ବାଘ ଛାଲ ପିନ୍ଧି Jhalak dikhlajaa ରେ ପହଞ୍ଚିଲେ Duti Chand ! କରିବେ କମାଲ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଝଲକ ଦିଖଲାଜା ରେ ବାଘ ନାଚ କରିବେ ଦୂତୀ ଚାନ୍ଦ । ଏଥି ନିମନ୍ତେ ସେ ଏଭଳି କିଛି ପୋଷାକ ପିନ୍ଧି ପହଞ୍ଚିଥିଲେ ଝଲକ ଦିଖଲାଜାର ସେଟରେ । ଝଲକ ଦିଖଲାଜା ରେ ଓଡିଶାର ଦୂତୀ ଚାନ୍ଦ, ନିଜର ଲଭଷ୍ଟୋରୀ ନିଜର ଡ୍ୟାଂସିଙ୍ଗ ଷ୍ଟାଇଲ ପାଇଁ ଆଉ ନିଜର ଜୀବନରେ ଘଟିଥିବା ଏକ ଏଭଳି ଘଟଣା କୁ ଯେଉଁଭଳି ଭାବରେ ଜାତୀୟ ଗଣ ମାଧ୍ୟମରେ ରଖିଛନ୍ତି, ବର୍ତ୍ତମାନ ସଂପୂର୍ଣ୍ଣ ଦେଶ ଦୂତୀ ଚାନ୍ଦ ଙ୍କୁ ଭଲ ପାଇ ବସିଛି ।

ସମସ୍ତେ ଦୂତୀ ଚାନ୍ଦ ଙ୍କର ଲଭ ଷ୍ଟୋରୀ କୁ ନେଇ କହୁଛନ୍ତି ଭଲ ଭଲ କଥା । ସମାଜରେ ସବୁ ବାଧା ବିଘ୍ନ ସବୁ ସେଇ ପୁରୁଣା ଚିନ୍ତାଧାରା କୁ ଭାଙ୍ଗି ଗୋଟିଏ ଝିଅ ହୋଇ ଝିଅ ସହିତ କିଭଳି ପ୍ରେମରେ ପଡିଲେ ? ତଥା କିଭଳି ଗୋଟିଏ ଅଲମ୍ପିକ ଖେଳାଳି ପାଲଟି ଗଲେ ତାହା ତାହାହିଁ ହେଉଛି ଦୂତୀଚାନ୍ଦ ଙ୍କ କାହାଣୀ ଯାହା ଏବେ ସଂପୂର୍ଣ୍ଣ ଭାରତବର୍ଷ ଜାଣିବାକୁ ଚାହୁଁଛି ।

ତେବେ ଝଲକ ଦିଖଲାଜା ର ପୁରୁଣା ଏପିସୋଡରେ ସେ ନିଜର ପ୍ରେମ କାହାଣୀ କୁ ରଖିଥିଲେ ସମସ୍ତଙ୍କ ସାମ୍ନାରେ ଏବଂ ଯେଉଁଥିରେ ତାଙ୍କୁ ପ୍ରଶଂସା କରିଥିଲେ କରନ ଜୋହର ଏବଂ କରନ ତାଙ୍କ ଉପରେ ଗୋଟିଏ ସିନେମା ମଧ୍ୟ କରିବାକୁ ଯାଉଛନ୍ତି । ଯେଉଁଥିରେ ତାଙ୍କ ସମଲିଙ୍ଗି ପ୍ରେମ କାହାଣୀ କୁ ସଂପୂର୍ଣ୍ଣ ଦୁନିଆ ଦେଖିବ ସିଲଭର ସ୍କିନରେ ।

କେବଳ ଏତିକି ନୁହେଁ ଦୂତୀ ଚାନ୍ଦ ସେଠାରେ ନୋରା ଫତେଇକୁ ଧରି ଯେଉଁଭଳି ଭାବରେ ଡ୍ୟାନ୍ସ କରିଥିଲେ, ତାହାକୁ ସମସ୍ତେ ବହୁତ ହିଁ ଉପଭୋଗ କରିଥିଲେ । ଦୂତୀଚାନ୍ଦ କିଭଳି ତାଙ୍କ ପ୍ରେମିକା ଙ୍କ ସହିତ ଦେଖା ହେଲେ ତଥା କିଭଳି ସେମାନେ କନେକ୍ଟ ହେଲେ ? ଏହିସବୁ କଥା କହିଥିଲେ । ଏହା ସହିତ ତାଙ୍କର ପ୍ରେମ କାହାଣୀ ଏବେ ଜାତୀୟ ଗଣମାଧ୍ୟମରେ ଗୋଟିଏ ମସଲାଦାର ନ୍ୟୁଜ ପାଲଟିଛି ।

ତା’ ଠାରୁ ଅଧିକ ପାଲଟିଛି ତାଙ୍କର ଡ୍ୟାଂସିଙ୍ଗ ଷ୍ଟାଇଲ ତାଙ୍କ ହସ ହସ ଚେହେରା ଆଉ ନିଜକୁ ଉପସ୍ଥାପ କରିବାର ଶୈଳୀ । ତେବେ ଏହି ପୋଷାକ କୁ ଦେଖିଲେ ଜାଣିହେଉଛି ଯେ ଦୂତୀ ଚାନ୍ଦ ତାଙ୍କର ପରବର୍ତ୍ତୀ ଡ୍ୟାନ୍ସ ରେ ଗୋଟିଏ ବାଘ ଡ୍ୟାନ୍ସ ନେଇ ଆସୁଛନ୍ତି । ଏହି ଥିମ କୁ ଦେଖିବାକୁ ଭାରତବର୍ଷ ଅପେକ୍ଷା କରିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *