ମାତ୍ର ଗୋଟିଏ ଦିନରେ ଏହି ଫେସପ୍ୟାକ ଚେହେରାକୁ ଏତେ ଗୋରା କରିଦେବ କି, ସବୁ ଦେଖି ହେଇଯିବେ ଆଶ୍ଚର୍ଯ୍ୟ- Baba Ramdev Beauty Tips

ବନ୍ଧୁଗଣ ଆଜି ଆମେ ଆପଣଂକୁ କହିବୁ ଟମାଟୋ ଦ୍ଵାରା କିପରି ଚେହେରା କୁ ଆମେ ସଫା ଓ ସତେଜ କରିପାରିବା। ତେବେ ବନ୍ଧୁଗଣ ଆମେ ଟମାଟୋ ର ବ୍ୟବହାର କେବଳ ଖାଇବାରେ ହିଁ କରିଥାଉ। କିନ୍ତୁ ଟମାଟୋ ଦ୍ୱାରା ଆମେ ଚେହେରା ରେ ଥିବା କଳା ଦାଗ କୁ ଦୂର କରିପାରିବା ଓ ଚେହେରା କୁ ସ୍ୱଚ୍ଛ ଓ ସତେଜ କରିପାରିବା। କିଛି ଲୋକ ମାନଙ୍କର ବାହାର ଜିନିଷ ତାଙ୍କ ତ୍ୱଚା କୁ ଖରାପ କରିଦେଇଥାଏ ତେଣୁ କିଛି ଘରୋଇ ଉପଚାର ଦ୍ୱାରା ଆମେ ଏହି ଅସୁବିଧା ରୁ ମୁକ୍ତ ହୋଇପାରିବା।ତେବେ ଚାଲନ୍ତୁ ଜାଣିନେବା ସେହି ଉପାୟ ଗୁଡିକ କଣ? ତେବେ ଟମାଟୋ ରୁ ପ୍ରସ୍ତୁତ ଘରୋଇ ସ୍କର୍ବ ପାଇଁ ସାମଗ୍ରୀ ଗୁଡିକ ହେଲା ହଳଦୀ, ଟମାଟୋ,ଚିନି , ଲେମ୍ବୁ ।

ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ହଳଦୀ ହେଉଛି ଚେହେରା ପାଇଁ ଅତ୍ୟନ୍ତ ଲାଭପ୍ରଦ ହୋଇଥାଏ ଏବଂ ହଳଦୀ ପ୍ରାକୃତିକ ଅଟେ ଯାହା ଚେହେରା ପାଇଁ ଉପଯୋଗୀ ହୋଇଥାଏ। ହଳଦୀ କୁ ଶରୀର ରେ କୌଣସି କ୍ଷତ ସ୍ଥାନରେ ମଧ୍ୟ ପ୍ରୟୋଗ କରା ଯାଇଥାଏ ଏବଂ ହଳଦୀ ଚେହେରା ରେ ପ୍ରୟୋଗ କରିବା ଦ୍ୱାରା ଚେହେରା ର ସମସ୍ତ ଦାଗ ଲିଭାଇବାରେ ସହାୟକ ହୋଇଥାଏ ଏବଂ ଚେହେରା କୁ ଉଜ୍ଜ୍ୱଳ କରିଥାଏ।

ଟମାଟୋ ର ପ୍ରୟୋଗ ଦ୍ଵାରା ଚେହେରା ସଫ୍ଟ ହୋଇଥାଏ ଏବଂ ଏହା ଚେହେରାକୁ ନରମ ଏବଂ କୋମଳ କରିଥାଏ।ତେଣୁ ଚେହେରା ପାଇଁ ଟମାଟୋ ଅତ୍ୟନ୍ତ ଲାଭପ୍ରଦ ହୋଇଥାଏ। ଚିନି ର ପ୍ରୟୋଗ ଚେହେରା ରେ ସ୍କ୍ରବ ଭଳି କାମ କରିଥାଏ ଯାହାଦ୍ୱାରା ଚେହେରା ରେ ଥିବା ଦାଗ କୁ ସଫା କରିଥାଏ ଏବଂ ଲେମ୍ବୁ ର ପ୍ରୟୋଗ ଦ୍ଵାରା ଚେହେରା ରେ ଥିବା ସମସ୍ତ ଡେଡ଼ ସେଲ ନଷ୍ଟ ହୋଇଥାଏ ଯାହାଦ୍ୱାରା ଚେହେରା ର ଗୋରାପଣ ଅଧିକ ହୋଇଥାଏ ଏବଂ ଚେହେରା ଚମକିବାକୁ ଲାଗିଥାଏ।

ପ୍ରଥମେ ଟମାଟୋ କୁ ଦୁଇ ଖଣ୍ଡ ରେ କାଟିନେବା ଏବଂ ଏହାପରେ ଗୋଟେ ଖଣ୍ଡ ଟମାଟୋ କୁ ହଳଦୀ ରେ ବୁଡ଼େଇ ଚେହେରା ରେ ପ୍ରୟୋଗ କରିବା। ଏହା କୁ ୫ ମିନିଟ ପର୍ଯ୍ୟନ୍ତ ମସାଜ କରିବା ଏବଂ ଭଲ ଭାବରେ ସେ ରସ କୁ ଚେହେରା ରେ ବୋଳି ଦେବା ଏବଂ ଭଲ ଭାବରେ ଥଣ୍ଡା ପାଣିରେ ଧୋଇ ଦେବା।

ହଳଦୀ ର ହଳଦିଆ ପଣ କୁ ଛଡ଼େଇବା ପାଇଁ ପ୍ରଥମେ ଲେମ୍ବୁ କୁ ଚିନି ରେ ଚିପୁଡି ଦେବା ଏବଂ ଆର ଖଣ୍ଡ ଟମାଟୋ କୁ ସେଥିରେ ବୁଡ଼େଇ ତାପରେ ନିଜ ଚେହେରା ରେ ପ୍ରୟୋଗ କରିବା ଏହା ଦ୍ୱାରା ଚେହେରା ର କଳାଦାଗ ସବୁ ଚାଲିଯାଇଥାଏ। ଏହାକୁ ଭଲ ଭାବରେ ମସାଜ କରିବା ଆବଶ୍ୟକ।ଏବଂ ତାପରେ ତାକୁ ଥଣ୍ଡା ପାଣିରେ ଭଲ ରେ ଧୋଇଦେବା।

ତେବେ ବନ୍ଧୁଗଣ ଏହି ଘରୋଇ ଉପଚାର କୁ ସପ୍ତାହ ରେ ତିନି ଥର ପ୍ରୟୋଗ କରିବା ଆବଶ୍ୟକ। ଏହି ଉପଚାର କୁ ପ୍ରୟୋଗ କରିବା ଦ୍ୱାରା ଆମ ଚେହେରା ରେ ଏହାର ପ୍ରଭାବ ବହୁତ ଭଲ ରେ ପଡିଥାଏ। ତେଣୁ ଆପଣ ମାନେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ। ଆପଣଂକୁ ନିଶ୍ଚିତ ଭାବରେ ଏହାର ଫଳ ପ୍ରାପ୍ତ ହେବ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *