ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ, ଓଡ଼ିଆ ଫିଲ୍ମ ଜଗତ ର ବରିଷ୍ଠ ଅଭିନେତା ମିହିର ଦାସ ଆଉ ଆମ ଗହଣ ରେ ନାହାନ୍ତି। ଖୁବ କମ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମାତ୍ର ୬୩ ବର୍ଷ ବୟସରେ ହିଁ ତାଙ୍କର ନିଧନ ହୋଇଛି। ତାଙ୍କ ର ନିଧନ ରେ ଓଲିଉଡ ର ସମସ୍ତ କଳାକାର ଶୋକ ପ୍ରକାଶ କରିଛନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ମିହିର ଦାସ ଙ୍କ ମୃତ୍ୟୁ ରେ ଓଡ଼ିଆ କଳାକାର ନିଜର କଣ ମନ୍ତବ୍ୟ ରଖିଛନ୍ତି। ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ରେ ଅଛନ୍ତି ଅର୍ଦ୍ଧେନ୍ଦୁ। ମିହିର ଦାସ ଙ୍କ ପରଲୋକ ରେ ସେ କହିଛନ୍ତି ତାଙ୍କର ଏବଂ ମିହିର ଦାସ ଙ୍କ ସମ୍ପର୍କ ବାପା ଓ ପୁଅ ଭଳି ଥିଲା।ସେ ତାଙ୍କ ଠାରୁ ବହୁତ କିଛି ଶିଖିଛନ୍ତି। ତାଙ୍କର ଏଭଳି ଅଚାନକ ମୃତ୍ୟୁ ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ବହୁତ ବଡ଼ କ୍ଷତି ଅଟେ। ୨. ଦ୍ଵିତୀୟ ରେ ଅଛନ୍ତି ଝିଲ୍ଲୀକ। ଝିଲ୍ଲୀକ କହିଛନ୍ତି ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ସମସ୍ତ ସ୍ମୃତି ତାଙ୍କ ହୃଦୟ ରେ ସବୁଦିନ ପାଇଁ ସାଇତି ହୋଇ ରହିବ।
୩. ତୃତୀୟ ରେ ଅଛନ୍ତି ବବି ମିଶ୍ର। ବବି କହିଛନ୍ତି ଯେ, ମୋ ଗୁରୁ ଆଉ ଏହି ଦୁନିଆ ରେ ନାହାନ୍ତି। କିନ୍ତୁ ସେ ତାଙ୍କ ହୃଦୟ ରେ ସବୁଦିନ ପାଇଁ ଅମର ହୋଇ ରହିବେ। ୪. ଚତୁର୍ଥ ରେ ଅଛନ୍ତି ବର୍ଷା ପ୍ରିୟଦର୍ଶିନୀ। ବର୍ଷା କହିଛନ୍ତି ମିହିର ଦାସ ଓଲିଉଡ ଇଣ୍ଡଷ୍ଟ୍ରୀ ର ଜେମ ଥିଲେ। ତାଙ୍କର ନିଧନ ରେ ତାଙ୍କ ପରିବାର ସଦସ୍ୟ ଙ୍କୁ ଭଗବାନ ସାହସ ଦିଅନ୍ତୁ।

୫. ପଞ୍ଚମ ରେ ଅଛନ୍ତି ବୁଦ୍ଧାଦିତ୍ୟ ମହାନ୍ତି। ବୁଦ୍ଧାଦିତ୍ୟ କହିଛନ୍ତି ଯେ, ସେ ଆଉ ତାଙ୍କ ହସ ହସ ମୁଖ କେବେବି ଦେଖି ପାରିବେ ନାହିଁ। ୬. ଷଷ୍ଠ ରେ ଅଛନ୍ତି ସବ୍ୟସାଚୀ। ସବ୍ୟସାଚୀ କହିଛନ୍ତି ଯେ, ଏମିତି ଯିବାର ନଥିଲା ମିହିର ଭାଇ। ଭଗବାନ ତୁମ ଆତ୍ମା କୁ ଶାନ୍ତି ଦିଅନ୍ତୁ। ୭. ସପ୍ତମ ରେ ଅଛନ୍ତି ଆକାଶ ଦାସ। ଆକାଶ କହିଛନ୍ତି ଯେ, ଓଲିଉଡ ଇଣ୍ଡଷ୍ଟ୍ରୀ ର ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ନିଧନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଏକ ଅପୁରଣୀୟ କ୍ଷତି ଅଟେ।

୮. ଅଷ୍ଟମ ରେ ଅଛନ୍ତି ଦୀପକ। ଦୀପକ କହିଛନ୍ତି ମିହିର ଦାସ ଙ୍କୁ ସେ ସବୁବେଳ ପାଇଁ ମନେ ପକାଇବେ। ତାଙ୍କ ସ୍ଥାନ ଅଦ୍ଵିତୀୟ ଅଟେ। ୯. ନବମ ରେ ଅଛନ୍ତି ଅନୁଭବ ମହାନ୍ତି। ଅନୁଭବ କହିଛନ୍ତି ଅତିପ୍ରିୟ ମିହିର ଦାସ ଙ୍କ ବିୟୋଗ ରେ ମୁଁ ଅତ୍ୟନ୍ତ ଦୁଃଖିତ। ଭଗବାନ ତାଙ୍କ ଆତ୍ମା ର ସଦ୍ଗତି କରନ୍ତୁ। ୧୦. ଦଶମ ରେ ଅଛନ୍ତି ସମ୍ବିତ। ସମ୍ବିତ କହିଛନ୍ତି ଯେ, ମିହିର ଦାସ ସବୁବେଳ ପାଇଁ ମନେ ପଡ଼ିବେ।
୧୧. ଏକାଦଶ ରେ ଅଛନ୍ତି ସ୍ୱରାଜ। ସ୍ଵରାଜ କହିଛନ୍ତି ଯେ, ରକରେ ଲେଖିଛି ନାଁ ରୁ ନେଇ ଏଯାବତ ପୁଅ ର ସ୍ନେହ ଦେବାରେ କେବେବି ଉଣା କରି ନାହାନ୍ତି। ଜାଣିଛି ଆପଣ ଆଉ ଫେରିବେନି। କିନ୍ତୁ ପୁଣିଥରେ ପଚାରିବି ସାର୍ କଣ ସତରେ ଆଉ ଆପଣଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇବିନି?

