ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ବହୁତ କଳାକାର ଅଛନ୍ତି ଯେଉଁ ମାନେ ନିଜ ଜୀବନରେ ଦୁଇଟି ବିବାହ କରିଛନ୍ତି । ହେଲେ ଆଜିଆମେ ଆପଣ ମାନଙ୍କୁ ଯେଉଁ କଳାକାର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ତାଙ୍କ ବିବାହ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ବନ୍ଧୁଗଣ ସେହି କଳାକାର ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ସେଫ ଅଲି ଖାନ । ସେଫ ହେଉଛନ୍ତି ବଲିଉଡର ଏକ ଦିଗଜ ଅଭିନେତା ଓ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ସେଫ ପ୍ରଥମେ ବଲିଉଡ ଅଭିନେତ୍ରୀ ଅମୃତା ସିଂହଙ୍କ ସହ ପ୍ରେମ ବିବାହ କରିଥିଲେ । ଅବଶ୍ୟ ଅମୃତା ତାଙ୍କ ଠାରୁ ବୟସରେ ବଡ ଥିଲେ ହେଲେ ଏହି ବିବାହ ଅଧିକ ବର୍ଷ ରହିନଥିଲା ।
କାରଣ ସେଫଙ୍କ ଜୀବନରେ ବଲିଉଡ ଅଭିନେତ୍ରୀ କରିନା କପୁର ଆସିଥିଲେ । କରିନା ସେଫଙ୍କ ଠାରୁ 12 ବର୍ଷ ସାନ ଥିଲେ ହେଲେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ବସିଥିଲେ । ଏହାପରେ ସେଫ କରିନାଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ । କରିନାଙ୍କ ସହ ବିବାହ କରିବା ପୂର୍ବରୁ ସେଫ ନିଜ ପ୍ରଥମ ପତ୍ନୀ ଅମୃତା ସିଂହଙ୍କୁ କିଛି ବିଶେଷ କଥା କହିଥିଲେ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବଲିଉଡ ଫିଲ୍ମ ମେକର କରନ ଜୋହାରଙ୍କ ଫେମସ ସୋ ‘କଫି ୱିଥ କରନ’ରେ ସେଫ ଭାଗ ନେଇଥିଲେ ଓ ସେ ନିଜ ଜୀବନ ସହ ଜଡିତ କିଛି ରହସ୍ୟ ପୂର୍ଣ୍ଣ କଥା ବିଷୟରେ ଖୁଲାସା କରିଥିଲେ । ସେହି ସୋରେ ସେଫ ନିଜ ପ୍ରଥମ ପତ୍ନୀ ଅମୃତା ସିଂହଙ୍କ ବିଷୟରେ କିଛି ଏପରି କଥା କହିଥିଲେ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଏହି ସୋରେ ସେଫ ନିଜ ଝିଅ ସାରା ଅଲି ଖାନଙ୍କ ସହ ଆସିଥିଲେ ।
ଏହି ସୋରେ ସେଫ ଓ ସାରାଙ୍କ ନିବିଡ ସମ୍ପର୍କକୁ ଲୋକମାନେ ଦେଖିବାକୁ ପାଇଥିଲେ । ସୋରେ କରନ ସାରାଙ୍କୁ ପଚାରିଥିଲେ-‘ସେ କରିନାଙ୍କୁ ତାଙ୍କ ବାପାଙ୍କ ସ୍ତ୍ରୀ ପରି ଦେଖନ୍ତି ନା ତାଙ୍କ ମାଙ୍କ ପରି’ । ଏହାର ଉତ୍ତରରେ ସାରା କହିଥିଲେ କରିନା ତାଙ୍କର ବହୁତ ଭଲ ସାଙ୍ଗ ଅଟନ୍ତି ଓ ଏହି ଦୁଇଜଣଙ୍କ ସମ୍ପର୍କ ମଧ୍ୟ ବହୁତ ଭଲ ଅଛି । ଏହା ସହିତ ସାରା କହିଥିଲେ ଯେ, କରିନା ହେଉଛନ୍ତି ତାଙ୍କର ମନପସନ୍ଦର ଅଭିନେତ୍ରୀ ଓ ସେ ତାଙ୍କୁ ବହୁତ ଅଧିକ ଭଲ ପାନ୍ତି । ସେହି ସୋରେ ସେଫ ନିଜ ପ୍ରଥମ ପତ୍ନୀଙ୍କ ସହ ଜଡିତ ଏକ ରହସ୍ୟ ପୂର୍ଣ୍ଣ କଥା ବିଷୟରେ କହିଥିଲେ ।
କରିନାଙ୍କ ସହ ବିବାହ କରିବା ପୂର୍ବରୁ ସେଫ ନିଜ ପ୍ରଥମ ପତ୍ନୀ ଅମୃତା ସିଂହଙ୍କୁ ଏକ ଚିଠି ଲେଖିଥିଲେ । ସେହି ଚିଠିରେ ଲେଖା ହୋଇଥିଲା- ‘ସେ କରିନାଙ୍କ ସହ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି । ସେ ଆଶା କରୁଛନ୍ତି ଯେ ତାଙ୍କୁ ନିଜ ଜୀବନରେ ସମସ୍ତ ସୁଖ ମିଳୁ’ । ଏହି ଚିଠି ଲେଖିବା ପୂର୍ବରୁ ସେଫ କରିନାଙ୍କ ଠାରୁ ମଧ୍ୟ ଅନୁମତି ମାଗିଥିଲେ ।
କରିନା ମଧ୍ୟ ସେଫଙ୍କୁ ମେସେଜ ଦେବା ପାଇଁ ଅନୁମତି ଦେଇଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତା ସେଫ ଅଲି ଖାନ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ