଶ୍ବରରେ ଏକ ସୁଖମୟ ଜୀବନକୁ ଅତିବାହିତ କରୁଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *