କେବେ ଭାରତ ଏକ ପୁରୁଷ ପ୍ରାଧାନ୍ୟ ଦେଶ ଥିଲା କିନ୍ତୁ ଲୋକଙ୍କ ଚିନ୍ତାଧାରା ବର୍ତ୍ତମାନ ବଦଳୁଛି । ଏଠାରେ ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ କାନ୍ଧରେ କାନ୍ଧ ମିଳାଇ ଚାଲିଛନ୍ତି ଏବଂ ଅନେକ କ୍ଷେତ୍ରରେ ସେମାନେ ଏହା ଠାରୁ ବହୁ ଆଗରେ ଅଛନ୍ତି । ଆମେ ଯଦି ସେଲିବ୍ରିଟିମାନଙ୍କ ବିଷୟରେ କଥାବାର୍ତ୍ତା ହେବା, ତେବେ ଏପରି ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ସ୍ଵାମୀ ମାନଙ୍କ ଠାରୁ ନାମ ଓ ଧନ ଅର୍ଜିବା ମାମଲାରେ ସ୍ଵାମୀଙ୍କ ଠାରୁ ଆଗରେ ଅଛି, ତଥାପି ତାଙ୍କର ଗର୍ବ ନାହିଁ । ଏଥିରେ ଆପଣଙ୍କ ଫେବ୍ରେଟ ଅଭିନେତ୍ରୀ ବି ଥାଇ ପାରନ୍ତି ?
ଆମ ଦେଶ ଏକ ପୁରୁଷ ପ୍ରାଧାନ୍ୟ ଦେଶ ଅଟେ, ଏହା ଆମେ ସମସ୍ତେ ଜାଣୁ କିନ୍ତୁ ବର୍ତ୍ତମାନ ଆପଣ ଦେଖିପାରିବେ ଯେ ମହିଳାଙ୍କ କ୍ୟାରିୟର ମଧ୍ୟ ପୁରୁଷଙ୍କ ପରି ଚାଲିଛି । ଅନେକ ମହିଳା ନିଜ ସ୍ୱାମୀଙ୍କ ଅପେକ୍ଷା ଅଧିକ ଲୋକପ୍ରିୟ ଅଟନ୍ତି । ଆଜି ଆମେ କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ସ୍ୱାମୀଙ୍କ ଅପେକ୍ଷା ଅଧିକ ଧନ ଏବଂ ଖ୍ୟାତି ହାସଲ କରିଛନ୍ତି, କିନ୍ତୁ ସେ ତାଙ୍କ ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି ଓ ସେମାନଙ୍କର ଆଦୌ ଗର୍ବ ନାହିଁ ।
ଐଶ୍ୱର୍ଯ୍ୟା ସଖୁଜା
ଟିଭି ସିରିଏଲ ‘ସାସ ବିନା ସସୁରାଲ’ରୁ ଟିଭିର ଲୋକପ୍ରିୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ସଖୁଜା କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଏହା ପରେ ସେ ଅନେକ ସିରିଏଲରେ ଏକ ଲୀଡ ରୋଲ ରେ ନଜର ଆସିଥିଲେ । ଐଶ୍ୱର୍ଯ୍ୟା 2006 ରେ ମିସ୍ ଇଣ୍ଡିଆର ଫାଇନାଲିଷ୍ଟ ଥିଲେ, ଏହା ପରେ ସେ ଅନେକ ସିରିଏଲରେ କାମ କରିଥିଲେ । ଐଶ୍ୱର୍ଯ୍ୟା 2014 ମସିହାରେ ନିଜ ପ୍ରେମିକ ରୋହିତ ନାଗଙ୍କୁ ବିବାହ କରିଥିଲେ । ଐଶ୍ୱର୍ଯ୍ୟା ଏବଂ ରୋହିତଙ୍କର ପ୍ରଥମ ଦେଖା ଏକ ଶୋ’ର ଅଡିସନ ସମୟରେ ହୋଇଥିଲେ ।
ସୋମ୍ୟା ଟଣ୍ଡନ୍
ଆଣ୍ଡ ଟିଭି ର ପପୁଲାର ଶୋ ‘ଭାବି ଜି ଘର ପର ହେ’ ରେ ଅନୀତା ମିଶ୍ରଙ୍କ ଭୂମିକାରେ ଅଭିନୟ କରୁଥିବା ବଲିଉଡ ଅଭିନେତ୍ରୀ ସୌମ୍ୟା ଟଣ୍ଡନ ଘରେ ଘରେ ଲୋକପ୍ରିୟ । ସୋମୟା ତାଙ୍କର କ୍ୟାରିୟରର ଆରମ୍ଭରେ ‘ଫେମିନା କଭର୍ ଗର୍ଲ ପ୍ରଥମ ରନର୍ ଅପ୍’ ଥିଲେ ଏବଂ ଏହା ପରେ ସେ ମଡେଲ ହୋଇଥିଲେ । ସୋମୟା ଜଣେ ବ୍ୟାଙ୍କରଙ୍କୁ 2016 ମସିହାରେ ବିବାହ କରିଥିଲେ ଏବଂ ସେ ଏକ ପୁତ୍ର ସନ୍ତାନକୁ 2019 ମସିହାରେ ଜନ୍ମ ଦେଇଥିଲେ। ସୋମିଆ ଅନେକ ଶୋ’ର ହୋଷ୍ଟ କରିଥିଲେ ଓ ଫିଲ୍ମ ଜବ୍ ୱେ ମେଟ୍ ରେ ମଧ୍ୟ କାମ କରିଥିଲେ ।
ଦୀପିକା କକ୍କର
ଆପଣ ନିଶ୍ଚୟ ଦୀପିକାଙ୍କୁ ଦେଖିଥିବେ, ଯିଏ ପ୍ରଥମ ଥର ପାଇଁ ଟିଭି ସିରିଏଲ୍ ‘ସସୁରାଲ୍ ସିମର କା’ ରେ ନଜର ଆସିଥିଲେ ଓ ଏହା ପରେ ସେ ବିଗ୍ ବସ୍ -12 ଟାଇଟଲ୍ ଜିତିଥିଲେ । ଏହା ପରେ ଦୀପିକା ଅନେକ ରିଆଲିଟି ସୋ ଏବଂ ସିରିଏଲରେ ଅଭିନୟ କରିଥିଲେ । ତା’ପରେ ସେ ଅଭିନେତା ଶୋଏବ ଇବ୍ରାହିମଙ୍କୁ ବିବାହ କରିଥିଲେ କିନ୍ତୁ ଶୋଏବଙ୍କ ଅପେକ୍ଷା ଦୀପିକା ଅଧିକ ଫେମସ ।
ଭାରତୀ ସିଂ
ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କ ଲୋକପ୍ରିୟତା କାହାଠାରୁ ଲୁଚି ନାହିଁ ଏବଂ ଗତ କିଛି ବର୍ଷ ମଧ୍ୟରେ ଭାରତୀ ସିଂ ସାଧାରଣ ଲୋକଙ୍କ ମଧ୍ୟରେ ବହୁ ଲୋକପ୍ରିୟତା ହାସଲ କରିଛନ୍ତି । ଭାରତୀ ତାଙ୍କ ପ୍ରତିଭା ଯୋଗୁଁ ଅନେକ ଖ୍ୟାତି ଅର୍ଜନ କରିଥିଲେ ଏବଂ ଭାରତୀ ଗୋଆରେ ନିର୍ମାତା ହର୍ଷ ଲିମ୍ବାଚିୟାଙ୍କୁ ବର୍ଷ 2018 ରେ ବିବାହ କରିଥିଲେ । ଦୁହେଁ ପ୍ରେମ ବିବାହ କରିଥିଲେ ଏବଂ ଆଜି ଏକ ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି କିନ୍ତୁ ଭାରତୀଙ୍କ ଲୋକପ୍ରିୟତା ତାଙ୍କ ସ୍ୱାମୀଙ୍କ ଅପେକ୍ଷା ବହୁତ ଅଧିକ ।
ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।