ସାକ୍ଷୀଙ୍କ ପୂର୍ବରୁ ବଲିଉଡ ର ଏହି ୩ ଜଣ ଫେମସ ଅଭିନେତ୍ରୀଙ୍କ ପ୍ରେମରେ କ୍ଲୀନ ବୋଲ୍ଡ ହେଇସାରିଛନ୍ତି ଧୋନୀ

ଭାରତୀୟ କ୍ରିକେଟ ଟୀମ ର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ୧୫ ଅଗଷ୍ଟ କୁ ଏକ ଭିଡିଓ ଜାରି କରି ଅନ୍ତରାଷ୍ଟ୍ରୀୟ କ୍ରିକେଟ ରୁ ସନ୍ୟାସ ନେଇଛନ୍ତି । ଏହି କଥାର ସୂଚନା ସେ ଇଂଷ୍ଟାଗ୍ରାମ ରେ ଏକ ଭିଡିଓ ଶେୟାର କରି ଦେଇଥିଲେ । ତାଙ୍କର ସନ୍ୟାସ ନେବା ଖବର କେବଳ କ୍ରିକେଟ ପ୍ରେମିଙ୍କୁ ନୁହେଁ ବରଂ ବଲିଉଡ ସେଲିବ୍ରିଟିଙ୍କୁ ବି ଦୁଃଖୀ କରି ଦେଇଛି । ସବୁ ଆଡୁ ତାଙ୍କର ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଆସୁଛି ।

କହି ଦେଉଛୁ କି ଧୋନୀ କ୍ରିକେଟ ର ବାଦଶାହ ଅବଶ୍ୟ ଅଟନ୍ତି କିନ୍ତୁ ବଲିଉଡ ସହିତ ବି ତାଙ୍କର ଗଭୀର ସମ୍ପର୍କ ରହିଛି । ସାକ୍ଷୀ ଙ୍କ ପୂର୍ବରୁ ଧୋନୀ ଙ୍କ ନାମ ବଲିଉଡ ର ଅନେକ ଆକ୍ଟ୍ରେସଙ୍କ ସହିତ ଯୋଡା ହେଇ ସାରିଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଅଭିନେତ୍ରୀଙ୍କ ସହ ଯୋଡା ହେଇ ସାରିଛି କ୍ୟାଟେନ କୁଲ ଙ୍କ ନାମ ।

ଦୀପିକା ପାଦୁକୋନ

ବଲିଉଡ ର ମାସ୍ତାନି ଆଜି ବଲିଉଡ ର ବାଜିରାଓ ରଣବୀର ସିଂହ ଙ୍କ ପତ୍ନୀ ହୋଇଥିଲେ ମଧ୍ୟ ତାଙ୍କର ନାମ କ୍ଯାପଟେନ କୁଲ ଙ୍କ ସହ ଯୋଡା ହେଇ ସାରିଛି । ଧୋନୀ 2007-2008 ରେ ଟି 20 ୱାଲ୍ଡ କପ ଜିତିବା ପରେ ବଡ ଷ୍ଟାର ହେଇ ସାରିଥିଲେ ।

ସେତେବେଳେ ଦୀପିକା ନୂଆ ନୂଆ ବଲିଉଡ ରେ ଆସିଥିଲେ । ସେତେବେଳେ ଧୋନୀ ଓ ଦୀପିକା ଙ୍କୁ ବହୁତ ଜାଗାରେ ଏକା ସହିତ ଦେଖା ଯାଉଥିଲା । ଦୁଇ ଜଣ କେବେ ବି ନିଜର ସଂପର୍କକୁ ସ୍ଵୀକାର କରି ନଥିଲେ ମଧ୍ୟ ଧୋନୀ ଏକ ପ୍ରେସ କଂଫରେନ୍ସ ରେ ଦୀପିକା ଙ୍କୁ ନିଜର କ୍ରଶ ବୋଲି କହିଥିଲେ ।

ରାୟଲକ୍ଷ୍ମୀ

2009 ରେ ଦୀପିକା ଙ୍କ ସହିତ ବ୍ରେକପ ପରେ ଧୋନୀଙ୍କ ନାମ ସାଉଥ ଅଭିନେତ୍ରୀ ରାୟ ଲକ୍ଷ୍ମୀ ଙ୍କ ସହିତ ଯୋଡି ହେଇଥିଲା । ରାୟଲକ୍ଷ୍ମୀ ନିଜେ ମଧ୍ୟ ଏହି କଥା ସ୍ଵୀକାର କରିଥିଲେ କି ସେ ମାହିଙ୍କ ସହିତ ରିଲେସନ ରେ ଥିଲେ । କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରି ନଥିଲା ।

ଆସିନ

ଗଜନି ଫେମ ଆକ୍ଟ୍ରେସ ଆସିନ ଙ୍କ ସହିତ ବି ମହେନ୍ଦ୍ର ସିଂହ ଙ୍କ ନାମ ଯୋଡା ହେଇ ସାରିଛି । ଏହି ଦୁଇ ଜଣଙ୍କ ସମ୍ପର୍କ ସେତେବେଳେ ଚର୍ଚ୍ଚାରେ ଆସିଥିଲା ଯେତେବେଳେ ଦୁଇ ଜଣ ଗୋଟିଏ ହିଁ କ୍ଳୋଦିଙ୍ଗ ବ୍ରାଣ୍ଡ ପାଇଁ ମଡେଲିଙ୍ଗ କରୁଥିଲେ । 2010 ରେ ଆଇପିଏଲ ସେମିଫାଇନାଲ ପୂର୍ବରୁ ଦୁଇ ଜଣଙ୍କୁ ଲୋଖନ୍ଡେୱାଲା ଘରେ ଏକା ସହିତ ଦେଖା ଯାଇଥିଲା । ଏହା ପରେ ଧୋନୀଙ୍କୁ ଦେଖିବା ପାଇଁ ସେଠାରେ ଭିଡ ଜମି ଯାଇଥିଲା । ଏହା ପରେ ଧୋନୀଙ୍କ ଜୀବନରେ ସାକ୍ଷୀ ଆସିଗଲେ ଓ ସେ ସାକ୍ଷୀଙ୍କୁ ବିବାହ କରିନେଲେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *