ଦିନେ ଯେଉଁ ଛୋଟ ପିଲା ବୁଲି ବୁଲି ଲଗାଉଥିଲା ଫିଲ୍ମ ପୋଷ୍ଟର, ସେ ଆଜି ବଡ ହୋଇ Bollywood ରେ କରୁଛି ରାଜ, ନାଁ ଜାଣିଲେ ଚମକି ପଡିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ବଲିଉଡର ସମସ୍ତ କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡରେ ଏହି ସଫଳତା ହାସଲ କରିଛନ୍ତି ।

ହେଲେ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଗୋଟେ ସମୟରେ ଫିଲ୍ମ ପୋଷ୍ଟର ଲଗାଉଥିଲେ । ହେଲେ ଆଜି ସେ ହେଉଛନ୍ତି ବଲିଉଡର ଜଣେ ଦିଗଜ ଅଭିନେତା । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତା ଜଣକଙ୍କ ବିଷୟରେ ।


ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହନ୍ତି ଏ ହେଉଛନ୍ତି ବଲିଉଡର ଦିଗଜ ଅଭିନେତା ଜ୍ୟାକି ସ୍ରୋଫ । ସେ ୨ ଫେବୃୟାରି ୧୯୫୮ ମସିହାରେ ଦକ୍ଷିଣ ମୁମ୍ବାଇର ଗ୍ରାଣ୍ଟ ରୋଡ ପାଖରେ ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଜ୍ୟାକିଙ୍କ ପିତା ଗୁଜୁରାତି ଥିଲେ ହେଲେ ତାଙ୍କ ମାଙ୍କ ଜନ୍ମ ସ୍ଥାନ କାଜାଖସ୍ଥାନ ଥିଲା । ଜ୍ୟାକି ନିଜ ପିଲା ବେଳ ସମୟରେ ଫିଲ୍ମ ପୋଷ୍ଟର ମାରୁଥିଲେ । ବନ୍ଧୁଗଣ ଏହି କଥା ନିଜେ ଜ୍ୟାକି ଏକ ଇଣ୍ଟର୍ବ୍ୟୁ ଦ୍ଵାରା କହିଛନ୍ତି ।

ଜ୍ୟାକିଙ୍କ ମତରେ, ସେ ପିଲା ଦିନରେ କୌଣସି ନା କୌଣସି ଫିଲ୍ମ ରିଲିଜ ହେବାର ଅପେକ୍ଷାରେ ରହୁଥିଲେ । କାରଣ ଫିଲ୍ମ ରିଲିଜ ହେବା ପରେ ସେ ନିଜ ସାଙ୍ଗ ମାନଙ୍କ ସହ ଯାଇ ସେହି ଫିଲ୍ମର ପୋଷ୍ଟରକୁ କାନ୍ଥରେ ଲଗାଉଥିଲେ । ଦିନେ ଜ୍ୟାକି ଏକ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରି ଛିଡା ହୋଇଥିଲେ । ସେହି ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ଜ୍ୟାକିଙ୍କ ନିକଟକୁ ଆସିଥିଲେ ଓ ତାଙ୍କୁ ‘କଣ କରୁଛ’ କହି ପଚାରିଥିଲେ ।

ଏଭଳି ପରିସ୍ଥିତିରେ ଜ୍ୟାକଇ ନିଜ କାର୍ଯ୍ୟ ବିଷୟରେ ସେହି ବ୍ୟକ୍ତି ଜଣକଙ୍କୁ କହିଥିଲେ । ଯାହାଫଳରେ ବ୍ୟକ୍ତି ଜଣକ ଜ୍ୟାକିଙ୍କୁ ଏକ ମାର୍କେଟିଙ୍ଗ ଏଜେନ୍ସିରେ ଚାକିରି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ବ୍ୟକ୍ତି ଜଣକ ଫଟୋ କ୍ଲିକ କରିବା ପାଇଁ ଜ୍ୟାକିଙ୍କୁ ଅଫର କରିଥିଲା । ତେଣୁ ଯଦି ଜ୍ୟାକି ଚାହାଁନ୍ତି ତା ହେଲେ ଜ୍ୟାକି ସେଠାରେ ମଡେଲିଙ୍ଗ କରିପାରିବେ ଏବଂ ଏହା ପାଇଁ ଜ୍ୟାକିଙ୍କୁ ସେ ଟଙ୍କା ଦେବେ ବୋଲି ମଧ୍ୟ କହିଥିଲେ । ଏହାପରେ ଜ୍ୟାକି ସେହି ସ୍ଥାନକୁ ଯାଇ ଫଟୋସୁଟ କରିଥିଲେ । କିଛି ସମୟ ଫଟୋସୁଟ କରିବା ପରେ ସେ ଏକ ସଫଳ ମଡେଲ ହୋଇପାରିଲେ ।

ତାଙ୍କୁ ତାଙ୍କର ପ୍ରଥମ ବିଜ୍ଞାପନ ପାଇଁ ୭ ହଜାର ତାଙ୍କ ମିଳିଥିଲା । ଏହାପରେ ଜ୍ୟାକି ଆକଟିଙ୍ଗ କ୍ଳାସ ଯାଇଥିଲେ । ସେହି ସ୍ଥାନକୁ ଯିବା ପାଇଁ ତାଙ୍କ ମୁଖ୍ୟ ଲକ୍ଷ ଥିଲା ସେ ଦେବାନନ୍ଦଙ୍କୁ ସାକ୍ଷାତ କରିବା ପାଇଁ ଚାହୁଁଥିଲେ । ବହୁତ ଦିନ ଧରି ଜ୍ୟାକି ସେହି ସ୍ଥାନରେ ଦେବାନନ୍ଦଙ୍କୁ ଭେଟିବା ପାଇଁ ଚେଷ୍ଟା କରିଥିଲେ ।

ଶେଷରେ ସେ ଦେବାନନ୍ଦଙ୍କୁ  ଭେଟି ପାରିଥିଲେ ଓ ଦେବାନନ୍ଦ ତାଙ୍କ ଫିଲ୍ମ ‘ସ୍ଵାମୀ ଦାଦା’ରେ ଜ୍ୟାକୁଙ୍କୁ ଏକ ଛୋଟ ଭୂମିକାରେ ଅଭିନୟ କରିବାର ମଉକା ଦେଇଥିଲେ । ଏହି ଫିଲ୍ମରେ କାମ କରିବା ପରେ ଜ୍ୟାକି ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରି ବଲିଉଡରେ ସଫଳତା ପାଇଥିଲେ । ବର୍ତ୍ତମାନର ସମୟରେ ଜ୍ୟାକି ହେଉଛନ୍ତି ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *