ମାତ୍ର 20 ଟଙ୍କାରେ ପାଆନ୍ତୁ ସୁନ୍ଦର ଚେହେରା ଓ ଘନ କେଶ, ଷ୍ଟ୍ରେଚ ମାର୍କ ବି ହେଇଯିବ ଗାୟବ- Beauty Tips

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ମଣିଷ ଜୀବନରେ ନିଜ ଶରୀରର ଦାୟୀତ୍ଵ ନେବା ପାଇଁ କିଛି ଭିଟାମିନ ରହିଛି ।ସେହିପରି ସବୁ ଭିଟାମିନ ର କିଛି ନା କିଛି ଗୁଣ ରହିଛି ।ଭିଟାମିନ ଇ କ୍ୟାପସୁଲ ଆପଣଙ୍କର ଚୁଟି , ଏବଂ ଚେହେରା ପାଇଁ ବହୁତ ଲାଭଜନକ ହୋଇଥାଏ । ଏହା ର ସଠିକ ଉପଯୋଗ ଦ୍ଵାରା ଏହା ଆପଣଙ୍କ ର ଚୁଟିର କୁଞ୍ଚକୁଞ୍ଚିଆ କୁ ଦୂର କରିଥାଏ , ଫଟା ଓଠ କୁ ମଧ୍ୟ ଠିକ କରିଥାଏ । ଆଖିତଳ ର କଳା ପଣ କୁ ବି ଦୂର କରିଥାଏ । ଏହା ସହିତ ଷ୍ଟ୍ରେଚ ମାର୍କ କୁ ବି ଦୂର କରିଥାଏ । ଏହାଛଡା ଏହାର ଆହୁରି ଅନେକ ଫାଇଦା ରହିଛି।ତେବେ ବନ୍ଧୁଗଣ ଆଜି ଆମେ ଭିଟାମିନ ଇ କ୍ୟାପ୍ସୁଲ ର ଅନେକ ଉପକାରୀତା ବିଷୟ ରେ ଜାଣିବା।ତେବେ ବନ୍ଧୁଗଣ ଆସନ୍ତୁ ଏ ବିଷୟରେ ଅଧିକ ଆଲୋଚନା କରିବା।

ଆପଣଙ୍କୁ ଭିଟାମିନ ଇ କ୍ୟାପ୍ସୁଲ ବଜାର ରେ ମାତ୍ର ୨୦ ଟଙ୍କା ରେ ମିଳିଯିବ । ପ୍ରଥମେ ଗୋଟିଏ ଭିଟାମିନ ଇ କ୍ୟାପସୁଲ ର ଗୋଲୀ ନିଅନ୍ତୁ । ତାକୁ ଗୋଟେ ସଫା ପିନ ମାଧ୍ୟମରେ କଣା କରି ତାର ସମସ୍ତ ଜେଲ କୁ ଗୋଟେ ଗିନା କୁ ବାହାର କରିଦିଅନ୍ତୁ । ଆପଣ ଯଦି ଚାହିଁବେ ଏହାକୁ ସିଧା ବ୍ୟବହାର କରିପାରିବେ ନହେଲେ ଅଲିଭ ତେଲ ମିଶାଇ ବା ଯେ କୌଣସି ତେଲ ମିଶାଇ ତାକୁ ଆପଣଙ୍କର ଚୁଟି କିମ୍ବା ଚେହେରା ରେ ଲଗେଇପାରିବେ ।

ଭିଟାମିନ ଇ କ୍ୟାପସୁଲ ରେ ଏମିତି ଆଣ୍ଟି ଅକ୍ସଆଇଡ଼ ଥାଏ ଯାହା କି ଆମ ଚୁଟି ଓ ଚେହେରା ପାଇଁ ଲାଭଦାୟକ ହୋଇଥାଏ । ତେଣୁ ଏବେ ପାର୍ଲର ମାନଙ୍କ ରେ ବିଭିନ୍ନ ଉପଚାର ପାଇଁ ଭିଟାମିନ ଇ କୁ ବ୍ୟବହାର କରୁଛନ୍ତି। ପ୍ରଥମେ ଓଠ ପାଇଁ । ଫଟା ଓଠ ହେଉ ଅବା ଓଠ କୁ କୋମଳ ଆଉ ସୁନ୍ଦର କରିବା ପାଇଁ ଏହା ବ୍ୟବହାର ହୋଇଥାଏ । ଆପଣ ଆପଣଙ୍କ ଓଠ କୁ ପ୍ରଥମେ ଧୋଇ ତାପରେ ଏହି ଜେଲ କୁ ଓଠ ରେ ଲଗାନ୍ତୁ । ଆପଣ ଏହା କୁ ସିଧା ଲାଗେଇପାରିବେ ନହଲେ ବାଦାମ ତେଲ ସହ ମିଶେଇ ଲଗେଇ ପାରିବେ । ଏମିତି କରିବା ଦ୍ୱାରା ଆପଣଙ୍କ ଓଠ ସୁନ୍ଦର ଓ କଳା ଥିଲେ ଗୋଲାପୀ ହୋଇଯିବ ।

ଚେହେରା ର ସବୁ ପ୍ରକାର ଅସୁବିଧା କୁ ଏହା ଦୂର କରିଥାଏ । ଯଦି ଆପଣଙ୍କ ର ଚେହେରା ର ଅସୁବିଧା ହେଉଛି ତେବେ ଏହାକୁ ଲଗେଇବା ଦ୍ଵାରା ତାହା ଠିକ ହୋଇଯାଇଥାଏ । ଚେହେରା ରେ ଲଗେଇବା ପାଇଁ ପ୍ରଥମେ ଗୋଟେ ଭିଟାମିନ ଇ କ୍ୟାପସୁଲ ର ଜେଲ ନେଇ ତା ଦେହରେ ମହୁ , ଦହି , ଏବଂ ଲେମ୍ବୁ ର ରସ ମିଶାଇ ମୁଁହ ରେ ଲଗାନ୍ତୁ । ଏହାକୁ ସପ୍ତାହ ରେ ୩ ଥର କରିବାକୁ ପଡିବ । ଆପଣ ଚାହିଁଲେ ଏହାର ଜେଲ କୁ ସବୁଦିନ ମଧ୍ୟ ଲଗାଇପାରିବେ ।

ଲଗେଇବା ପୂର୍ବରୁ କିନ୍ତୁ ମୁଁହ କୁ ଭଲଭାବରେ ଧୋଇଦିଅନ୍ତୁ । ଏହାକୁ ଯଦି ସବୁଦିନ ରାତି ରେ ଶୋଇବା ପୂର୍ବରୁ କରିବେ ତେବେ ଏହା ଆପଣଙ୍କ ପାଇଁ ଖୁବ ଲାଭଜନକ ହେବ । ଆଖିପାଇଁ ଯଦି ଆଖି ତଳ କଳା ଦାଗ ପାଇଁ କିମ୍ବା କୁଞ୍ଚିକୁଞ୍ଚିଆ ପଣ କୁ ଦୂର କରିବାକୁ ଚାହୁଁଛନ୍ତି ତେବେ ଏହାକୁ ଆପଣ ଆପଣଙ୍କର ଲୋସନ ସହ ମିଶେଇ ଆଖି ତଳେ ମାଲିସ କରନ୍ତୁ ।ଚୁଟି ର ସବୁ ପ୍ରକାର ଅସୁବିଧା ପାଇଁ ମଧ୍ୟ ଏହା ବ୍ୟବହାର ହୋଇଥାଏ । ଯଦି ଚୁଟି ର ସବୁ ପ୍ରକାର ଅସୁବିଧା କୁ ଦୂର କରିବାକୁ ଚାହୁଁଛନ୍ତି ତେବେ ଏହି ଜେଲ କୁ ଆପଣଙ୍କ ସାମ୍ପୁ ସହ ମିଶେଇ ଚୁଟି ରେ ଲଗାନ୍ତୁ ।

ମହିଳା ମାନଙ୍କ ନଖ ରଖିବା ଖୁବ ପସନ୍ଦ କିନ୍ତୁ କିଛି କାରଣ ରୁ ଏହା ହୋଇପାରେ ନାହିଁ । ଏହି ଜେଲ କୁ ବାଦାମ ତେଲ ସହ ମିଶାଇ ନଖ ରେ ଲଗାଇବା ଦ୍ଵାରା ନଖ ସୁନ୍ଦର ଏବଂ ମଜବୁତ ହୋଇଥାଏ । ଷ୍ଟ୍ରେଚ ମାର୍କ ଦୂର ପାଇଁ ଏହି ଜେଲ କୁ ନଡିଆ ତେଲ କିମ୍ବା ବାଦାମ ତେଲ ସହ ମିଶାଇ ଲଗାଇବା ଦ୍ୱାରା ଏହା ଠିକ ହୋଇଯାଇଥାଏ । ଫଟାଗୋଇଠି ପାଇଁ ଏହି ଜେଲ ରେ ବାଦାମ ତେଲ ସହ ମିଶେଇ ଲଗାଇବା ଦ୍ଵାରା ଗୋଡ଼ଫଟା ଠିକ ହୋଇଯାଇଥାଏ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *