ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ମହିଳା କେଶ ଜନିତ ସମସ୍ଯା ତଥା କେଶ ଝଡିବା, କେଶ ପାଚିବା ଓ କେଶ ରୁଖା ହୋଇଯିବା ଆଦି ବିଭିନ୍ନ ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ବନ୍ଧୁଗଣ ଏହି ସବୁ ସମସ୍ଯାକୁ ଦୂର କରିବା ପାଇଁ ମହିଳା ମାନେ ବଜାରରୁ ମିଳୁଥିବା କେତେକ ସାମ୍ପୁ ଓ ତେଲର ବ୍ୟବହାର କରୁଛନ୍ତି ହେଲେ ବନ୍ଧୁଗଣ ଏହି ସମସ୍ତ ଜିନିଷରେ ପ୍ରଚୁର ମାତ୍ରାରେ କେମିକାଲ ମିଶି ରହିଥାଏ, ଯାହା ଆମ କେଶକୁ ଡ୍ୟାମେଜ କରିଥାଏ ।
ଯଦି ଆପଣ ମାନଙ୍କର ଏହି କେଶ ଜନିତ ସମସ୍ଯା ରହିଛି ତା ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ଯାହାକୁ ପ୍ରୟୋଗ କରି ଆପଣ ମାନେ ନିଜ କେଶକୁ ଘନ, କଳା ଓ ମଝବୁତ କରିପାରିବେ ।
ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ । ବନ୍ଧୁଗଣ ଆମର ଏହି ଉପଚାରକୁ ବନେଇବା ପାଇଁ ଆମକୁ ସର୍ବ ପ୍ରଥମେ ଦରକାର ନିମ ପତ୍ର ।
ବନ୍ଧୁଗଣ ନିମ ପତ୍ରରେ ବହୁତ ଔଷଧୀୟ ଗୁଣ ରହିଥାଏ, ଯାହା ଆମର କେଶ ଜନିତ ସମସ୍ଯାକୁ ଦୂର କରିବା ପାଇଁ ବହୁତ ଲାଭକାରୀ ହୋଇଥାଏ । ତେଣୁ ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ଆମେ ନିମ ପତ୍ରର ପ୍ରୟୋଗ କରିବା । ଆପଣ ମାନେ ଚାହିଁଲେ ଶୁଖିଲା କିମ୍ବା କଞ୍ଚା ନିମ ପତ୍ରର ପ୍ରୟୋଗ କରିପାରିବେ । ଏହି ଉପଚାରକୁ ବନେଇବା ପାଇଁ ଆପଣ ପ୍ରଥମେ ଗ୍ଯାସ ଚୁଲାରେ ଏକ ପାତ୍ର ରଖନ୍ତୁ ଓ ଏଥିରେ ଏକ କପ୍ ନଡିଆ ତେଲ ନିଅନ୍ତୁ ।
ଏକ କପ୍ ନଡିଆ ତେଲରେ ଆପଣ ୧୦ ରୁ ୧୨ଟି ନିମ ପତ୍ର ନିଅନ୍ତୁ । ବନ୍ଧୁଗଣ ଏହାପରେ ତେଲରେ ନିମ ପତ୍ରକୁ ଭଲ ଭାବରେ ମିକ୍ସ କରନ୍ତୁ ଓ ଧୀମ ଆଞ୍ଚରେ ଏହାକୁ ଭଲ ଭାବରେ ଗରମ କରନ୍ତୁ । ଏହି ପତ୍ରକୁ ଆପଣ ସେତିକି ସମୟ ପର୍ଯ୍ୟନ୍ତ ଗରମ କରନ୍ତୁ ଯେତିକି ସମୟ ପର୍ଯ୍ୟନ୍ତ ନିମ ପତ୍ର ସବୁଜର ନାଲି ନହେଇଯିବ । ତେଲ ପ୍ରସ୍ତୁତ ହେବା ପରେ ଆପଣ ଏକ ଛଣା ସାହାର୍ଯ୍ୟରେ ତେଲକୁ ପତ୍ର ଠାରୁ ଅଲଗା କରିଦିଅନ୍ତୁ । ଏହାପରେ ବନ୍ଧୁଗଣ ଆମ ତେଲ ପ୍ରସ୍ତୁତ ହୋଇଯିବ ।
ଆପଣ ଚାହିଁଲେ ଏହି ତେଲକୁ ଏକ କାଚ ଜାର ମଧ୍ୟରେ ରଖିପାରିବେ ଓ ଏହାକୁ ନିୟମିତ ଭାବରେ ବ୍ୟବହାର କରିପାରିବେ । ବନ୍ଧୁଗଣ ଆପଣ ଏହି ତେଲକୁ ନେଇ ନିଜ କେଶ ଓ ମୁଣ୍ଡରେ ଭଲ ଭାବରେ ମାଲିସ କରନ୍ତୁ । ଅଧ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ସେମିତି ଛାଡି ଦିଅନ୍ତୁ ଓ ଅଧା ଘଣ୍ଟା ପରେ ଆପଣ ଯେକୌଣସି ସମ୍ପୁରେ କେଶକୁ ଧୋଇ ଦିଅନ୍ତୁ । ଆପଣ ଏହି ତେଲକୁ ୧ ସପ୍ତାହରେ ଦୁଇ ଥର ନିଜ କେଶରେ ଲଗାନ୍ତୁ ଦେଖିବେ ଆପଣଙ୍କ କେଶ ଜନିତ ସମସ୍ତ ସମସ୍ଯା ସଂପୂର୍ଣ୍ଣ ଦୂର ହୋଇଯିବ ।
ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ