କରୋନା ମହାମାରୀରେ ମୃତ୍ୟୁ ବରଣ କରିଥିବା Odia Celebrity

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କୋରନା ମହାମାରୀ ର ପ୍ରଭାବ ତୀବ୍ରତର ହେବାରେ ଲାଗିଛି । ଏଭଳି ପରିସ୍ଥିତି ରେ ଓଡ଼ିଶା ରେ ଅନେକ ଲୋକ ମୃତ୍ୟୁ ବରଣ କରି ସାରିଛନ୍ତି ।

ସେହିପରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅନେକ ମହାନ କଳାକାର ମଧ୍ୟ ଏହି ଭୟଙ୍କର କୋରନା ମହାମାରୀ ରେ ପୀଡ଼ିତ ହୋଇ ନିଜର ପ୍ରାଣ ହରାଇଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ସେହି କଳାକାର ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ କୋରନା ମହାମାରୀ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବିଜୟ ମହନ୍ତି- ବନ୍ଧୁଗଣ ପ୍ରଥମ ଅଭିନେତା ଜଣକ ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ‘ବିଜୟ ମହାନ୍ତି’ । ୧୯୫୦ ମସିହା ଏପ୍ରିଲ ମାସ ୮ ତାରିଖରେ ଜନ୍ମଗ୍ରହଣ କରିଥିବା ଅଭିନେତା ବିଜୟ ମହାନ୍ତି ୭୦ ବର୍ଷ ବୟସ ରେ ଜୁଲାଇ ୨୦ ୨୦୨୦ ମସିହାରେ ମୃ-ତ୍ୟୁ ବରଣ କରିଥିଲେ ।

ଏହି ଅଭିନେତା କୋରନା ରେ ପୀଡିତ ଥିଲେ ଏବଂ ତାଙ୍କ ମୃ-ତ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ହାର୍ଟ ଆଟାକ ଦ୍ଵାରା ହୋଇଥିଲା । ସେ ନିଜ ଝିଅ ଙ୍କୁ ସାକ୍ଷାତ କରିବା ନିମନ୍ତେ ହାଇଦ୍ରାବାଦ ଯାଇଥିବା ସମୟରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ନି-ଧ-ନ ହୋଇଥିଲା ।

୨. ଅଜିତ ଦାସ- ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ‘ଅଜିତ ଦାସ’ ଙ୍କ ମୃ-ତ୍ୟ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ବାପ ଛେଉଣ୍ଡ କରି ଦେଇଥିଲା । ଏହି ଅଭିନେତା କୋରୋନା ରୋଗରେ ପୀଡ଼ିତ ଥିଲେ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ୧୩ ସେପ୍ଟେମ୍ବର ୨୦୨୦ ମସିହାରେ ୮୦ ବର୍ଷ ବୟସ ରେ ତାଙ୍କର ମୃ-ତ୍ୟ ଘଟିଥିଲା ।

୩. ରବି ମିଶ୍ର- ବନ୍ଧୁଗଣ ଆପଣ ମାନେ ରବି ମିଶ୍ର ଙ୍କୁ ‘ହେ ପ୍ରଭୁ’ ସିରିଆଲ ରେ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଅଭିନେତା ପୂର୍ବରୁ ଅନେକ ଫିଲ୍ମ ଓ ସିରିଆଲ ରେ କାମ କରିଛନ୍ତି । ତେବେ ଅଭିନେତା ରବି ମିଶ୍ର ମଧ୍ୟ କୋରନା ରୋଗ ରେ ପୀଡ଼ିତ ଥିଲେ ଏବଂ ଗତ ବର୍ଷ ସେ ଏହି ମହାମାରୀ ରେ ନିଜର ପ୍ରାଣ ହରାଇଥିଲେ ।

୪. ପ୍ରଦୀପ ମହାରଥୀ- ବନ୍ଧୁଗଣ ପିପିଲି ର ବିଧାୟକ ପ୍ରଦୀପ ମହାରଥୀ କୋରନା ମହାମାରୀ ରେ ସଂକ୍ରମିତ ହୋଇଥିଲେ ଏବଂ ଏହି ବରିଷ୍ଠ ନେତା ଙ୍କ ମୃତ୍ୟୁ ମଧ୍ୟ ଏହି ମହାମାରୀ ଦ୍ଵାରା ହୋଇଥିଲା ।

୫. ଅଭିଷେକ- ବନ୍ଧୁଗଣ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ‘ମାୟା’ ର ଡ଼ାଇରେକ୍ଟର କୋରନା ରୋଗ ରେ ଆକ୍ରାନ୍ତ ହୋଇଥିଲେ ଏବଂ କିଛି ଦିନ ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ଘଟିଛି । ଏହି ସମ୍ବନ୍ଧରେ ସିରିଆଲ ର ଲିଡ଼ ଅଭିନେତା ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ସମସ୍ତ ଦର୍ଶକ ଙ୍କୁ ଜଣାଇଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *