ଆଜି ବହୁତ ବଦଳି ଯାଇଛନ୍ତି TV ର ପପୁଲାର ସିରିଏଲ “ଶ୍ରୀ କୃଷ୍ଣ” ରୋଲ କରିଥିବା ଏହି Actor ଓ ଇଏ ହେଉଛନ୍ତି ତାଙ୍କ ରିଅଲ ଲାଇଫ ପତ୍ନୀ

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ଆମ ଜୀବନରେ ମହାଭାରତ ଧାରାବାହିକ ରେ ଶ୍ରୀକୃଷ୍ଣ ଙ୍କ ଭୂମିକା ବହୁତ ଗୁରୁତ୍ୱ ପୂର୍ଣ ଅଟେ । ଏହାଦ୍ଵାରା ବହୁତ କିଛି ଶିଖିବାକୁ ମିଳିଥାଏ । ୧୯୮୮ ମସିହାରେ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହୋଇଥିବା ମହାଭାରତ କୁ ଲୋକମାନେ ବହୁତ ଭଲ ପାଇବା ଦେଇଥିଲେ ।

ଲକଡାଉନ ରେ ରାମାୟଣ ଏବଂ ମହାଭାରତ କୁ ବହୁତ ସଫଳତା ମିଳିଥିଲା । ଏହା ଟିଭି ଜଗତ ର ଟିଆରପି ର ସମସ୍ତ ରେକର୍ଡ କୁ ଭାଙ୍ଗି ଦେଇଥିଲା । ମହାଭାରତ ର ସମସ୍ତ କଳାକାର ବହୁତ ଲୋକପ୍ରିୟତା ହାସଲ କରିଥିଲେ । ମହାଭାରତ ର ସମସ୍ତ ଭୂମିକା ମଧ୍ୟରୁ ଲୋକ ମାନେ ଶ୍ରୀକୃଷ୍ଣ ଙ୍କ ଭୂମିକା କୁ ବହୁତ ପସନ୍ଦ କରିଥାନ୍ତି । ମହାଭାରତ ରେ ଶ୍ରୀକୃଷ୍ଣ ଙ୍କ ଭୂମିକା ରେ ଅଭିନୟ କରିଥିବା କଳାକାର ଙ୍କ ନାମ ହେଉଛି ନୀତିଶ ଭରଦ୍ବାଜ । ଏହି ଅଭିନେତା ଜଣଙ୍କ ବର୍ତ୍ତମାନ କିପରି ଅଛନ୍ତି ଆଜି ଆମେ ସେହି ବିଷୟ ରେ ଆପଣଂକୁ ଜଣାଇବାକୁ ଯାଉଛୁ ।

ବନ୍ଧୁଗଣ ୧୯୮୮ ମସିହା ରେ ପ୍ରଥମ କରି ପି ଆର ଚୋପ୍ରା ଙ୍କ ର ମହାଭାରତ ଟିଭି ରେ ପ୍ରସାରିତ ହୋଇଥିଲା । ପୁନର୍ବାର ଲକଡାଉନ ରେ ମଧ୍ୟ ଏହା ପ୍ରସାରିତ ହୋଇଥିଲା । ଏହି ଧାରାବାହିକ ରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଭୂମିକା ରେ ଅଭିନୟ କରିଥିବା ନୀତିଶ ଭରଦ୍ବାଜ ଙ୍କୁ ଲୋକ ମାନେ ବହୁତ ଭଲ ପାଇବା ଦେଇଥିଲେ । ନୀତିଶ ଙ୍କ ଜନ୍ମ ୨ ଜୁନ ୧୯୬୩ ମସିହା ରେ ମହାରାଷ୍ଟ୍ର ର ମୁମ୍ବାଇ ଠାରେ ହୋଇଥିଲା ।

ବର୍ତ୍ତମାନ ସେ ୫୭ ବର୍ଷ ର ହୋଇଗଲେଣି । ସେ ହିନ୍ଦୀ,ମାଲୟଲମ ଓ ମରାଠୀ ଭାଷା ର ବହୁତ ଫିଲ୍ମ ରେ ଅଭିନୟ କରିଛନ୍ତି । ୧୯୮୮ ମସିହା ରେ ସେ ପ୍ରଥମ ଥର ପାଇଁ ଶ୍ରୀକୃଷ୍ଣଙ୍କ ଭୂମିକା ରେ ଦେଖିବାକୁ ମିଳିଥିଲେ । ଏହି ଭୂମିକା ରେ ସେ ଏତେ ଫିଟ ହୋଇଯାଇଥିଲେ ଯେ ଲୋକ ମାନେ ତାଙ୍କୁ ଅସଲ ରେ ଭଗବାନ କୃଷ୍ଣ ବୋଲି ମାନୁଥିଲେ ।

ବର୍ତ୍ତମାନ ଆମେ କଥା ହେବା ନୀତିଶ ଭରଦ୍ବାଜ ଙ୍କ ବାସ୍ତବ ଜୀବନ ସମ୍ପର୍କରେ । ସେ ନିଜ ଅସଲ ଜୀବନ ରେ ଦୁଇ ଥର ବିବାହ କରିଛନ୍ତି । ପ୍ରଥମେ ସେ ୧୯୯୧ ମସିହା ୨୭ ଡିସେମ୍ବର ରେ ମୋନିଶା ପାଟିଲ ଙ୍କୁ ବିବାହ କରିଥିଲେ । ୨୦୦୫ ମସିହା ରେ ଦୁଇଜଣଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା । ଦ୍ଵିତୀୟ ରେ ସେ ୨୦୦୯ ମସିହା ରେ ସମିତା ଙ୍କୁ ବିବାହ କରିଥିଲେ । ସମିତା ଜଣେ ଆଇ ଏ ଏସ ଅଧିକାରୀ ଅଟନ୍ତି ।

ମୋନିଶା ଙ୍କ ର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି । ସେମାନେ ବର୍ତ୍ତମାନ ମୋନିଶା ଙ୍କ ସହିତ ଲଣ୍ଡନରେ ରହୁଛନ୍ତି । ସମିତା ଙ୍କ ର ମଧ୍ୟ ଦୁଇଟି ଯାଆଁଳା ଝିଅ ରହିଛନ୍ତି । ବର୍ତ୍ତମାନ ମଧ୍ୟ ନୀତିଶ ଅଭିନୟ ସହିତ ଯୋଡି ହୋଇ ରହିଛନ୍ତି । ସେ ବର୍ତ୍ତମାନ କେତେକ ମରାଠୀ ଫିଲ୍ମ ନିର୍ମାଣ କରୁଛନ୍ତି ଓ ଧାରାବାହିକ ରେ ଅଭିନୟ ମଧ୍ୟ କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *