ଏମାନେ ହେଲେ Indian Idol ସିଜନ 1 ରୁ 12 ପର୍ଯ୍ୟନ୍ତ ସମସ୍ତ ସିଜନ ର ୱିନର, ଦେଖନ୍ତୁ କାହାର ୱିନିଙ୍ଗ ପ୍ରାଇସ ଥିଲା ସବୁଠୁ ଅଧିକ ?

ନମସ୍କାର ବନ୍ଧୁଗଣ ଆପଣ ମାନେ ସୋନି ଟିଭି ରେ ପ୍ରସାରିତ ହେଉଥିବା ରିୟାଲିଟି ସୋ ଇଣ୍ଡିଆନ ଆଇଡଲ ଯାହାକି ଏକ ସଙ୍ଗୀତ ର ସୋ ଥିଲା । ତେବେ ଏହାର ବର୍ତ୍ତମାନ ସିଜନ ୧୨ ର ଅନ୍ତ ହୋଇଛି ଏବଂ ଏହି ସିଜନ ର ବିଜେତା ହୋଇଛନ୍ତି ପବନନ୍ଦୀପ ରାଜନ । ତେବେ ପବନ ଙ୍କ ସ୍ୱର ଏବଂ ସଙ୍ଗୀତ କୁ ଦର୍ଶକ ମାନେ ତଥା ସବୁ ସେଲିବ୍ରେଟି ମାନେ ମଧ୍ୟ ବହୁତ ପସନ୍ଦ କରନ୍ତି । ତେବେ ଆସନ୍ତୁ ଆଜି ଜାଣିନେବା କି ଇଣ୍ଡିଆନ ଆଇଡଲ ର ସବୁ ସିଜନ ରେ ହୋଇଥିବା ସମସ୍ତ ବିଜେତା ଙ୍କ ବିଷୟରେ ଆଲୋଚନା କରି ନେବା ।

୧- ପ୍ରଥମ ରେ ହେଉଛନ୍ତି ସିଜନ ୧୨ ର ବିଜେତା ପବନଦୀପ ରାଜନ । ସେ ଏହି ବର୍ଷ ବିଜେତା ହୋଇଛନ୍ତି ଏବଂ 25 ଲକ୍ଷ ଟଙ୍କା ର ଅର୍ଥରାଶି ଏବଂ ମାରୁତି ସ୍ୱିଫ୍ଟ ମଧ୍ୟ ପାଇଛନ୍ତି ଏହା ଛଡା ତାଙ୍କୁ ବର୍ତ୍ତମାନ ଟି ସିରିଜ ରେ ଗୀତ ଗାଇବାର ଅଫର ମଧ୍ୟ ମିଳି ସାରିଛି । ୨- ଦ୍ଵିତୀୟ ରେ ହେଉଛନ୍ତି ସିଜନ ୧୧ ରେ ବିଜେତା ହୋଇଥିବା ସନି ହିନ୍ଦୁସ୍ତାନୀ । ସେ ପଞ୍ଜାବ ର ବାସିନ୍ଦା । ସେ ଇମ୍ରାନ ହାସମୀ ଙ୍କ ସିନେମା ରେ ଗୀତ ମଧ୍ୟ ଗାଇଛନ୍ତି ଯାହାର ନାମ ରୋମ ରୋମ । ତେବେ ତାଙ୍କ ସ୍ୱର ଙ୍କୁ ମଧ୍ୟ ସମସ୍ତେ ବହୁତ ପସନ୍ଦ କରନ୍ତି । ସନୀ ହିନ୍ଦୁସ୍ଥାନୀଙ୍କ ପ୍ରାଇଜ ମନି ଥିଲା 25 ଲକ୍ଷ ଟଙ୍କା ଓ ଏକ Tata Altroz କାର ।

୩- ତୃତୀୟ ରେ ହେଉଛି ସିଜନ ୧୦ ରେ ବିଜେତା ହୋଇଥିବା ସଲମାନ ଅଲ୍ଲୀ । ସଲମାନ ବର୍ତ୍ତମାନ ପର୍ଯ୍ୟନ୍ତ ତିନୋଟି ବଲିଉଡ ରେ ଗୀତ ଗାଇ ସାରିଛନ୍ତି ଏବଂ ତାଙ୍କର ଗାଇବାର ଅନ୍ଦାଜ କୁ ଲୋକମାନେ ଖୁବ ପସନ୍ଦ କରନ୍ତି ଏବଂ ତାକୁ ଫୋଲୋ ମଧ୍ୟ କରନ୍ତି । ସଲମାନଙ୍କ ଅଲିଙ୍କ ପ୍ରାଇଜ ମନି ଥିଲା 25 ଲକ୍ଷ ଟଙ୍କା ଓ ଏକ Datsun Go କାର ।  ୪- ଚତୁର୍ଥ ରେ ହେଉଛି ସିଜନ ୯ ରେ ବିଜେତା ହୋଇଥିବା ଏଲଭି ରେଭନ୍ତ । ତେବେ ରେଭନ୍ତ ତେଲୁଗୁ ଇଣ୍ଡଷ୍ଟ୍ରୀ ର ଜଣେ ପ୍ଲେବାକ ସିଂଗର ମଧ୍ୟ । ତେବେ ବାହୁବଳୀ ର ମନୋହରି ଗୀତ କୁ ରେଭନ୍ତ ହିଁ ଗାଇଛନ୍ତି । LV Revanth ଙ୍କ ପ୍ରାଇଜ ମନି ଥିଲା 25 ଲକ୍ଷ ଟଙ୍କା ଓ ଏକ Mahindra KUV100 କାର ।

୫- ପଞ୍ଚମରେ ହେଉଛି ସିଜନ ୮ ରେ ବିଜେତା ହୋଇଥିବା ଵିପୁଲ ମେହେତା । ତାଙ୍କର ଗାଇବାର ଅନ୍ଦାଜ ଏବଂ ସ୍ୱର କୁ ମଧ୍ୟ ଲୋକମାନେ ଖୁବ ପସନ୍ଦ କରିଥାନ୍ତି ଏବଂ ସେ ବର୍ତ୍ତମାନ ସଲିମ ସୁଲେମାନ ଙ୍କ ସହ ଲାଇଭ ଇଭେଣ୍ଟ ମଧ୍ୟ କରୁଛନ୍ତି । ବିପୁଲ ମେହତା ଙ୍କ ପ୍ରାଇଜ ମନି ଥିଲା 50 ଲକ୍ଷ ଟଙ୍କା, Suzuki Hayate ଓ ଏକ Nissan Micra କାର । ୬- ଷଷ୍ଠ ରେ ହେଉଛନ୍ତି ସିଜନ ୭ ରେ ଯାହାକି ଜୁନିଆର ପିଲାଙ୍କ ପାଇ ହୋଇଥିଲା ଏବଂ ତାର ବିଜେତା ହୋଇଥିଲେ ଅଞ୍ଜନା । ଅଞ୍ଜନାଙ୍କ ପ୍ରାଇଜ ମନି ଥିଲା 25 ଲକ୍ଷ ଟଙ୍କା ଓ ଏକ Nissan Micra କାର ।

୭- ସପ୍ତମ ରେ ମଧ୍ୟ ଜୁନିଅର ଇଣ୍ଡିଆନ ଆଇଡଲ ସିଜନ ୬ ର ବିଜେତା ହୋଇଥିଲେ ଅନନ୍ୟା ନନ୍ଦ । ଅନନ୍ୟା ନନ୍ଦଙ୍କ ପ୍ରାଇଜ ମନି ଥିଲା 10 ଲକ୍ଷ ଟଙ୍କା । ୮- ଅଷ୍ଟମ ରେ ହେଉଛି ଇଣ୍ଡିଆନ ଆଇଡଲ ର ସିଜନ ୫ ର ବିଜେତା ହେଉଛନ୍ତି ଶ୍ରୀରାମ ଚନ୍ଦ୍ର । ଶ୍ରୀରାମ ଙ୍କ ସ୍ୱର କୁ ଲୋକମାନେ ବହୁତ ପସନ୍ଦ କରନ୍ତି । ତେବେ ସେ ବର୍ତ୍ତମାନ ବଲିଉଡ ଏବଂ ଅନେକ ଆଲବମ ଗୀତ ମଧ୍ୟ ଗାଉଛନ୍ତି ।

ଶ୍ରୀରାମଙ୍କ ପ୍ରାଇଜ ମନି ଥିଲା 50 ଲକ୍ଷ ଟଙ୍କା ଓ ଏକ TATA Winger । ୯- ନବମ ରେ ହେଉଛି ସିଜନ ୪ ର ବିଜେତା ସୌରଭି ଦେବବର୍ମା । ସେ ଇଣ୍ଡିଆନ ଆଇଡଲ ର ପ୍ରଥମ ମହିଳା ବିଜେତା ମଧ୍ୟ । ସେ ବର୍ତ୍ତମାନ ଅନେକ ଲାଇଭ ସୋ ମଧ୍ୟ କରୁଛନ୍ତି । ସୌରଭିଙ୍କ ପ୍ରାଇଜ ମନି ଥିଲା 1 କୋଟି ଟଙ୍କା ଓ ଏକ TATA Winger ।

୧୦- ଦଶମ ରେ ହେଉଛନ୍ତି ସିଜନ ୩ ର ବିଜେତା ହେଉଛନ୍ତି ପ୍ରଶାନ୍ତ ତମଙ୍ଗ । ସେ ମଧ୍ୟ ବହୁତ ଭଲ ଗୀତ ଗାଇ ଲୋକ ମାନଙ୍କ ର ହୃଦୟ ରେ ଘର କରି ପାରିଛନ୍ତି । ପ୍ରଶାନ୍ତଙ୍କ ପ୍ରାଇଜ ମନି ଥିଲା 1 କୋଟି ଟଙ୍କା ଓ ଏକ Maruti Suzuki SX4 । ୧୧- ଏକାଦଶ ରେ ହେଉଛି ସିଜନ ୨ ର ବିଜେତା ସନ୍ଦୀପ ଆଚାର୍ଯ୍ୟ । ତେବେ ସେ ମଧ୍ୟ ନିଜର ପ୍ରତିଭାରେ ଲୋକମାନେ ଖୁବ ଆକର୍ଷିତ ଏବଂ ପସନ୍ଦ ମଧ୍ୟ କରିଥିଲେ । ସନ୍ଦୀପ ଙ୍କ ପ୍ରାଇଜ ମନି ଥିଲା 1 କୋଟି ଟଙ୍କା ଓ ଏକ Maruti Baleno କାର । ତେବେ ଦୁଃଖର କଥା ସେ ଜଣ୍ଡିସ ରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ ।

୧୨- ତେବେ ଦ୍ଵାଦଶ ରେ ସିଜନ ୧ ର ବିଜେତା ହେଉଛନ୍ତି ଅଭିଜିତ ସାବନ୍ତ । ସେ ମୁମ୍ବାଇ ରେ ରହୁଥିଲେ ଏହା ସହ ସେ ଏହି ଶୋ ର ବିଜେତା ହେବା ପରେ ରାତାରାତି ଷ୍ଟାର ହୋଇ ଯାଇଥିଲେ ଏବଂ ବର୍ତ୍ତମାନ ସେ ଅନେକ ବଲିଉଡ ରେ ଗୀତ ଗାଉଛନ୍ତି । ଅଭିଜିତଙ୍କ ପ୍ରାଇଜ ମନି ଥିଲା 50 ଲକ୍ଷ ଟଙ୍କା ଓ ଟି-ସିରିଜ ର ଏକ ଆଲବମ ସଙ୍ଗ କଣ୍ଟ୍ରାକ୍ଟ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *