ଆସନ୍ତୁ ଜାଣିବା ବିନା କଲର କରି ଅଧଘଣ୍ଟାରେ ନିଜ ଧଳା ବାଳକୁ କିପରି କଲର କରି କଳା କରିପାରିବା । ଆଜିକାଲି ଏମିତି କେମିକାଲ୍ସ ପ୍ରଡକ୍ତ ଆସୁଛି ଯାହା ଆମ ଚୁଟିକୁ 5 ରୁ 10 ମିନିଟରେ ବି ଧଳାରୁ କଳା କରି ଦଉଛି , କିନ୍ତୁ ତାହା ଦ୍ଵାରା ସାଇଡ ଇଫେକ୍ଟ ସହ ଚୁଟି ଝଡିବାର ବି ସମ୍ଭାବନା ରହିଛି । ଆସନ୍ତୁ ଜାଣିବା ଏପରି ଉପାୟ ଯାହା ଦ୍ଵାରା ଚୁଟି ଧଳାରୁ କଳା ହେବା ସହ ଆଉ ଆପଣଙ୍କୁ କୌଣସି ଡାଏ କି କଲରର ବ୍ୟବହାର କରିବାକୁ ପଡିବନି , ଆଉ ଏହା ପୁରା ରାମବାଣ ଭଳି କାମ କରିବ ।
ଏହି ପେସ୍ଟ ଟିକୁ ତିଆରି କରିବାକୁ ପ୍ରଥମେ ନେବାକୁ ପଡିବ ମହୁ । ଆପଣଙ୍କ ଘରେ ଯଦି ମହୁ ଅଛି ଭଲ ନ ହେଲେ ଯେ କୌଣସି ଭଲ ବ୍ରାଣ୍ଡର ମହୁ ନେଇ ପାରିବେ । ଗୋଟିଏ ଖାଲି ପାତ୍ରରେ ଗୋଟେ ଚାମଚ ମହୁ ନିଅନ୍ତୁ । ତାପରେ ଅଦା କୁ ଛୋଟ ଛୋଟ ଖଣ୍ଡ କରି ଛେଚି ନିଅନ୍ତୁ କିମ୍ବା ଗ୍ରାଇଣ୍ଡ କରି ନିଅନ୍ତୁ , ଆଉ ତାକୁ ଅଧାରୁ ଏକ ଚାମଚ ଛାଣି ନିଅନ୍ତୁ ।
ଏହି ମହୁ ଆଉ ଅଦା ରସକୁ ସେହି ପାତ୍ରରେ ଭଲ ଭାବରେ ମିକ୍ସ କରନ୍ତୁ । ଯଦି ଆପଣ ଝିଅ ତେବେ ମହୁ ମାତ୍ରା ଟିକେ ଅଧିକ ନିଅନ୍ତୁ ଚୁଟି ଅଧିକ ଥିବାରୁ , ଆଉ ପୁରୁଷଙ୍କ ପାଇଁ ଏହି ମାତ୍ରା ଠିକ ଅଛି । ଚୁଟିକୁ ଆଗ ଭଲ ଭାବରେ ଧୋଇ ସଫା କରିଥିବା ଦରକାର ।
ଏହି ମିଶ୍ରଣ କୁ ଚୁଟି ମୂଳରେ ଭଲ ଭାବରେ ମସାଜ କରନ୍ତୁ 5-10 ମିନିଟ ଯାଏ । ଏହାକୁ ଏମିତି ହିଁ ଅଧ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହା ଦ୍ଵାରା ଯେଉଁ ଚୁଟି ଧଳା ଅଛି କଳା ହେବ ଓ ଝଡୁ ଥିବା ଚୁଟି ବନ୍ଦ ହେବ । ଚୁଟି କୁ ଅଧଘଣ୍ଟା ପରେ ଧୋଇ ନିଅନ୍ତୁ । ତା ପରେ ନଡିଆ ତେଲ ଚୁଟି ମୂଳରେ ଭଲ ଭାବରେ ମସଜ କରନ୍ତୁ ।
ସକାଳୁ ସାମ୍ପୂ, କଣ୍ଡିସ୍ନର ଯାହା ଆପଣ ୟୁଜ କରନ୍ତି ତାହା ମାଧ୍ୟମରେ ଚୁଟି ଭଲ ଭାବେ ଧୋଇ ନିଅନ୍ତୁ । ଏହି ପରି ଆପଣଙ୍କୁ ସପ୍ତାହକୁ 2 ରୁ 3 ଥର କରିବାକୁ ପଡିବ । ଏହିପରି ଆପଣ ଦୁଇ ରୁ ତିନି ସପ୍ତାହ କରିଲେ ଭଲ ରେଜଲ୍ଟ ପାଇ ପାରିବେ ।
ଦେଖିବେ ମାସକ ପରେ ଆପଣଙ୍କ ବାଳ ସୁନ୍ଦର କଳା ଘନ ଓ ସୁନ୍ଦର ହେବାକୁ ଲାଗିବ । ଏହା ଏକ ଦେଶୀ ଉପାୟ ହେଇ ଥିବାରୁ ଏହାର କୌଣସି ସାଇଡ ଇଫେକ୍ଟ ନାହିଁ । ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ