ବଲିଉଡରେ ସବୁଠୁ ଧନୀ ଘରର ଝିଅଙ୍କୁ ବିବାହ କରି ସବୁଠୁ ଧନୀ ଘରର ଜ୍ଵାଇଁ ହୋଇଛନ୍ତି ଏହି ୬ ଜଣ ଅଭିନେତା, ନାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଆମ ଭାରତୀୟ ସଂସ୍କୃତିରେ ସମ୍ପର୍କକୁ ବହୁତ ମହତ୍ୱ ଦିଆ ଯାଇଥାଏ । ବଲିଉଡରେ ମଧ୍ୟ ସମ୍ପର୍କକୁ ସେମିତି ଦେଖା ଯାଇଥାଏ । କଥା ହେବା ଯଦି ଜ୍ଵାଇଁଙ୍କ ବିଷୟରେ ତେବେ ଭାରତୀୟ ସଂସ୍କୃତିରେ ଜ୍ଵାଇଁଙ୍କୁ ବହୁତ ମହତ୍ୱ ପୂର୍ଣ୍ଣ ସ୍ଥାନ ମିଳିଥାଏ । ଜ୍ଵାଇଁ ଘରକୁ ଗଲେ ତାଙ୍କର ବହୁତ ଖାତିର ଦାରି କରାଯାଇଥାଏ । ଚେଷ୍ଟା କରାଯାଏ ଯେମିତି ଜ୍ଵାଇଁଙ୍କ ଚର୍ଚ୍ଚାରେ କୌଣସି କମି ନ ଆସୁ ।

କଥା ହେବା ଯଦି ବଲିଉଡର, ବଲିଉଡର ଏମିତି କେତେକ ଅଭିନେତା ଅଛନ୍ତି ଯେଉଁମାନେ ବଡଲୋକ ଘରେ ଜ୍ଵାଇଁ ହେଇଛନ୍ତି । ଏହି ସବୁ ଆକ୍ଟର ନିଜ ଇଚ୍ଛାରେ ନିଜର ପାର୍ଟନରଙ୍କୁ ବାଛିଛନ୍ତି ଓ ଆଜି ସବୁଠୁ ବଡଲୋକ ଘରର ଜୁଆଁଇ ହେଇଛନ୍ତି । ଏହି ସବୁ ଷ୍ଟାର ପ୍ରଥମରୁ ମଧ୍ୟ ଫେମସ ଅଛନ୍ତି ।

ଅକ୍ଷୟ କୁମାର

ଏହି ଲିଷ୍ଟରେ ପ୍ରଥମ ନାମ ଆସିଥାଏ ବଲିଉଡର ଖିଲାଡ଼ି ଅକ୍ଷୟ କୁମାରଙ୍କର । ରାଜେଶ ଖାନା ହିନ୍ଦୀ ସିନେମାରେ ପ୍ରଥମ ସୁପରଷ୍ଟାର ବୋଲି ଜଣା ଯାଉଥିଲେ ଓ ଅକ୍ଷୟ କୁମାର ତାଙ୍କର ଜ୍ଵାଇଁ ଅଟନ୍ତି । ଅକ୍ଷୟ ଓ ଟ୍ଵିଙ୍କଲ ଖାନାଙ୍କ ବିବାହ 17 ଜାନୁୟାରୀ 2001 ରେ ହୋଇଥିଲା । ଆଜି ବଲିଉଡର ସବୁଠୁ ଆଇଡଲ କପଲ ଅଟନ୍ତି ।

ଧନୁଷ

ସାଉଥର ସୁପର ଷ୍ଟାର ଧନୁଷ ସାଉଥର ପ୍ରଥମ ସବୁଠୁ ବଡ଼ ସୁପର ଷ୍ଟାର ରଜନୀକାନ୍ତଙ୍କ ଜ୍ଵାଇଁ ଅଟନ୍ତି , ଧନୁଷ ‘କୋଲାବରି ଡି ‘ ଗାଇବା ପରେ ଦୁନିଆସାରା ଲୋକେ ତାଙ୍କୁ ଚିଁହିଲେ । ତାପରେ ଫିଲ୍ମ ‘ରାଞ୍ଝଣା’ରେ ସେ ବଲିଉଡରେ ଡେବ୍ୟୁ କଲେ । ସେ 2004 ରେ ରଜନୀକାନ୍ତଙ୍କ ଝିଅ ଐଶ୍ଵର୍ଯ୍ୟଙ୍କ ସହିତ ବିବାହ କରିଥିଲେ ।

ସର୍ମନ ଯୋଶୀ

ସର୍ମନ ଯୋଶୀ ଶ୍ରେଷ୍ଟ ଭିଲେନ ପ୍ରେମ ଚୋପ୍ରାଙ୍କ ଜ୍ଵାଇଁ ଅଟନ୍ତି । ଥ୍ରୀ ଇଡିଏଟ୍ସ ଓ ଗୋଲମାଲରେ କାମ କରିବା ପରେ ତାଙ୍କ ନାମ ସଫଳ ଅଭିନେତା ମାନଙ୍କ ଲିଷ୍ଟରେ ଗଣାଯାଏ, ବର୍ଷ 2000 ରେ ସର୍ମନ୍ ଯୋଶୀ ପ୍ରେରଣା ଚୋପ୍ରାଙ୍କ ସହିତ ବିବାହ କରିଥିଲେ ।

କୁଣାଲ କପୁର

ଏହି ନାମ ବୋଧେ ଆପଣଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ହେଇପାରେ । ରଙ୍ଗ ଦେ ବସନ୍ତି ରେ ନିଜର ସୁନ୍ଦର ଅଭିନୟ ଦ୍ୱାରା କୁଣାଲ ସମସ୍ତଙ୍କର ପସନ୍ଦ ହୋଇ ସାରିଥିଲେ । ବିବାହ ପରେ କୁଣାଲ ଜଣେ ବଡଲୋକ ଘରର ଜ୍ଵାଇଁ ହେଇ ସାରିଛନ୍ତି , ସେ ମହାନାୟକ ଅମିତାଭ ବଚ୍ଚନଙ୍କ ଛୋଟ ଭାଇ ଅଜିତାଭ ବଚ୍ଚନଙ୍କ ଝିଅ ନେନାଙ୍କ ସହିତ ବିବାହ କରିଛନ୍ତି ,ସେ ଅଜିତାଭ ବଚ୍ଚନଙ୍କର ଜ୍ଵାଇଁ ଅଟନ୍ତି ।

ଅଜୟ ଦେବଗନ

ଅଜୟ ଦେବଗନଙ୍କୁ ଲୋକେ ଆକ୍ସନ ହିରୋ ଭାବରେ ଅଧିକ ଜାଣିଛନ୍ତି , କେବଳ ଆକ୍ସନ ନୁହେଁ କମେଡିର ମହାରଥୀ ମଧ୍ୟ ଅଟନ୍ତି, ଅଜୟ ଦେବଗନ 1999 ମସିହାରେ କାଜଲଙ୍କ ସହିତ ବିବାହ କରିଥିଲେ । ନିଜ ସମୟରେ ମହାନ୍ ଅଭିନେତ୍ରୀ ତନୁଜାଙ୍କ ଜ୍ଵାଇଁ ହେଇଗଲେ । ଆଜି ଦୁଇ ଜଣଙ୍କ ଯୋଡ଼ି ବଲିଉଡରେ ସୁପର ହିଟ ଅଟେ।

କୁଣାଲ ଖେମୁ

କୁଣାଲ ଖେମୁ ପିଲାବେଳେ ‘ହମ ହେ ରାହି ପ୍ୟାର କେ ‘ ରାଜା ହିନ୍ଦୁସ୍ଥାନୀ, ଭାଇ ଓ ଜୁଡୁୱା ଭଳି ଫିଲ୍ମରେ ଦମଦାର ଅଭିନୟ କରିଥିଲେ । କିନ୍ତୁ ବଡ଼ ହେବା ପରେ ସେ ସେହି ସଫଳତା ହାସଲ କରି ପାରିଲେନି ଯାହା ସେ ଚାହୁଁଥିଲେ , ଢୋଲ ଓ ଟ୍ରାଫିକ ସିଗ୍ନାଲ ଓ ଧମାଲ ଭଳି ଫିଲ୍ମ ରେ ତାଙ୍କର ଅଭିନୟ ଦେଖିବାକୁ ମିଳିଥିଲା , କୁଣାଲ ଖେମୁ ପଟୋଦି ଖାନଦାନର ଝିଅ ସୋହା ଅଲି ଖାନଙ୍କ ସହିତ ବିବାହ କରିଛନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *