ଦରିଦ୍ରତା କାରଣରୁ ଏହି 5 ଜଣ ଷ୍ଟାରଙ୍କୁ ବହୁତ ଖରାପ ଦିନର ସାମ୍ନା କରିବାକୁ ପଡିଥିଲା, ନଂ 4 ଙ୍କ ଲାସ କୁ ତ କେହି ବି ନେବା ପାଇଁ ଆସି ନଥିଲେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ସାଧାରଣତଃ ବଲିଉଡରେ ସଫଳତା ହାସଲ କରିବାକୁ ହେଲେ କଳାକାର ମାନଙ୍କୁ ତାଙ୍କ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିବାକୁ ପଡିଥାଏ । ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇଥିବା ସମସ୍ତ କଳାକାର ମାନେ ବହୁତ ଟଙ୍କା କମାଇଥାନ୍ତି । ହେଲେ ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ ବଡ ନାମ କମାଇବା ପରେ ମଧ୍ୟ ଗୋଟେ ସମୟରେ କଙ୍ଗାଳ ହୋଇଯାଇଥିଲେ । ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ମିନା କୁମାରୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ମିନା କୁମାରୀ । ମିନା ବହୁତ କମ ବର୍ଷ ବୟସରେ ବଲିଉଡରେ ସଫଳତା ହାସଲ କରିଥିଲେ ଓ ତାଙ୍କୁ ବହୁତ କମ ବର୍ଷରେ ବହୁତ ସଂଘର୍ଷ ମଧ୍ୟ କରିବାକୁ ପଡିଥିଲା । ‘ପାକିଜା’ ଫିଲ୍ମ ପରେ ମିନା କୋମାରେ ଚାଲି ଯାଇଥିଲେ । ସେତେବେଳେ ତାଙ୍କ ପାଖରେ ଚିକିତ୍ସା କରିବା ପାଇଁ ମଧ୍ୟ ଟଙ୍କା ନଥିଲା । ଯାହାଫଳରେ ମାତ୍ର ୩୮ ବର୍ଷ ବୟସରେ ତାଙ୍କର ନି-ଧ-ନ ହୋଇଯାଇଥିଲା ।

ଏକେ ହଙ୍ଗଲ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଏକେ ହଙ୍ଗଲ । ୨୦୦୬ରେ ପଦ୍ମ ଭୂଷଣ ପାଇଥିବା ଏକେ ହଙ୍ଗଲ ବଲିଉଡରେ ସୁନାମ ଅର୍ଜନ କରିଥିଲେ । ତାଙ୍କର ଏକ ଡାଇଲଗ ‘ଇଟିନା ସନାଟା କ୍ୟୁ ହେ ଭାଇ’ ଆଜି ବି ଫେମସ ଅଛି । ପାକିସ୍ତାନର କରାଚିରେ ବଡ ହୋଇଥିବା ଏକେ ହଙ୍ଗଲ ଭାରତ ପାକିସ୍ତାନ ଅଲଗା ହେବା ସମୟରେ ସେ ମୁମ୍ବାଇ ଆସିଯାଇଥିଲେ । ତାଙ୍କୁ ହାଇ ବ୍ଲଡ଼ ପ୍ରେସର ଓ କିଡ୍ନି ଆଦି ଅନେକ ରୋଗ ହୋଇଥିଲା । ହେଲେ ଗୋଟେ ସମୟ ଏପରି ଥିଲା ଯେବେ ତାଙ୍କ ପାଖରେ ନିଜ ରୋଗର ଚିକିତ୍ସା ପାଇଁ ଟଙ୍କା ନଥିଲା । କିନ୍ତୁ ସେହି ସମୟରେ ତାଙ୍କୁ କିଛି ଷ୍ଟାର ମାନେ ସହାୟତା କରିଥିଲେ ।

ପରବୀନ ବାବି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ପରବୀନ ବାବି । ପରବୀନ ହେଉଛନ୍ତି ଏକ ଏପରି ଅଭିନେତ୍ରୀ ଯାହାଙ୍କ ସୁନ୍ଦରତାକୁ ସମସ୍ତେ ଭଲ ପାଉଥିଲେ । ପରବୀନଙ୍କ ଫିଲ୍ମ କାରିୟର ବହୁତ ଭଲ ରହିଛି । ଗୋଟେ ସମୟରେ ସେ ଆମେରିକା ଚାଲିଯାଇଥିଲେ ହେଲେ ଯେତେବେଳେ ସେ ଫେରିଥିଲେ ସେତେବେଳେ ତାଙ୍କର ଓଜନ କମି ଯାଇଥିଲା । ତାଙ୍କୁ ଡାଇବେଟିସ ରୋଗ ହୋଇଥିଲା ଓ ସେ ଡିପ୍ରେସନକୁ ଚାଲିଗଲେ । ସେତେବେଳେ ତାଙ୍କର ଆର୍ଥିକ ଅବସ୍ତା ବହୁତ ଦୁର୍ବଳ ଥିଲା । ଶେଷରେ ସେ ନିଜ ଫ୍ଲାଟରେ ପ୍ରାଣ ହରାଇଥିଲେ ।

ଭିମି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ୬୦ ଦଶକର ଫେମସ ଅଭିନେତ୍ରୀ ଭିମି । ଭିମି ବହୁତ କମ ସମୟ ମଧ୍ୟରେ ବଲିଉଡରେ ସଫଳତା ହାସଲ କରିଥିଲେ । ବଲିଉଡକୁ ଆସିବା ପୂର୍ବରୁ ବିମି ବିବାହ କରିଥିଲେ ହେଲେ ତାଙ୍କ ଶଶୁର ଘର ଲୋକ ବିମିଙ୍କୁ ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ ମନା କରୁଥିଲେ । ହେଲେ ବିମି ସମସ୍ତଙ୍କ ଠାରୁ ସମ୍ପର୍କ ଭାଙ୍ଗି ବଲିଉଡରେ ପାଦ ଦେଇଥିଲେ । ଅନ୍ତିମ ସମୟରେ ବିମିଙ୍କୁ ଲିବର ରୋଗ ହୋଇଥିଲା । ମୃତ୍ୟୁ ପରେ ତାଙ୍କ ଶ-ବ ଦେଖିବାକୁ ମଧ୍ୟ କେହି ଆସି ନଥିଲେ ।

ଗୀତା କପୁର- ପାକିଜା ଫେମ ଗୀତା କପୁର ମଧ୍ୟ ଅନ୍ତିମ ସମୟରେ ବହୁତ ଖରାପ ଅବସ୍ଥାରେ ଥିଲେ । ତାଙ୍କ ପିଲାମାନେ ତାଙ୍କୁ ଶେଷ ସମୟରେ ହସ୍ପିଟାଲରେ ଛାଡି ପଳାଇ ଯାଇଥିଲେ । ଆର୍ଥିକ ଅଭାବ ଯୋଗୁଁ ଅନ୍ୟ କିଛି କଳାକାର ମାନେ ତାଙ୍କ ଚିକିତ୍ସା ଖର୍ଚ୍ଚ ଉଠାଇଥିଲେ । କିନ୍ତୁ ସେ ବଞ୍ଚି ପାରି ନଥିଲେ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *