ସିରିଏଲ “କିତନୀ ମୋହବତ ହେ” ରେ ଏକା ସହିତ କାମ କରି ଫେମସ ହୋଇଥିବା ଏହି ଯୋଡି ଆଜି ଦେଖା ଯାଆନ୍ତି କିଛି ଏମିତି

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମେ ଟେଲିଭିଜନ ଦ୍ୱାରା ଅନର୍କ ପ୍ରକାର ଧାରାବାହିକ ଦେଖିଥାଉ କିନ୍ତୁ ଏପରି କିଛି ଧାରାବାହିକ ରହିଥାଏ ଯାହାକୁ ଆମେ ଥରେ ଦେଖିଥାଉ କିନ୍ତୁ ତାହା ଆମ ହୃଦୟ ରେ ବର୍ଷ ବର୍ଷ ପାଇଁ ଘର କରି ରହିଯାଇଥାଏ।ସେହି ପରି ଏକ ଧାରାବାହିକ ଥିଲା ଯାହାର ନାମ ଥିଲା “କିତନୀ ମୋହବତ ହେ”।ଏଥିରେ ଅଭିନୟ କରିଥିବା ପ୍ରାୟତଃ ସମସ୍ତ କଳାକାର ବହୁତ ପ୍ରସଦ୍ଧି ଲାଭ କରିଥିଲେ।କିନ୍ତୁ ଏପରି କିଛି କଳାକାର ଥିଲେ ଯିଏ ଆମ ହୃଦୟ ରେ ଘର କରି ରହିଯାଇଥିଲେ।ବନ୍ଧୁଗଣ ଏହା ୨୦୦୯ ମସିହାରେ ପ୍ରଥମ ଥର ପାଇଁ ଛୋଟ ପରଦାରେ ପ୍ରସାରିତ ହୋଇଥିଲା ଓ ସେହି ସମୟରୁ ହିଁ ଲୋକମାନେ ଏହାକୁ ବହୁତ ପସନ୍ଦ ମଧ୍ୟ କରିଥିଲେ।

ଏଥିରେ ମୁଖ୍ୟ ଚରିତ୍ର ରେ ଅଭିନୟ କରିଥିବା ଆରୋହି ଶର୍ମା ଓ ଅର୍ଜୁନ ପୁଞ୍ଜକା ଆଜି ପର୍ଯ୍ୟନ୍ତ ମଧ୍ୟ ଅନେକ ଙ୍କ ହୃଦୟ ରେ ବସି ରହିଛନ୍ତି।ଧାରାବାହିକ ପ୍ରସାରଣ ହେବାର ଆଜିକୁ ୧୧ବର୍ଷ ହୋଇଗଲାଣି ଓ ଏଥିରେ ଅଭିନୟ କରୁଥିବା କଳାକାର ମଧ୍ୟ ବହୁତ ବଦଳି ଗଲେଣି।ତେବେ ଆସନ୍ତୁ ଜାଣିବା ଏହି ଧାରାବାହିକ ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରୁଥିବା ଆରୋହି ଶର୍ମା ଓ ଅର୍ଜୁନ ପୁଞ୍ଜକା ବର୍ତ୍ତମାନ ସମୟ ରେ କଣ କରୁଛନ୍ତି,କିପରି ଅଛନ୍ତି ଓ କେଉଁଠାରେ ଅଛନ୍ତି।ତେବେ ବନ୍ଧୁଗଣ ଆସନ୍ତୁ ସେ ବିଷୟରେ ଅନେକ କିଛି କଥା ଜାଣିବା।

ଏହି ଧାରାବାହିକ ରେ ଆରୋହି ଚରିତ୍ର ରେ ଅଭିନୟ କରୁଥିବା ଅଭିନେତ୍ରୀ ଙ୍କର ଅସଲ ନାମ କୀର୍ତିକା କାମନେ ଅଟେ।ସେ ୨୫ ଅକ୍ଟୋବର ୧୯୮୮ରେ ମଧ୍ୟ ପ୍ରଦେଶର ବାରେଲି ରେ ଜନ୍ମ ଗ୍ରହଣ କରିଥିଲେ।ସେ ନିଜର ପାଠ ପଢା ପାଇଁ ଦିଲ୍ଲୀ ପଳାଇ ଯାଇଥିଲେ ଏବଂ ସେ ସେଠାରେ ନିଜର ପାଠ୍ୟକ୍ରମ ପୁରା କରିଥିଲେ।ବନ୍ଧୁଗଣ ଆମେ ଯଦି ତାଙ୍କର ଅଭିନୟ ବିଷୟରେ ଆଲୋଚନା କରିବା ତେବେ ସେ ପ୍ରଥମ କରି ୨୦୦୭ ମସିହା ରେ “ୟଂହା କେ ହମ ସିକନ୍ଦର” ଧାରାବାହିକ ରେ ନଜର ଆସିଥିଲେ।ଏହା ପରେ ପ୍ରାୟ ଦୁଇ ବର୍ଷ ପରେ ତାଙ୍କୁ ଧାରାବାହିକ “କିତନୀ ମୋହବତ ହେ” ରେ ଅଭିନୟ କରିବାର ସୁଯୋଗ ମିଳିଥିଲା।

ଏହି ଧାରାବାହିକ ରେ ସେ ଏତେ ଭଲ ଅଭିନୟ କରିଥିଲେ ଯେ ତାପରେ ତାଙ୍କୁ ଆହୁରି ଅନେକ ଧାରାବାହିକ ରେ କାମ କରିବାର ସୁଯୋଗ ମିଳି ପାରିଥିଲା।ସେ ଫିଲ୍ମ “ଏକ ଥି ନାୟିକା” ରେ ମଧ୍ୟ ଅଭିନୟ କରିଥିଲେ।ଏହା ପରେ ସେ ସଫଳତା ର ଅନେକ ପାହାଚ ଚଢି ଚାଲିଥିଲେ।ବର୍ତ୍ତମାନ ସେ କାହା ପାଖରେ ଅଜଣା ନାହାନ୍ତି।ବର୍ତ୍ତମାନ ସେ ୩୧ ବର୍ଷର ହୋଇ ଯାଇଛନ୍ତି।ସେ ବର୍ତ୍ତମାନ ସୁଦ୍ଧା ବିବାହ କରି ନାହାନ୍ତି।ସେ ଏବେ ବି ଅଭିନୟ ରେ ସକ୍ରିୟ ଅଛନ୍ତି।

ତେବେ ବନ୍ଧୁଗଣ ଯଦି ଆମେ ଆଲୋଚନା କରିବା ଏହି ଧାରାବାହିକ ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରିଥିବା ଅର୍ଜୁନ ପୁଞ୍ଜକ ଙ୍କ ଚରିତ୍ର ରେ ଅଭିନୟ କରିଥିବା କଳାକାର ଙ୍କ ଅସଲ ନାମ କରଣ କୁନ୍ଦ୍ର ଅଟେ।ସେ ୧୧ ଅକ୍ଟୋବର ୧୯୮୪ ମସିହାରେ ପଞ୍ଜାବର ଜଳନ୍ଧର ଠାରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କର ପାଠ ପଢା ମଧ୍ୟ ଏହି ଠାରେ ହିଁ ଶେଷ ହୋଇଥିଲା।ବର୍ତ୍ତମାନ ଆଲୋଚନା କରିବା ତାଙ୍କର ଅଭିନୟ କ୍ୟାରିଅର ସମ୍ପର୍କରେ।ତେବେ ବନ୍ଧୁଗଣ ସେ ନିଜର କ୍ୟାରିଅର “କିତନୀ ମୋହବତ ହେ” ଧାରାବାହିକ ରୁ ହିଁ କରିଥିଲେ।

ଏହି ଧାରାବାହିକ ରେ ସେ ଅତି ଚମତ୍କାର ଅଭିନୟ କରିଥିବାରୁ ତାଙ୍କୁ ଆହୁରି ଅନେକ ଧାରାବାହିକ ରେ ମଧ୍ୟ ଅଭିନୟ କରିବାର ସୁଯୋଗ ମିଳିଥିଲା।ଏହା ସହିତ ସେ ଫିଲ୍ମ “ମୁବାରକାନ” ରେ ମଧ୍ୟ ନଜର ଆସିଥିଲେ।ବର୍ତ୍ତମାନ ସେ ୩୫ ବର୍ଷ ବୟସ ର ଅଟନ୍ତି।ସେ ବର୍ତ୍ତମାନ ସୁଦ୍ଧା ବିବାହ କରି ନାହାନ୍ତି।ସେ ବର୍ତ୍ତମାନ ସମୟ ରେ ନିଜ କ୍ୟାରିଅର ଉପରେ ଫୋକସ କରୁଛନ୍ତି।

ତେବେ ଫ୍ରେଣ୍ଡ ଆପଣ ମାନଙ୍କୁ ଏହି ଦୁଇ ଜଣ କଳାକାରଙ୍କ ଆକଟିଂ କେମିତି ଲାଗେ ଆମକୁ କମେନ୍ଟ କରି ଜଣାନ୍ତୁ ଓ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *