Deepika Padukone ଙ୍କ ନଣନ୍ଦ ଦେଖିବା ପାଇଁ ତାଙ୍କ ଠାରୁ ବି ଅଧିକ ସୁନ୍ଦର, ପ୍ରଥମ ନଜରରେ ହିଁ ହେଇଯିବେ ଦିବାନା, ଦେଖନ୍ତୁ ଫଟୋ

ଏକ ଚୁଟ୍କି ସିନ୍ଦୂର କି କିମତ୍ ତୁମ କ୍ୟା ଜାନୋ ରମେଶ ବାବୁ’ ବନ୍ଧୁଗଣ ଏହି ଡାଇଲଗ୍ ଶୁଣିଲା ମାତ୍ରେ ସମସ୍ତେ ଦୀପିକାଙ୍କ ନାମ ନେଇଥାନ୍ତି । ହିନ୍ଦୀ ଫିଲ୍ମ ଜଗତର ଏହି ଅଭିନେତ୍ରୀ ଆଗରୁ ମଡେଲିଂ କରୁଥିଲେ , ଦୀପିକା ନିଜର ପରିଶ୍ରମର ବଳରେ ବଲିଉଡ୍ ରେ ନିଜର ନାମ ହାସଲ କରିଛନ୍ତି । ସେ ହିନ୍ଦୀ ଚଳଚିତ୍ର ଜଗତର ସବୁଠାରୁ ଚର୍ଚ୍ଚିତ ଏବଂ ହାଇଏଷ୍ଟପେଡ ସେଲେବ୍ରିଟି ଅଟନ୍ତି । ସେ ଏବେ ସୁଦ୍ଧା ଅନେକ ବଡ଼ ବଡ଼ ହିଟ୍ ଫିଲ୍ମ୍ ଦର୍ଶକଙ୍କୁ ଦେଇଛନ୍ତି । ଯାହା ମଧ୍ୟ ରେ “ରେସ୍ ୨”, “ଚେନ୍ନାଇ ଏକ୍ସପ୍ରେସ” , “ଗୋଲିଓଁ କି ରାସ୍ ଲିଲା ରାମ ଲି ଲା” , “ବାଜି ରାଓ ମସ୍ତାନି” ଏବଂ ” ପଦ୍ମାବତ ” ଆଦି ସୁପର୍ ହିଟ୍ ବ୍ଲକ ବାଷ୍ଟ୍ ର ଫିଲ୍ମ୍ ଦେଇ ସାରିଲେଣି ।

ବନ୍ଧୁଗଣ ରଣବୀର ସିଂ ନିଜର ଏକ ଇଣ୍ଟରଭିୟୁ ରେ କହିଥିଲେ ସେ ଦୀପିକା ଙ୍କୁ ପ୍ରଥମେ ମକାଉ ରେ “ଜି ସିନେ ଆୟାର୍ଡ୍” ରେ ଦେଖିଥିଲେ । ସେଦିନ ଦୀପିକା ଗୋଟେ ସିଲଭର ଗାଉନ ପିନ୍ଧି ଥିଲେ , ସେଦିନ ରଣବୀର ସିଂ ଦୀପିକା ଙ୍କୁ ଦେଖିକି ଫ୍ଲାଟ୍ ହୋଇ ଯାଇଥିଲେ ।

ସେହି ବର୍ଷ ରଣବୀର ସିଂ ଏବଂ ଦୀପିକା “ଗୋଲିୟୋନ କି ରାସ୍ ଲିଲା ରାମ ଲିଲା” ଫିଲ୍ମରେ ଏକ ସହ କାମ କରିଥିଲେ । ସେହି ସମୟରେ ଦୁଇ ଜଣଙ୍କର ମଧ୍ୟ ରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ ଯାହାକି ସେହି ଫିଲ୍ମର ରୋମାଣ୍ଟିକ ସିନ୍ ରେ ଜଣାପଡିଥିଲା ।

ଦୁଇଜଣ ନିଜର ପ୍ରେମ ସମ୍ପର୍କ କୁ ପବ୍ଲିକ ହେବାରୁ ବଞ୍ଚାଇବା ପାଇଁ ବହୁତ୍ ଚେଷ୍ଟା କରିଥିଲେ କିନ୍ତୁ ସେ ଏଥିରେ ସଫଳ ହୋଇନଥିଲେ । କୁହା ଯାଉଥିଲା କି ଫିଲ୍ମରେ ଥିବା ରୋମାଣ୍ଟିକ ଗୀତ “ଅଙ୍ଗ୍ ଲଗାଦେ ରେ” ର ସୁଟିଂ ସମୟରେ ଦୁଇ ଜଣଙ୍କୁ କିସିଙ୍ଗ୍ ସିନ୍ ଦବାର ଥିଲା ସେହି ସମୟରେ ଡିରେକ୍ଟର ଙ୍କ କଟ୍ କହିବା ପରେ ମଧ୍ୟ ସେମାନେ ପରସ୍ପରକୁ କିସ୍ କରୁଥିଲେ । ସେହି ସମୟରେ ଏହା ବୁଝା ପଡ଼ି ଯାଇଥିଲା କି ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ ।

୨୦୧୫ ରେ ହେଇଥିବା ଆଇଫା ଆୱାର୍ଡ଼ ରେ ଯେତେବେଳେ ଦୀପିକା ଆୱାର୍ଡ଼ ନେବା ପାଇଁ ଷ୍ଟେଜ କୁ ଆସିଥିଲେ । ସେହି ସମୟରେ ରଣବିର୍ ତାଙ୍କ ସାମ୍ନାରେ ଆଣ୍ଠେଇ ଦୀପିକା ଙ୍କ ପାଇଁ ଗୀତ ଗାଇଥିଲେ । ଦୀପିକା ଲାଜ ନକରି ରହିପାରିଲେ ନାହିଁ । ଏହା ପରେ ରଣବୀର ସିଂ ଏବଂ ଦୀପିକା ଏକ ବଡ଼ କମ୍ପାନୀର ଗ୍ରାଣ୍ଡ ଆମ୍ବାସାଡର ପାଇଁ କମ୍ପାନୀର କଭର୍ ପେଜ ପାଇଁ ସୁଟ୍ ମଧ୍ୟ କରିଥିଲେ ।

ଏହା ପରେ ଦୁହିଁଙ୍କର ପ୍ରେମ ସଂପର୍କ ବିଷୟରେ ସମସ୍ତେ ଜାଣି ସାରିଥିଲେ ଏବଂ ସେ ପ୍ରାୟତଃ ଏକାଠି ହିଁ ଦେଖାଯାଉଥିଲେ । ଏହା ପରେ ଦୁହେଁ ଇଟାଲୀର ଲେକ୍ କୋମା ଠାରେ ୨୧ ଅକ୍ଟୋବର ୨୦୧୮ ରେ ସିନ୍ଧି ମତ ରେ ବିବାହର ବନ୍ଧନରେ ବନ୍ଧିଗଲେ । ରଣବୀର ଏବଂ ଦୀପିକା ସେଠାକାର କିଛି ଫଟୋ ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜ ଫ୍ୟାନ୍ସ ଓ ସମଗ୍ର ଦୁନିଆ ସହ ସେୟାର କରିଥିଲେ । ଏହି ଫଟୋ ଗୁଡ଼ିକ ଖୁବ୍ ଶୀଘ୍ର ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା ।

ବନ୍ଧୁଗଣ ତେବେ ଆସନ୍ତୁ ଜାଣିବା ଦୀପିକା ଙ୍କ ସୁନ୍ଦରୀ ନଣନ୍ଦଙ୍କ ବିଷୟରେ । ଦୀପିକାଙ୍କର ସୁନ୍ଦରୀ ନଣନ୍ଦଙ୍କ ର ନାମ ହେଲା ରିତିକା ଭାଉନାନି । ବନ୍ଧୁଗଣ ରିତିକା ଭାଉନାନି ବହୁତ୍ ସୁନ୍ଦର ଅଟନ୍ତି , ରିତିକା ଭାଉନାନି ବଲିଉଡ୍ ର ବାଜି ରାଓ ଙ୍କ ଭଉଣୀ ଅଟନ୍ତି ।

ସେ ରଣବିରଙ୍କର ବଡ଼ ଭଉଣୀ ଅଟନ୍ତି । ସେ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଅଟନ୍ତି ଏବଂ ମୁମ୍ବାଇ ରେ ସେ ରହୁଛନ୍ତି । ରୀତିକା ୫ ଅଗଷ୍ଟ ୧୯୮୩ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କ ଭାଇ ରଣବୀର ଙ୍କ ସହ ମୁମ୍ବାଇରେ ରହିଥିଲେ ଏବଂ ଶିକ୍ଷା ଗ୍ରହଣ କରିଥିଲେ । ରୀତିକା ଗଣ ମାଧ୍ୟମ ରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *