୨୦ ବର୍ଷ ପରେ ଆଜି ବହୁତ ବଦଳି ଯାଇଛନ୍ତି TV ସିରିଏଲ ‘କରିସ୍ମା କା କରିସ୍ମା’ ର ଏହି ରୋବୋଟ ଗର୍ଲ, ଆଜି ଦେଖା ଯାଆନ୍ତି ବହୁତ ସୁନ୍ଦର ଆଉ ଷ୍ଟାଇଲିସ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଜଣେ ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ ଯିଏ ୨୦ ବର୍ଷ ପୂର୍ବରୁ ସିରିଆଲ ‘କରିସ୍ମା କା କରିସ୍ମା’ ରେ ଅଭିନୟ କରିଥିଲେ ଏବଂ ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀ ଜଣକ ହୋଇଯାଇଛନ୍ତି ବହୁତ ବଡ଼।ବନ୍ଧୁଗଣ ଆପଣ ମାନେ ତ ଟିଭି ସିରିଆଲ କରିସ୍ମା କା କରିସ୍ମା ନିଶ୍ଚିତ ଭାବରେ ଦେଖି ଥିବେ। ଏହି ସିରିଆଲ ରେ ଏକ ଛୋଟ ଏବଂ ଚୁଲବୁଲି ରବୋଟ କୁ ଦେଖିବାକୁ ମିଳିଥିଲା। ଯାହାକୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥିଲେ ଏବଂ ନିଜର ଭରପୁର ଭଲ ପାଇବା ଦେଇଥିଲେ।

କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜଣିଛନ୍ତି ଯେ, ‘କରିସ୍ମା କା କରିସ୍ମା’ ସିରିଆଲ ରେ ରୋବଟ ରୂପରେ ଅଭିନୟ କରିଥିବା ବାଲ୍ୟ ଅଭିନେତ୍ରୀ ଜଣକ ବର୍ତ୍ତମାନ କିପରି ଦେଖା ଯାଉଛନ୍ତି ଏବଂ ବର୍ତ୍ତମାନ ସମୟରେ କଣ କରୁଛନ୍ତି? ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ।

ବନ୍ଧୁଗଣ ଟିଭି ସିରିଆଲ କରିସ୍ମା କା କରିସ୍ମା ରେ ରୋବଟ ରୂପରେ କରିସ୍ମା ନାମକ ଚରିତ୍ରରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଙ୍କ ଅସଲି ନାମ ହେଉଛି ‘ଝନକ ଶୁକ୍ଳା’ ଅଟେ।ଏହି ଅଭିନେତ୍ରୀ ଙ୍କ ଜନ୍ମ ୨୪ ଜାନୁଆରୀ ୧୯୯୬ ମସିହାରେ ମୁମ୍ବାଇ ରେ ହୋଇଥିଲା। ଏହି ଅଭିନେତ୍ରୀ ଜଣକ ନିଜ କ୍ୟାରିଆର ର ଆରମ୍ଭ ମାତ୍ର ୪ ବର୍ଷ ବୟସ ରେ ଟିଭି ସିରିଆଲ କରିସ୍ମା କା କରିସ୍ମା ଜରିଆରେ କରିଥିଲେ।

ଯେଉଁଥିରେ ସେ ରୋବଟ ରୂପରେ ଅଭିନୟ କରି ସମସ୍ତ ଦର୍ଶକ ଙ୍କ ହୃଦୟ କୁ କିଣି ନେଇଥିଲେ। ସେହି ସମୟରେ ଏହି ସିରିଆଲ ର କାହାଣୀ ସବୁଠାରୁ ସ୍ୱତନ୍ତ୍ର ରହିଥିଲା ତେଣୁ ଦର୍ଶକ ମାନେ ଏହି ସିରିଆଲ କୁ ବହୁତ ମାତ୍ରା ରେ ପସନ୍ଦ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହି ସିରିଆଲ ପାଇଁ ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ଜାଗା ରହିଛି।

ବନ୍ଧୁଗଣ ଏହି ସିରିଆଲ ପରେ ଅଭିନେତ୍ରୀ ଝନକ ଶୁକ୍ଳା ଙ୍କୁ ଫିଲ୍ମ ‘କଲ ହୋ ନା ହୋ’ ରେ ଦଖିବାକୁ ମିଳିଥିଲା। ଯେଉଁଥିରେ ସେ ଅଭିନେତ୍ରୀ ପ୍ରୀତି ଜିନଟା ଙ୍କ ସାନ ଭଉଣୀ ର ଚରିତ୍ରରେ ଅଭିନୟ କରିଥିଲେ। ଏହା ପରେ ଏହି ଅଭିନେତ୍ରୀ ଙ୍କୁ ସିରିଆଲ ‘ସୋନପରୀ’ ,’ହାତିମ’ ଏବଂ ‘ଗୁମରାହ’ ରେ ମଧ୍ୟ ଦେଖିବାକୁ ମିଳିଥିଲା।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତ୍ରୀ ଝନକ ଶୁକ୍ଳା ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ପପୁଲାର ଅଭିନେତ୍ରୀ ସୁପ୍ରିୟା ଶୁକ୍ଳା ଙ୍କ ଝିଅ ଅଟନ୍ତି। ଯାହାଙ୍କୁ ବର୍ତ୍ତମାନ ସମୟରେ ଟିଭି ସିରିଆଲ ‘କୁମକୁମ ଭାଗ୍ୟ’ ଏବଂ ‘କୁଣ୍ଡଳୀ ଭାଗ୍ୟ’ ରେ ଦେଖିବାକୁ ମିଳୁଛି। ବନ୍ଧୁଗଣ ନିଜ ମାଆ ଙ୍କ ଏହି ଟ୍ୟାଲେଁଟ ରେ ପ୍ରେରିତ ହୋଇ ଝନକ ଅଭିନୟ କ୍ଷେତ୍ରରେ ନିଜ ପାଦ ରଖିଥିଲେ।

ସେ ପ୍ରାୟତଃ ସିରିଆଲ ରେ ଅଭିନୟ କରିବା ପରେ ନିଜ ପାଠ ପଢ଼ାରେ ଧ୍ୟାନ ଦେଇଥିଲେ ଏବଂ ବର୍ତ୍ତମାନ ଏହି ଅଭିନେତ୍ରୀ ଜଣକ ଖୁବ ବଡ଼ ହୋଇଯାଇଛନ୍ତି ଏବଂ ପୂର୍ବ ଅପେକ୍ଷା ବହୁତ ସୁନ୍ଦର ଦେଖା ଯାଉଛନ୍ତି। ଯାହା ଆପଣ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ। କିନ୍ତୁ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ଜଣେ ସମାଜ ସେବୀକା ହେବାକୁ ଚାହୁଁଛନ୍ତି ଏବଂ ପୂର୍ବ ଭଳି ଅଭିନୟ କ୍ଷେତ୍ର ରେ ସେ ଆସିବାକୁ ଚାହୁଁ ନାହାନ୍ତି ଏହି କାରଣ ରୁ ବର୍ତ୍ତମାନ ତାଙ୍କୁ କୌଣସି ସିରିଆଲ ବା ଫିଲ୍ମ ରେ ଦେଖିବାକୁ ମିଳୁନାହିଁ। ହୁଏତ ଭବିଷ୍ୟତ ରେ ମଧ୍ୟ ଆପଣ ଝନକ ଶୁକ୍ଳା ଙ୍କୁ କୌଣସି ସିରିଆଲ ବା ଫିଲ୍ମ ରେ ଦେଖିବାକୁ ପାଇବେ ନାହିଁ।

ତେବେ ଆପଣଙ୍କୁ ଝନକ ଶୁକ୍ଲା ଙ୍କ ଆକଟିଂ କେମିତି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *