ଦେଖନ୍ତୁ କେମିତି ନିଜ ବାହାଘରରେ ଗୀତ ବୋଲିଲେ ଲୋକପ୍ରିୟ କମେଡିଆନ Pragyan, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ହାତେକୁ ଦୁଇ ହାତ ହେଇଛନ୍ତି ଓଲିଉଡ କମେଡି କିଙ୍ଗ ପ୍ରଜ୍ଞା ରଞ୍ଜନ ଖଟୁଆ । ମଙ୍ଗଳବାର କଟକସ୍ଥିତ ବାସଭବନରେ ତାଙ୍କର ମଙ୍ଗଳକୃତ୍ୟ ସମ୍ପନ୍ନ ହୋଇଛି । ଦୀର୍ଘ ଦୀନର ବାନ୍ଧବୀ ସୁନନ୍ଦାଙ୍କୁ ସେ ନୀଜର ଜୀବନ ସାଥୀ କରିଛନ୍ତି । ଗତ ୧୬ ତାରିଖରେ ପ୍ରଜ୍ଞା ଓ ସୁନନ୍ଦାଙ୍କ ନିର୍ବନ୍ଧ ହୋଇଥିଲା । ଓଲିଉଡ ହାସ୍ୟ ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ନିର୍ବନ୍ଧର ସପ୍ତାହେ ଭିତରେ ପ୍ରଜ୍ଞା ଓ ସୁନନ୍ଦା ବିବାହ କରିଛନ୍ତି । କୋରୋନା କଟକଣା ଭିତରେ ଖାଣ୍ଟି ଓଡିଆ ରିତିନୀତିରେ ବିବାହ ସମ୍ପନ୍ନ ହୋଇଛି । କେବଳ ପ୍ରଜ୍ଞା ଓ ସୁନନ୍ଦାଙ୍କ ପରିବାର ଏବଂ ଅଳ୍ପ ଅତିଥୀରେ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ଶୁକ୍ରବାର ଅର୍ଥାତ ଆଜି ରିସେପସନ ହେବ । ପ୍ରଜ୍ଞାଙ୍କ କଟକର ସାହାନିଆଜ ପୁରସ୍ଥିତ ବାସଭବନରେ ବିବାହ ଆୟୋଜନ ହୋଇଥିଲା ।

ପ୍ରଜ୍ଞା ଓ ସୁନନ୍ଦାଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଥିଲା । ଯାହାକୁ ଏକ ନୂଆ ନାମ ମିଳିଛି । ଏକ ସୁଟିଂ ସେଟରୁ ଉଭୟେ ମନ ଦିଆନିଆ ହୋଇଥିଲେ । ପ୍ରଜ୍ଞାଙ୍କ ପରି ସୁନନ୍ଦା ମଧ୍ୟ ଅଭନୟ କରନ୍ତି । ଉଭୟେ ଏକାଧିକ ଫିଲ୍ମ ଓ ଓଡିଆ କମେଡିରେ କାମ କରିଛନ୍ତି । ତେବେ ଏହା ଭିତରେ ପ୍ରଜ୍ଞା ଙ୍କୁ ଯେତେବେଳେ ଏହା ଉପରେ କଣ କହିବାକୁ ଚାହୁଁଛନ୍ତି ପଚାରିବାରୁ ସେ ଉତ୍ତର ରେ କହିଥିଲେ କି ଭଲ ଲାଗୁଛି ନୂଆ ଜୀଵନ ନୂଆ ସଂସାର ।

ଏହା ସହ ସେ ଦର୍ଶକ ମାନଂକୁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି କି ତାଙ୍କ ଆଶୀର୍ବାଦ ବିନା ଏ ସବୁ କିଛି ସମ୍ଭବ ହୋଇ ପାରିବନି । ତେବେ ଶୁକ୍ରବାର ଦିନ ରିସେପସନ ମଧ୍ୟ ହୋଇଥିଲା ଏବଂ ସେ ବହୁତ ଖୁସି ମଧ୍ୟ ଥିଲେ । ତାଙ୍କର ନୂତନ ଜୀଵନ କୁ ସୁଖମୟ ହେଉ ବୋଲି ଆଶୀର୍ବାଦ କରନ୍ତୁ ବୋଲି ସେ ନିଜ ଦର୍ଶକ ମାନଂକୁ କହିଥିଲେ । ତେବେ ସେ ନିଜ ରିସେପସନ ରେ ଏକ ସୁନ୍ଦର ଓଡ଼ିଆ ଗୀତ ନିଜେ ଗାଇ ଥିଲେ ।

ଏକ ଜଗନ୍ନାଥ ଙ୍କ ଭଜନ ସେ ଗାଇଥିଲେ । ତେବେ ସମସ୍ତେ ଏହି ଗୀତକୁ ଭଜନ କୁ ମନରେ ଶ୍ରଦ୍ଧା ର ସହିତ ଶୁଣୁ ଥିଲେ ଏହା ସହ ପ୍ରଜ୍ଞା ଏବଂ ସୁନନ୍ଦା ଦୁହେଁ ବହୁତ ସୁନ୍ଦର ମଧ୍ୟ ଦିଶୁଥିଲେ । ତେବେ ଶେଷ ରେ ସେ ଦୁଃଖ କରି କହିଥିଲେ କି ଏହି କୋଭିଡ କାଳରେ ବିବାହ ହୋଇ ଯାଇଛି ଏବଂ ସେଥିପାଇଁ ସେ ତାଙ୍କର ଅନେକ ବନ୍ଧୁ ବାନ୍ଧବ ଙ୍କୁ ଡାକି ପାରି ନାହାନ୍ତି ଅନେକ ସାଙ୍ଗ ମଧ୍ୟ ତାଙ୍କ ବିବାହ ରେ ଯୋଗଦାନ ଦେଇ ପାରିଲେ ନାହିଁ ସେଥିପାଇଁ ସେ ଦୁଃଖିତ ।

ତେବେ ସେ ଏହା ମଧ୍ୟ କହିଛନ୍ତି କି ସୁଯୋଗ ମିଳିଲେ ସେ ନିଶ୍ଚୟ ସମସ୍ତ ଙ୍କୁ ଆମନ୍ତ୍ରଣ କରି ଏକ ପୋଗ୍ରାମ କରିବେ । ତେବେ ଆପଣଙ୍କୁ ଏହି ପ୍ରଜ୍ଞାନନ୍ଦା ଯୋଡି କିପରି ଲାଗୁଛି ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *