ପ୍ରଥମ ଥର ଦେଖନ୍ତୁ ଓଡିଶାର ଫେମସ ଆକ୍ଟର Kuna Tripathy ଙ୍କ ଜୀବନୀ ଓ ପରିବାର ଆଗରୁ କେବେ ବି ଦେଖି ନଥିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଆମ ଅଲିଉଡର ଏପରି ଏକ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏହି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ଓ ବହୁତ ମାନ ସମ୍ମାନର ଅଧିକାରୀ ହୋଇଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଅଲିଉଡର ଫେମସ ଅଭିନେତା କୁନା ତ୍ରିପାଠୀ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ କୁନାଙ୍କୁ ବହୁତ ଓଡିଆ ଫିଲ୍ମରେ ଦେଖିଥିବେ । ସେ ଏକା ଧାରାରେ ଜଣେ ଅଭିନେତା, ଅଧ୍ୟାପକ, ନିର୍ଦେଶକ, ଲେଖକ ଓ ଉପସ୍ଥାପକ ମଧ୍ୟ ଅଟନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କୁନା ତ୍ରିପାଠୀଙ୍କ ଜୀବନୀ ବିଷୟରେ ଏପରି କିଛି କଥା କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା କୁନା ତ୍ରିପାଠୀଙ୍କ ବିଷୟରେ ।

ବନ୍ଧୁଗଣ କୁନା ତ୍ରିପାଠୀଙ୍କ ଭଲ ନାମ ହେଉଛି ସତ୍ୟବ୍ରତ ତ୍ରିପାଠୀ । ହେଲେ ସେ କୁନା ତ୍ରିପାଠୀ ନାମରେ ବେସ ଜଣାଶୁଣା । ବନ୍ଧୁଗଣ ସେ ୧୯୬୮ ମସିହାରେ କଟକରେ ଜନ୍ମ ଗ୍ରହଣ କରିଥିଲେ । ସେ ବର୍ତ୍ତମାନ ମଧ୍ୟ କଟକରେ ରହୁଛନ୍ତି । ବନ୍ଧୁଗଣ ତାଙ୍କ ପିତାଙ୍କ ନାମ ହେଉଛି ପରମାନନ୍ଦ ତ୍ରିପାଠୀ । କୁନା ତ୍ରିପାଠୀଙ୍କ ପିତା ଜଣେ ସରକାରୀ କର୍ମଚାରୀ ଥିଲେ । କୁନାଙ୍କ ପତ୍ନୀଙ୍କ ନାମ ହେଉଛି ସଙ୍ଗିତା ତ୍ରିପାଠୀ ।


ବନ୍ଧୁଗଣ କୁନା ତ୍ରିପାଠୀଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ପିଲା ବେଳରୁ କୁନା ଅଭିନୟ ପ୍ରତି ରୁଚି ରଖିଥିଲେ । କେବଳ ୨ ରୁ ୩ ବର୍ଷ ବୟସରେ ସେ ଅଭିନୟ କରିଥିଲେ । ସେ ପ୍ରଥମେ ଡ୍ରାମା ଓ ନାଟକରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ୧୦୦ ରୁ ଅଧିକ ନାଟକରେ ଅଭିନୟ କରିବା ପରେ ସେ କଟକର ଆକାଶ ବାଣୀରେ କାର୍ଯ୍ୟ କରୁଥିଲେ । ଏହାପରେ ସେ ୧୯୯୫ ମସିହାରେ ଡିଡି ଓଡିଆ ଚ୍ଯାନେଲରେ ଧାରାବାହିକ କରିଥିଲେ ।

ଏହାପରେ ବନ୍ଧୁଗଣ ସେ ଓଡିଆ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ । ଓଡିଆ ଫିଲ୍ମରେ ପ୍ରଥମେ ତାଙ୍କୁ ଖଳନାୟକର ଭୂମିକା ମିଳିଥିଲା, ଯାହାକୁ ସେ ବହୁତ ସୁନ୍ଦର ଭାବରେ ଦର୍ଶକ ମାନଙ୍କୁ ଦର୍ଶାଇ ଥିଲେ । ଏହା ବ୍ଯତୀତ ସେ ଓଟିଭିରେ ପ୍ରସାରିତ ‘ନ୍ଯୁଜଫ୍ୟୁଜ’ରେ ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

ବନ୍ଧୁଗଣ କୁନା ତ୍ରିପାଠୀ ଖଳନାୟକ ଓ ହାସ୍ୟ ଅଭିନେତା ରୂପେ ସୁନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ କୁନା ‘ଖାଡେଙ୍ଗା ଫ୍ୟାମିଲି ସୋ’ରେ ନଜର ଆସୁଛନ୍ତି । ଲୋକମାନେ କୁନାଙ୍କ ଅଭିନୟକୁ ବହୁତ ଅଧିକ ପସନ୍ଦ କରନ୍ତି, ସେଥିପାଇଁ କୁନା ଆଜିକୁ ଏହି ଅଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଏକ ନୂଆ ପରିଚୟ ସ୍ଥାପନ କରିପାରିଛନ୍ତି ।

ତେବେ ଆପଣଙ୍କୁ କୁଣା ତ୍ରିପାଠୀ ଙ୍କ ଅଭିନୟ କେମିତି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *