Bollywood ର ଲିଜେଣ୍ଡ ଆକ୍ଟର Dilip Kumar ଙ୍କ ଜୀବନୀ, ପରିବାର ଓ Lifestyle

ନମସ୍କାର ବନ୍ଧୁଗଣ ଦେଶ ବର୍ତ୍ତମାନ ବହୁତ ଭୟଙ୍କର ପରିସ୍ଥିତି ରେ ରହୁଛି ଏବଂ ପ୍ରତିଦିନ କୌଣସି ନା କୌଣସି ଦୁଃଖଦ ଖବର ଶୁଣିବାକୁ ମିଳୁଛି । ତେବେ ଗତ ବର୍ଷ ଯେପରି ବଲିଉଡ ଜଗତର ଅନେକ ନାମୀ ଦାମି କଳାକାରମାନେ ଏହି ଦୁନିଆ ରୁ ବିଦାୟ ନେଇଥିଲେ ।

ଯେପରି ଋଷି କପୂର, ସୁଶାନ୍ତ ସିଂହ ଆଦି ଏହି ବର୍ଷ ମଧ୍ୟ ବଲିଉଡ ପାଇଁ ଅନେକ ଅନ୍ଧକାର ନେଇ ଆସିଛି ତେବେ ଆଜି ‘ଟ୍ରେଜେଡି କିଙ୍ଗ’ ଦିଲ୍ଲୀପ କୁମାର ଙ୍କ ମୃତ୍ୟୁ ଘଟିଛି । ତେବେ ଏହି ଖବର ସମସ୍ତ ଙ୍କ ହୃଦୟ କୁ ଏବଂ ବଲିଉଡ କୁ ମର୍ମାହତ କରିଦେଇଛି । ଏହା ବଲିଉଡ ପାଇଁ ଅପୁରଣୀୟ କ୍ଷତି । ତେବେ ଆସନ୍ତୁ ଆଜି ଆମେ ଦିଲ୍ଲୀପ କୁମାର ଙ୍କ ଜୀଵନ ଶୈଳୀ ଏବଂ ତାଙ୍କର ବ୍ୟକ୍ତିତ୍ବ ବିଷୟରେ କିଛି ଆଲୋଚନା କରିନେବା ।

ଦିଲ୍ଲୀପ କୁମାର ଙ୍କ ଅସଲି ନାମ ମହମ୍ମଦ ୟୁଶୂଫ ଖାନ ଥିଲା କିନ୍ତୁ ଯେତେବେଳେ ସେ ସିନେମା ଜଗତ କୁ ଆସିଲେ ସେତେବେଳେ ତାଙ୍କ ନାମ ଦିଲ୍ଲୀପ କୁମାର ରଖା ଦିଆ ଗଲା । ଏହି ନାମ ବମ୍ବେ ଟକିସ ର ମାଲିକ ଦେବିକାରାଣୀ ରଖିଥିଲେ । ଦିଲ୍ଲୀପ କୁମାର ଙ୍କୁ ଟ୍ରେଜେଡି କିଙ୍ଗ ମଧ୍ୟ କୁହାଯାଏ । ତାଙ୍କ ଜନ୍ମ ୧୧ ଡିସେମ୍ବର ୧୯୨୨ ମସିହା ପେଶାବର ବ୍ରିଟିଶ ଭାରତ ରେ ହୋଇଥିଲା ଏବଂ ସେ ବର୍ତ୍ତମାନ ୯୮ ବର୍ଷ ବୟସ ଥିଲେ ।

ଦିଲ୍ଲୀପ କୁମାର ଙ୍କ ବାପା ଜଣେ ଫଳ ବେପାରୀ ଥିଲେ ଏବଂ ୧୯୩୦ ରେ ପେଶାବର ଛାଡି ମୁମ୍ବାଇ ଆସି ଯାଇଥିଲେ ଏବଂ ପରେ ସେ ପୁନେ ରେ ରହିଲେ । ସେଠାରେ ସେ ନିଜର କ୍ୟାଣ୍ଟିନ୍ ବ୍ୟବସାୟ ଆରମ୍ଭ କରିଥିଲେ । ସେ ନିଜର ପାଠପଢା ବରେନ୍ସ ସ୍କୁଲ ମହାରାଷ୍ଟ୍ର ରେ କରିଥିଲେ । ସେ ନିଜର ସିନେମା କ୍ୟାରିଅର ୧୯୪୪ ମସିହା ରେ ‘ଜ୍ଵାର ଭଟ୍ଟା’ ସିନେମା ରୁ ଆରମ୍ଭ କରିଥିଲେ ।

ଏହା ପରେ ତାଙ୍କର ୧୯୪୭ ରେ ଆସିଥିବା ସିନେମା ‘ଜୁଗନୁ’ ବକ୍ସ ଅଫିସ ରେ ସୁପର ହିଟ ହୋଇଥିଲା ଏବଂ ଲୋକ ମାନଙ୍କୁ ଦିଲ୍ଲୀପ କୁମାର ଙ୍କ ଅଭିନୟ ଏବଂ ଡାଇଲଗ ଡେଲିଭରି ବହୁତ ପସନ୍ଦ ଆସିଥିଲା । ଏହା ପରେ ସେ ଅନେକ ସିନେମା ରେ ନିଜର ପ୍ରତିଭା ଦେଖାଇ ଥିଲେ ସେ ‘ଅନ୍ଦାଜ’, ‘ବାବୁଲ’, ‘ଦାଗ’,’ଦେବଦାସ’,’ମୁଗଲେ ଆଜମ’ ,’ଆଜାଦ’ ,’ ରାମ ଔର ଶ୍ୟାମ’ ଆଦି ଅନେକ ସୁପର ହିଟ ସିନେମା ରେ ସେ ଅଭିନୟ କରି ଲୋକ ମାନଙ୍କ ହୃଦୟ ରେ ଏବଂ ବଲିଉଡ ରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ।

ଦିଲ୍ଲୀପ କୁମାର ଙ୍କୁ ୧୯୫୪ ରେ ବେଷ୍ଟ ଆକ୍ଟର ର ଆୱାର୍ଡ ମିଳିଥିଲା ଏବଂ ୮ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ଜିତି ପାରିଛନ୍ତି । ତାଙ୍କୁ ୧୯୯୩ ରେ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ମିଳି ଥିଲା ଏବଂ ୧୯୯୮ ରେ ପାକିସ୍ତାନ ସରକାର ନିଶାନ-ଏ-ଇମତିଆଜ ସମ୍ମାନ ମଧ୍ୟ ଦେଇଥିଲେ । ଦିଲ୍ଲୀପ ଙ୍କ ଶେଷ ସିନେମା ୧୯୯୮ ‘କିଲା’ ଥିଲା ।

ତାଙ୍କ ପରିବାର ବିଷୟ ରେ ଆଲୋଚନା କଲେ ତାଙ୍କ ବାପା ଙ୍କ ନାମ ଲାଲା ଗୁଲାମ ସରୱାର ଏବଂ ତାଙ୍କ ମାତା ଙ୍କ ନାମ ଆଏଶା ବେଗମ । ଦିଲ୍ଲୀପ କୁମାର ପ୍ରଥମ ବିବାହ ସାୟାରା ବାନୋ ଙ୍କ ସହ କରିଥିଲେ ଏବଂ ଦ୍ଵିତୀୟ ବିବାହ ଆଶମା ରେହମ ଙ୍କ ସହ କରିଥିଲେ କିନ୍ତୁ ତାଙ୍କ ଦ୍ଵିତୀୟ ବିବାହ ବିଫଳ ହୋଇଥିଲା ଏବଂ ସେ ଅଲଗା ହୋଇ ଯାଇଥିଲେ ।

ଦିଲ୍ଲୀପ କୁମାର ମୁମ୍ବାଇ ରେ ନିଜର ଏକ ଘର ଅଛି ଯେଉଁଠି ସେ ନିଜ ପରିବାର ଙ୍କ ସହିତ ରୁହନ୍ତି । ତାଙ୍କ ପାଖରେ ଏକ ଟୋୟାଟା ଇନୋଭା, ମର୍ସଡିଜ, ବିଏମଡବ୍ଲ୍ୟୁ, ଏବଂ ତାଙ୍କର ନେଟ ୱାର୍ଥ ହେଉଛି ୮୫ମିଲିୟନ ଡଲାର । ତେବେ ଏହା ଥିଲା ତାଙ୍କ ଜୀଵନ ବିଷୟରେ କିଛି କଥା ଆପଣ ମାନଂକୁ ତାଙ୍କର କେଉଁ ସିନେମା ଅଧିକ ପସନ୍ଦ ନିଶ୍ଚିତ ଜଣାଇବେ ।

Leave a Reply

Your email address will not be published. Required fields are marked *